ମହିଳା ପଣ୍ଡିତ କରାଇଲେ ଦିୟା ମିର୍ଜା ଓ ବୈଭବ ରେଖୀଙ୍କ ବିବାହ, ଲୋକେ କହିଲେ- ‘ଏହା ହେଉଛି ପ୍ରକୃତ ନାରୀ ସଶକ୍ତିକରଣ’

ଅଭିନେତ୍ରୀ ଦିୟା ମିର୍ଜା ନିକଟରେ ବୈଭବ ରେଖୀଙ୍କୁ ବିବାହ କରିଛନ୍ତି। ଏହି ବିବାହ ମୁମ୍ବାଇରେ ଦିୟାଙ୍କ ଘରେ ହିଁ ସମ୍ପନ୍ନ ହୋଇଛି। ବିବାହରେ କେବଳ ପରିବାରର କିଛି ନିକଟତମ ବନ୍ଧୁ ପରିଜନ ସାମିଲ ହୋଇଥିଲେ। ବିବାହରେ ଦିୟା କିଛି ଏମିତି କରିଛନ୍ତି, ଯାହା ଏବେ ଚର୍ଚ୍ଚାରେ ରହିଛି। ଅଭିନେତ୍ରୀଙ୍କର ଏହି ପଦକ୍ଷେପକୁ ଲୋକମାନେ ଖୁବ୍‌ ପ୍ରଶଂସା କରୁଛନ୍ତି।

ସବୁବେଳେ ନାରୀ ସଶକ୍ତିକରଣ କଥା କହୁଥିବା ଦିୟା ନିଜ ବିବାହରେ ଜଣେ ମହିଳା ପଣ୍ଡିତଙ୍କୁ ଡାକିଥିଲେ। ମହିଳା ପଣ୍ଡିତ ହିଁ ଦିୟାଙ୍କ ବିବାହ କରାଇଥିଲେ। ବିବାହ ବେଳର ଫଟୋକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଦିୟା ମିର୍ଜା। ଏଥିସହ ସେ ମହିଳା ପଣ୍ଡିତଙ୍କୁ ମଧ୍ୟ ଧନ୍ୟବାନ ଜଣାଇଛନ୍ତି।

ଦିୟା ଲେଖିଛନ୍ତି, ‘‘ଶୀଲା ଅଟ୍ଟା ଆମ ବିବାହ କରାଇଥିବାରୁ ବହୁତ ବହୁତ ଧନ୍ୟବାଦ। ମୁଁ ଗର୍ବ କରୁଛି ଯେ ଆମେମାନେ ମିଳିମିଶି ଜେନେରେସନ୍‌ ଇକ୍ୱାଲିଟିକୁ ଆଗକୁ ବଢ଼ାଉଛୁ’’।


ପ୍ରକାଶ ଯେ ଦିୟା ମିର୍ଜାଙ୍କର ଏହା ଦ୍ୱିତୀୟ ବିବାହ। ସେ ଖୁବ୍‌ ସାଧାରଣଭାବେ ଏହି ବିବାହ କରିଛନ୍ତି। ବିବାହରେ ସେ ଲାଲ ରଙ୍ଗର ବନାରସୀ ଶାଢ଼ି ପିନ୍ଧିଥିଲେ। ଏଥିସହ ସେ ହାଲ୍‌କା ଗହଣା ଓ ଗଜରା ପିନ୍ଧିଥିଲେ। ସେହିପରି ବର ବେଶରେ ବୈଭବ ବେଶ୍‌ ୟଙ୍ଗ୍‌ ଲାଗୁଥିଲେ। ସେ ଏକ ଧଳା ରଙ୍ଗର କୁର୍ତ୍ତା ସହ ଜ୍ୟାକେଟ୍‌ ଓ ଗୋଲ୍ଡେନ୍‌ ଦୁପଟ୍ଟା କ୍ୟାରି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.