ସାରା ବିଶ୍ୱର ସବୁଠୁ ଚର୍ଚ୍ଚିତ ଫ୍ୟାଶନ୍ ଇଭେଣ୍ଟ ମେଟ୍ ଗାଲା । ଚଳିତ ବର୍ଷ ଅର୍ଥାତ ୨୦୨୫ ମେଟ୍ ଗାଲାରେ ଶାହରୁଖ ଖାନ, କିଆରା ଆଡଭାନୀ ଏବଂ ପ୍ରିୟଙ୍କା ଚୋପ୍ରା ଯୋଗ ଦେବା ପରେ ଏବେ ପ୍ରସିଦ୍ଧ ଗାୟକ-ଅଭିନେତା ଦିଲଜିତ ଦୋସାଞ୍ଜ ମଧ୍ୟ ଏହି ଫ୍ୟାଶନ୍ ଇଭେଣ୍ଟରେ ଡେବ୍ୟୁ କରିବାର ଘୋଷଣା କରିଛନ୍ତି । ଦିଲଜିତ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । ଏହା ସହିତ ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ମେଟ୍ ଗାଲା-ଥିମ୍ ଡଲ୍ ସେୟାର କରିଛନ୍ତି ।
ଏହି ଫ୍ୟାଶନ୍ ଇଭେଣ୍ଟ ପାଇଁ ନିକଟରେ କିଙ୍ଗ ଖାନ ନ୍ୟୁୟର୍କରେ ପହଞ୍ଚିଛନ୍ତି । ବିମାନବନ୍ଦରରୁ ତାଙ୍କର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ପ୍ରତିବର୍ଷ ମେଟ୍ ଗାଲାର ଏକ ସ୍ୱତନ୍ତ୍ର ଥିମ୍ ଥାଏ ଏବଂ ବିଶେଷ ଅତିଥିମାନଙ୍କୁ ସେହି ଥିମ୍ ଅନୁସାରେ ପୋଷାକ ପିନ୍ଧିବାକୁ ପଡ଼ିଥାଏ । ଏବେ ଏହି ଇଭେଣ୍ଟରେ, ଦିଲଜିତ୍ ଦୋସାଞ୍ଜ ମଧ୍ୟ ନିଜର ୟୁନିକ୍ ଫ୍ୟାଶନ୍ ଏବଂ ଲୁକ୍ ସହିତ ସମସ୍ତଙ୍କ ହୃଦୟ ଜିତିବାକୁ ପ୍ରସ୍ତୁତ ।
ଦିଲଜିତ୍ ଦୋସାଞ୍ଜ ଏହି ସୋମବାର ଅର୍ଥାତ ୫ ମଇ, ୨୦୨୫ ମେଟ୍ ଗାଲା ରେଡ୍ କାର୍ପେଟରେ ନିଜର ଯାଦୁ ଦେଖାଇବା ପାଇଁ ଭାରତୀୟ ସେଲିବ୍ରିଟିଙ୍କ ଧାଡ଼ିରେ ସାମିଲ ହେଉଛନ୍ତି । ନିକଟରେ ଦିଲଜିତ୍ ଦୋସାଞ୍ଜ ଏହି ଖବର ଦେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଥିଲେ । ଏହା ସହ ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ‘First Time’ ଲେଖି ଏକ ନୋଟ୍ ସେୟାର କରିଥିଲେ, ଯେଉଁଥିରେ ଏକ ଘଣ୍ଟାର ଇମୋଜି ଥିଲା, ଯାହା ତାଙ୍କର ବଡ଼ ମେଟ୍ ଗାଲା ଡେବ୍ୟୁ ବିଷୟରେ ଇଙ୍ଗିତ କରିଥିଲା ।
ସୋମବାର ଦିନ ଆରମ୍ଭ ହେବାକୁ ଥିବା ଫ୍ୟାଶନ୍ ଇଭେଣ୍ଟ ପୂର୍ବରୁ କିଆରା ଆଡଭାନୀ ଏବଂ ଶାହରୁଖ ଖାନ ନ୍ୟୁୟର୍କରେ ପହଞ୍ଚି ସାରିଛନ୍ତି । ସୂଚନାଯୋଗ୍ୟ, ମେଟ୍ ଗାଲା ଗତ ୭୭ ବର୍ଷ ଧରି ଆୟୋଜିତ ହୋଇଆସୁଛି ଏବଂ ଏଥର ଅନେକ ବଲିଉଡ୍ ସେଲିବ୍ରିଟି ମଧ୍ୟ ରେଡ୍ କାର୍ପେଟରେ ସେମାନଙ୍କର ଫ୍ୟାଶନ୍ ଶୋ’ କରିବାର ଦେଖାଯିବେ । ମେଟ୍ ଗାଲା ନ୍ୟୁୟର୍କ ସହରରେ ଅନୁଷ୍ଠିତ ହେବ ଏବଂ ପ୍ରତିବର୍ଷ ମେଟ୍ରୋପଲିଟାନ୍ ମ୍ୟୁଜିୟମ୍ ଅଫ୍ ଆର୍ଟରେ ଆୟୋଜିତ ହୁଏ ।
ଏଥର ମେଟ୍ ଗାଲାର ଥିମ୍ ‘ସୁପରଫାଇନ୍: ଟେଲରିଂ ବ୍ଲାକ୍ ଷ୍ଟାଇଲ୍’ ଯାହା ବ୍ଳାକ୍ ଫ୍ୟାଶନ୍ ହେରିଟେଜ ଦ୍ୱାରା ଅନୁପ୍ରାଣିତ । ଇଭେଣ୍ଟର ଡ୍ରେସ୍ କୋଡ୍ ବିଷୟରେ କହିବାକୁ ଗଲେ, ଏହା ‘ଟେଲର୍ଡ ଫର୍ ୟୁ’ ଉପରେ ଆଧାରିତ । ଏହି ଇଭେଣ୍ଟ ନ୍ୟୁୟର୍କରେ ଅପରାହ୍ନ ୪.୩୦ ଏବଂ ଭାରତୀୟ ସମୟ ୬ ମଇ ସକାଳ ୩:୦୦ ଟାରେ ଆରମ୍ଭ ହେବ ।
Also read: ଲଞ୍ଚ ହେଲା ଫିଲ୍ମ ‘ଟୋମଚି’ର ଜବରଦସ୍ତ ଟ୍ରେଲର୍, ଛୁଆଙ୍କୁ ବହୁତ ପସନ୍ଦ ଆସିବ ଏହାର କାହାଣୀ