ମୁଁ ମୋ କାମରେ ବ୍ଯସ୍ତ ଥିଲି, ଜାଣିନଥିଲି ରାଜ କ’ଣ କରୁଛନ୍ତି : ଶିଳ୍ପା ସେଟ୍ଟୀ
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସ୍ବାମୀ ରାଜକୁନ୍ଦ୍ରାଙ୍କୁ କାର୍ଯ୍ଯକଳାପକୁ ନେଇ ମୁହଁ ଖୋଲିଛନ୍ତି। ମୁମ୍ବାଇ ପୋଲିସକୁ ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ, ସେ ତାଙ୍କ କାମରେ ବ୍ୟସ୍ତ ଥିବାରୁ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ କାର୍ଯ୍ୟକଳାପ ବିଷୟରେ ଅବଗତ ନୁହଁନ୍ତି। ଅଶ୍ଳୀଳ ଫିଲ୍ମ ସହ ଜଡିତ ଏକ ମାମଲାରେ ନଗର ପୋଲିସ ଏଠାରେ ଏକ କୋର୍ଟରେ ଦାଖଲ କରିଥିବା ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଏହା ଦର୍ଶାଯାଇଛି। ବୁଧବାର ଦିନ କୁନ୍ଦ୍ରା ଏବଂ ତାଙ୍କ ସହଯୋଗୀ ରିୟାନ୍ ଥର୍ପେଙ୍କ ବିରୋଧରେ ପୋଲିସ ଦାଖଲ କରିଥିବା ୧୫୦୦ ପୃଷ୍ଠାର ଚାର୍ଜସିଟର ଏକ ଅଂଶରେ ଏହା ଲେଖାରହିଛି।
ଚାର୍ଜସିଟ ଅନୁଯାୟୀ, ସେଟ୍ଟୀ ପୋଲିସକୁ କହିଛନ୍ତି ଯେ, ସେ ହଟସଟ ଏବଂ ବଲିଉଡ ଫେମ ଆପ ବିଷୟରେ କିଛି ଜାଣି ନାହାଁନ୍ତି । ଯାହାକୁ ଅଭିଯୁକ୍ତ ଆପତ୍ତିଜନକ ବିଷୟବସ୍ତୁ ଅପଲୋଡ୍ ଏବଂ ଷ୍ଟ୍ରିମ୍ କରିବା ପାଇଁ ବ୍ୟବହାର କରିଥିଲେ। ଚାର୍ଜସିଟରେ କୁହାଯାଇଛି ଯେ, ସେ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ତାଙ୍କ ସ୍ୱାମୀ କ’ଣ କରୁଛନ୍ତି ତାହା ଜାଣି ନଥିଲେ।