ଜେଠାଲାଲ୍‌ଙ୍କ ଝିଅ ବାହାଘର, ହୋଟେଲ୍‌ ତାଜ୍‌ରେ ପାର୍ଟି ଦେବେ ଦିଲ୍ଲୀପ ଯୋଶୀ; ଆସିବେନି ଦୟା

ତାରକ ମେହେତା କା ଉଲ୍‌ଟା ଚଷମାର ଜେଠାଲାଲ୍‌ ଖୁବ୍‌ଶୀଘ୍ର ଶ୍ୱଶୁର ହେବାକୁ ଯାଉଛନ୍ତି। ସିରିୟଲର ଜେଠାଲାଲ ଭୂମିକାରେ ଅଭିନୟ କରୁଥିବା ଦିଲ୍ଲୀପ ଯୋଶୀ ନିଜ ଝିଅ ନିୟତି ଯୋଶୀଙ୍କ ପାଇଁ ଜୀବନ ସାଥୀ ଖୋଜି ସାରିଲେଣି। ସେମାନେ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବିବାହ ତାରିଖ ଏବେ ଯାଏଁ ସାମ୍ନାକୁ ଆସିନଥିଲେ ମଧ୍ୟ ବାହାଘର ପାଇଁ ପ୍ରସ୍ତୁତି କିନ୍ତୁ ବେଶ୍‌ ଜୋରସୋରରେ ଆରମ୍ଭ ହୋଇଛି। ଦିଲ୍ଲୀପ ଯୋଶୀ ନିଜ ଅଲିଅଳି ଝିଅର ବିବାହରେ କୌଣସି ଅଭାବ ରଖିବାକୁ ଚାହୁଁ ନାହାନ୍ତି। ନିୟତିଙ୍କ ବିବାହ ମୁମ୍ବାଇର ଏକ ପଞ୍ଚ ତାରକା ହୋଟେଲରେ ଅନୁଷ୍ଠିତ ହେବ। ଏହି ବିବାହରେ ଛୋଟ ପରଦା ସମେତ ବଡ଼ ପରଦାର ବଡ଼ ବଡ଼ କଳାକାରମାନେ ମଧ୍ୟ ଯୋଗ ଦେବେ ବୋଲି ସୂଚନା ମିଳିଛି।

 

View this post on Instagram

 

A post shared by Dilip Joshi (@maakasamdilipjoshi)

ରିପୋର୍ଟ ମୁତାବକ, ଦିଲ୍ଲୀପ ଯୋଶୀ ନିଜ ଝିଅ ବାହାଘର ହୋଟେଲ ତାଜ୍‌ରେ କରିବାକୁ ଯୋଜନା କରୁଛନ୍ତି। ସବୁ ବାପାଙ୍କ ଭଳି ଦିଲ୍ଲୀପ ଯୋଶୀ ମଧ୍ୟ ଝିଅ ବାହାଘରରେ କୌଣସି ଅଭାବ ରଖିବାକୁ ଚାହୁଁନାହାନ୍ତି। ଏଣୁ ଟଙ୍କା କଥା ନ ଭାବି ସେ ତାଜ୍‌ରେ ବିବାହ ଆୟୋଜନ କରୁଛନ୍ତି। ନିୟତିଙ୍କ ବିବାହରେ ବହୁ ବଡ଼ ବଡ଼ ସେଲିବ୍ରିଟି ଯୋଗ ଦେଉଥିବା ଜଣାଯାଇଛି।

ନିୟତିଙ୍କ ବିବାହକୁ ନେଇ ତାରକ ମେହେତାର ପୂରା ଟିମ୍‌ ବେଶ୍‌ ଉତ୍ସାହିତ ଅଛନ୍ତି। ସୂଚନାନୁସାରେ ଶୋ’ର ପୂରା ଟିମ୍‌କୁ ପରିବାର ସହ ଏହି ବିବାହରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି। ସମସ୍ତେ ବିବାହରେ ଯୋଗ ଦେଇ ନିୟତିଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ଦିଅନ୍ତୁ ବୋଲି ଦିଲ୍ଲୀପ ଚାହୁଁଛନ୍ତି। ତେବେ ଶୋ’ର ମାତ୍ର ଜଣେ ବ୍ୟକ୍ତିତ୍ୱ ହିଁ ଏହି ବିବାହରେ ଯୋଗ ଦେଇପାରିବେ ନାହିଁ। ସେ ହେଉଛନ୍ତି ଦୟାବେନ୍‌।

ମିଡିଆ ରିପୋର୍ଟ ଅନୁସାରେ ଦୟାବେନ୍‌ ବା ଦିଶା ବକାନୀ ଏହି ବିବାହକୁ ଆସିବେ ନାହିଁ। କିନ୍ତୁ ଦିଶା ଆଗୁଆ ଶୁଭକାମନା ଜଣାଇଛନ୍ତି। ସେ ବିବାହ ପୂର୍ବରୁ ଦିଲ୍ଲୀପ ଯୋଶୀଙ୍କ ଘରକୁ ଯାଇ ତାଙ୍କୁ ଭେଟିବେ ବୋଲି ସୂଚନା ମିଳିଛି। ପ୍ରକାଶ ଯେ ଦିଲ୍ଲୀପ ଯୋଶୀଙ୍କ ଜ୍ୱାଇଁ ଜଣେ ଏନ୍‌ଆରଆଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.