ରୋମାଣ୍ଟିକ୍‌ ଯୋଡ଼ି ପ୍ରିୟଙ୍କା ଏବଂ ନିକ୍‌ ଙ୍କ ମଝିରେ ଆସିଲା ଡାୟନା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସ୍‌ କେବଳ ବଲିଉଡ୍‌ ନୁହେଁ ବରଂ ହଲିଉଡ୍‌ ରେ ମଧ୍ୟ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି। ବିବାହ ପରେ ପ୍ରିୟଙ୍କା ପତି ନିକ୍‌ ଜୋନାସ୍‌ ଙ୍କ ସହ ଆମେରିକାରେ ରହୁଛନ୍ତି। ଭାରତ ଠାରୁ ଦୂରରେ ଥିଲେ ମଧ୍ୟ ସେ ସର୍ବଦା ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍ସମାନଙ୍କ ସହ ଯୋଡ଼ି ହୋଇ ରହିଥାନ୍ତି। ସୋସିଆଲ ମିଡିଆରେ ପ୍ରିୟଙ୍କା ନିକ୍‌ ଙ୍କ ରୋମାଣ୍ଟିକ୍‌ ଫଟୋ ମଧ୍ୟ ସେୟାର କରିଥାନ୍ତି, ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ପ୍ରିୟଙ୍କା ସୋସିଆଲ ମିଡିଆରେ ସେୟାର କରିଥିବା ଏହି ରୋମାଣ୍ଟିକ୍‌ ଫଟୋରେ ପ୍ରିୟଙ୍କ ଏବଂ ନିକ୍‌ ଙ୍କ ମଝିରେ ଡାୟନା ଆସିଯାଇଥିବାର ଦେଖିବାକୁ ମିଳିଛି।

nickପ୍ରିୟଙ୍କା ଏହି ଫଟୋ ସୋସିଆଲ ମିଡିଆରେ ସେୟାର କରିବା ସହ ଲେଖିଛନ୍ତି, ‘ହମ ଦୋ ।’ ଏଥିସହ ଲଭ୍‌‌ ଇମୋଜି ମଧ୍ୟ ଦେଇଛନ୍ତି। ପ୍ରିୟଙ୍କାଙ୍କ ଏହି ଫଟୋରେ ୟୁଜର୍ସମାନେ ଖୁବ୍‌ କମେଣ୍ଟ ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ପ୍ରିୟଙ୍କା କିଛି ଦିନ ତଳେ ଏକ ବ୍ରାଣ୍ଡ ପାଇଁ ଫଟୋସୁଟ୍‌ କରିଥିଲେ। ଏହି ଫଟୋସୁଟ୍‌ ର କିଛି ଫଟୋ ମଧ୍ୟ ସେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ। ଏହି ଫଟୋରେ ପ୍ରିୟଙ୍କା ହ୍ଵାଇଟ୍‌ କଲର୍‌ ଟି-ସାର୍ଟ ସହ ବ୍ଲୁ ଜିନ୍ସରେ ନଜର ଆସିଛନ୍ତି। ଏହି ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିବା ସହ ପ୍ରିୟଙ୍କା ଲେଖିଥିଲେ ‘ବ୍ଲୁ ଜିନ୍ସ ବେବି’।

 

ପ୍ରିୟଙ୍କାଙ୍କ ଓ୍ଵାର୍କଫ୍ରଣ୍ଟ କଥା କହିବାକୁ ଗଲେ, ସେ ବହୁତ ଜଲଦି ନେଟଫ୍ଲିକ୍ସର ଫିଲ୍ମ ‘ଦ ହ୍ଵାଇଟ୍‌ ଟାଇଗର’ ରେ ନଜର ଆସିବେ। ଏହି ଫିଲ୍ମରେ ସେ ରାଜକୁମାର ରାଓ ଏବଂ ଆଦର୍ଶ ଗୌରବଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.