ଦିଲ୍ଲୀପ କୁମାରଙ୍କ ଶେଷକୃତ୍ୟ ସଂପନ୍ନ, ଯୋଗଦେଲେ ବିଗ୍ ବି

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଲ୍ଲୀପ କୁମାରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ମୁମ୍ବାଇ ସାଣ୍ଟାକ୍ରୁଜ୍‌ ଜୁହୁ ସିମେଟ୍ରିରେ ଶେଷକୃତ୍ୟ ହୋଇଛି । କୋଭିଡ ସଂକ୍ରମଣ ପାଇଁ ସୀମିତ ଜନସମାଗମ ହୋଇଥିଲା । କେବଳ ପରିବାର ଓ ଘନିଷ୍ଠ ସଂପର୍କୀୟ ଯୋଗ ଦେଇଥିଲେ । ବହୁ ସେଲିବ୍ରିଟି ତାଙ୍କ ଘରେ ପହଞ୍ଚି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ତେବେ ଶେଷକୃତ୍ୟରେ ଯୋଗ ଦେଇଥିଲେ ବିଗ ବି ଅମିତାଭ ବଚ୍ଚନ୍‌ । ତାଙ୍କ ସହ ପୁଅ ଅଭିଷେକ ବଚ୍ଚନ ମଧ୍ୟ ଉପସ୍ଥିତ ଥିଲେ । ୧୯୮୩ରେ ଶକ୍ତି ଚଳଚିତ୍ରରେ ଦିଲ୍ଲୀପ କୁମାରଙ୍କ ସହ କାମ କରିଥିଲେ ଅମିତାଭ ବଚ୍ଚନ୍‌ । ଅନ୍ୟମାନଙ୍କ ଭିତରେ ନିର୍ଦ୍ଦେଶକ ସୁବାସ ଘାଇ ଶେଷକୃତ୍ୟରେ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.