ନିଜର ଖାସ୍ ଲୋକକୁ ହରାଇଲେ ଦିଆ ମିର୍ଜା, ସୋସିଆଲ ମିଡିଆରେ ପୋଷ୍ଟ କଲେ ଭାବବିହ୍ବଳ ପୋଷ୍ଟ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଦିଆ ମିର୍ଜାଙ୍କ ଉପରେ ଦୁଃଖର କଳା ପାହାଡ ଭାଙ୍ଗିପଡିଛି। ନିକଟରେ ଅଭିନେତ୍ରୀ ନିଜର ଘନିଷ୍ଠ ଆତ୍ମୀୟଙ୍କୁ ହରାଇଛନ୍ତି ଏବଂ ଯାହାକୁ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଦିଆ ମିର୍ଜା ତାଙ୍କୁ କେତେ ଭଲ ପାଉଥିଲେ, ଏହା ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ଦେଖି ଜଣାପଡିଯାଉଛି। ଦିଆଙ୍କ ଏହି ପୋଷ୍ଟ ପରେ ମନୋରଞ୍ଜନ ଜଗତର ତାରକାମାନେ ତାଙ୍କୁ ସାନ୍ତ୍ୱନା ଦେଉଛନ୍ତି ଏବଂ ଦେହାନ୍ତ କରିଥିବା ଆତ୍ମୀୟଙ୍କ ଆତ୍ମାର ଶାନ୍ତି ପାଇଁ କାମନା କରୁଛନ୍ତି। ଦିୟାଙ୍କ ପୋଷ୍ଟକୁ ଦେଖିଲେ ଏହା ମଧ୍ୟ ଜଣାପଡୁଛି ଯେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣଙ୍କ ଅଧିକ ବୟସ୍କ ନୁହଁନ୍ତି।

ଦିଆ ମିର୍ଜାଙ୍କ ଭାଣିଜୀଙ୍କର ଦେହାନ୍ତ ହୋଇଛି, ଯାହା ବିଷୟରେ ଅଭିନେତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯଦିଓ ଦିଆ ମିର୍ଜା ତାଙ୍କ ପୋଷ୍ଟରେ ମୃତ୍ୟୁର କାରଣ ବିଷୟରେ ଉଲ୍ଲେଖ କରିନାହାଁନ୍ତି, କିନ୍ତୁ ତାଙ୍କ ଭାଣିଜୀ ପ୍ରତି ସେ କିପରି ଭାବନା ପ୍ରକାଶ କରିଛନ୍ତି, ତାହା ବୁଝାପଡୁଛି ଯେ ସେ ତାଙ୍କ ଭାଣିଜୀଙ୍କ ସହ କେତେ ନିକଟତର ଥିଲେ ଏବଂ ତାଙ୍କ ପରଲୋକ ପରେ ସେ ପୁରା ଭାଙ୍ଗିପଡିଛନ୍ତି।

 

View this post on Instagram

 

A post shared by Dia Mirza Rekhi (@diamirzaofficial)

ଦିଆ ମିର୍ଜା ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଭାଣିଜୀଙ୍କ ଫଟୋ ସେୟାର କରିଛନ୍ତି। ଫଟୋରେ, ଦିୟାଙ୍କ ଭାଣିଜୀ ହସୁଥିବାା ଦେଖାଯାଉଛି।ଫଟୋକୁ ଦେଖି ଲାଗୁଛି ଯେ ତାଙ୍କ ଭାଣିଜୀଙ୍କ ବୟସ ଅଧିକ ହେବ ନାହିଁ। ଫଟୋ ସେୟାର କରିବାସହ ଅଭିନେତ୍ରୀ ଏକ ହୃଦୟସ୍ପର୍ଶୀ କ୍ୟାପସନ୍ ଲେଖିଛନ୍ତି। ଦିୟା ତାଙ୍କ କ୍ୟାପସନରେ ଲେଖିଛନ୍ତି, ‘ମୋ ଭାଣିଜୀ .. ମୋର ଛୁଆ .. ମୋ ଜୀବନ .. ଏହି ଦୁନିଆରେ ଆଉ ନାହିଁ। ତୁମେ ଯେଉଁଠାରେ ଥିଲେବି, ଶାନ୍ତି ଏବଂ ପ୍ରେମ ପାଇପାଇବ। ତୁମେ ସବୁବେଳେ ଆମ ହୃଦୟରେ ରହିବ । ଓମ୍ ଶାନ୍ତି। ‘

Leave A Reply

Your email address will not be published.