ବନ୍ଦ ହୋଇଯିବ ଦିଲୀପ କୁମାରଙ୍କ ଟ୍ଵିଟର ଆକାଉଣ୍ଟ, ଫ୍ୟାନ୍ ହେଲେ ନିରାଶ

ଦିବଂଗତ ମହାନ ଅଭିନେତା ଦିଲୀପ କୁମାରଙ୍କ ଅଫିସିଆଲ ଟ୍ଵିଟର ଆକାଉଣ୍ଟ ବନ୍ଦ ହେବାକୁ ଯାଉଛି। ବୁଧବାର ତାଙ୍କ ଆକାଉଣ୍ଟରେ ଏହି ଘୋଷଣା କରାଯାଇଛି। ଦିଲୀପ କୁମାରଙ୍କ ପ୍ରବକ୍ତା ଫୈସଲ୍ ଫାରୁକୀ ବୁଧବାର ଦ୍ୱିପ୍ରହରରେ ଏକ ଟ୍ଵିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି କି, ‘ଅନେକ ଆଲୋଚନା ଏବଂ ବିଚାର-ବିମର୍ଶ ପରେ ତଥା ସାୟରା ବାନୋ ଜୀଙ୍କ ସହମତିରେ ମୁଁ ପ୍ରିୟର ଦିଲୀପ କୁମାର ସାବଙ୍କ ଏହି ଟ୍ଵିଟର ଆକାଉଣ୍ଟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆପଣଙ୍କ ନିରନ୍ତର ପ୍ରେମ ଓ ସମର୍ଥନ ପାଇଁ ଧନ୍ୟବାଦ’।
ଏହି ଅଫିସିଆଲ ଟ୍ଵିଟର ଆକାଉଣ୍ଟକୁ ବନ୍ଦ କରିବାର ଘୋଷଣା ଦିଲୀପ କୁମାରଙ୍କ ନିଧନର କିଛି ମାସ ପରେ କରାଯାଇଛି। କହି ରଖୁଛୁ, ଜୁଲାଇ ୭ରେ ଦିଲୀପ କୁମାରଙ୍କ ୯୮ ବର୍ଷ ବୟସରେ ପରଲୋକ ଘଟିଥିଲା। ସେ ବିଗତ କିଛିବର୍ଷ ଧରି ବୟସଜନିତ ରୋଗରେ ପୀଡ଼ିତ ଥିଲେ ଏବଂ ସହରର ହିନ୍ଦୁଜା ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ସେପଟେ ଦିଲୀପ କୁମାରଙ୍କ ଟ୍ଵିଟର ଆକାଉଣ୍ଟ ବନ୍ଦ ହେବାର ଘୋଷଣାକୁ ନେଇ ଫ୍ୟାନମାନେ ନିରାଶ ହୋଇଛନ୍ତି। କିଛି ଫ୍ୟାନ୍ ଏହି ଆକାଉଣ୍ଟକୁ ଅଭିନେତାଙ୍କ ସ୍ମାରକ ରୂପେ ଉପଯୋଗ କରିବାକୁ ଏବଂ ଏହା ମାଧ୍ୟମରେ ତାଙ୍କର ପୁରୁଣା ଫଟୋ ଓ ଭିଡିଓ ସେୟାର କରିବାକୁ ପରାମର୍ଶ ଦେଇଛନ୍ତି।
After much discussion and deliberation and with the consent of Saira Banu ji, I hv decided to close this twitter account of beloved Dilip Kumar Saab. Thank you for your continuous love and support.
-Faisal Farooqui pic.twitter.com/NAabHe1DZu— Dilip Kumar (@TheDilipKumar) September 15, 2021