ମେଟ ଗାଲାରେ ପଞ୍ଜାବୀ ଲୁକରେ ନଜର ଆସିଲେ ଦିଲଜିତ ଦୋସାଞ୍ଜ, ଲୁକ କିଣିନେଲା ସମସ୍ତଙ୍କ ମନ

ଚର୍ଚ୍ଚିତ ଫ୍ୟାଶନ ଇଭେଣ୍ଟ ଶୋ ମେଟ୍ ଗାଲାରେ ଅନେକ ଅଭିନେତା ଅଭିନେତ୍ରୀ ପହଞ୍ଚିଛନ୍ତି । ଠିକ୍ ସେହିପରି ପ୍ରଥମ କରି ଶୋରେ ଏଣ୍ଟ୍ରି କରିଛନ୍ତି ଦିଲଜିତ ଦୋସାଞ୍ଜ । ସେ କେବଳ ଭଲ ଅଭିନେତା ନୁହଁନ୍ତି ବରଂ ଜଣେ ଭଲ ସିଙ୍ଗର ମଧ୍ୟ । କିନ୍ତୁ ସେ ଫ୍ୟାଶନ ଶୋରେ ଏକ ଭିନ୍ନ ଗେଟଅପରେ ନଜର ଆସିବାକୁ ଯାଉଛନ୍ତି । ତାଙ୍କ ଗେଟଅପର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ସେୟାର କରିଛନ୍ତି  ।

ଦିଲଜିତ ଦୋସାଞ୍ଜ କେତେବେଳେ ଗୀତ ମାଧ୍ୟମରେ ଫ୍ୟାନ୍ସଙ୍କ ମନ ଜିତୁଛନ୍ତି ତ ଆଉ କେତେବେଳେ ପୁଣି ଚମତ୍କାର ଅଭିନୟ ଯାଦୁରେ ପ୍ରଶଂସକମାନଙ୍କ ହୃଦୟ ଜିତିପାରିଛନ୍ତି । ଦେଶ ବିଦେଶରେ ସବୁଠି ସେ ପ୍ରଶଂସକମାନଙ୍କ ହୃଦୟରେ ରାଜ କରିଆସୁଛନ୍ତି । ଏହାରି ମଧ୍ୟରେ ପ୍ରଥମ କରି ଫ୍ୟାଶନ ଇଭେଣ୍ଟ ଶୋ ମେଟ୍ ଗାଲା ପାଇଁ ଡେଭ୍ୟୁ ଦେଇଛନ୍ତି । ଦିଲଜିତଙ୍କ ପ୍ରଥମ ଲୁକର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କୁ ରାଜକୀୟ ପୋଷାକରେ ଦେଖିବାକୁ ମିଳିଛି । ପଞ୍ଜାବ ରାଜକୁମାର ହୋଇ ମେଟ୍ ଗାଲାର ରେଡ୍ କାର୍ପେଟରେ ଚାଲିଛନ୍ତି । ଶୋରେ ସମସ୍ତଙ୍କ ମନ ଚୋରି କରିଥିଲେ ।  ଭୁପିନ୍ଦର ସିଂଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଯଦି ତାଙ୍କ ଲୁକ୍ ବିଷୟରେ କୁହାଯିବ ତେବେ ମେଟ୍ ଗାଲାରେ ଧଳା ରଙ୍ଗର ଟ୍ରାଡିସନାଲ ଆଉଟଫିଟ ସହିତ ପଗଡି ଏବଂ ଖଣ୍ଡା ଧରିଥିଲେ । ସେ ନେଇଥିବା ଗେଟଅପ୍ ନେପାଳୀ-ଆମେରିକୀୟ ଡିଜାଇନ ଥିଲା । ଯେଉଁଥିରେ ତାଙ୍କର ଗୋଟିଏ ଭିନ୍ନ ଧରଣର ଷ୍ଟାଇଲିସ ଲୁକ୍ କ୍ରିଏଟ କରୁଥିଲା । ଏହା ବ୍ୟତୀତ ସେ ଏହାକୁ ନିଜ ସଂ ସ୍କୃତିର ଗର୍ବରେ ଏଭଳି ଭିନ୍ନ ଧରଣର ପୋଷାକ ପିନ୍ଧିଥିଲେ । ଆଡୱରୀ ଏବଂ ଗୋଲ୍ହ ଆଉଟଫିଟରେ ଆଟ୍ରାକ୍ଟିଭଲୁକକୁ କ୍ରିଏଟ କରୁଥିଲା । ତାଙ୍କ ପଗଡି ଖୁବ ସୁନ୍ଦର ଭାବେ ସଜା ଜାଇଥିଲା । ଯେଉଁଥିରେ କାରୁ କାର୍ଯ୍ୟ ସହିତ କିଛି ମନ୍ତ୍ର ଲେକାଯାଇଥିଲା । ତା’ ସହିତ ଆଉଟଫିଟକୁ ମ୍ୟାଚିଂ କରି ଗହଣାରେ ମଧ୍ୟ ନିଜକୁ ସଜାଇଥିଲେ ଦିଲଜିତ୍ ଦୋସାଞ୍ଜ । ଯାହା ଫଳରେ ତାଙ୍କର ଗୋଟିଏ ପରଫେକ୍ଟ ଲୁକଟି କମ୍ପ୍ଲିଟ ହୋଇପାରିଥିଲା । ରାଜାଙ୍କ ଭଳି ହାତରେ ଖଣ୍ଡାକୁ ମଧ୍ୟ ସାମିଲ କରିଥିଲେ ।

ଅନ୍ୟପଟେ ଦୋସାଞ୍ଜଙ୍କ କ୍ୟାଟୱାକ୍ ସମୟରେ ଅନେକ ଫଟୋ ତାଙ୍କର ନିଆଯାଇଥିଲା । ଯାହା ପରେ ତାଙ୍କୁ ଫ୍ୟାନ୍ସ ପଞ୍ଜାବର ରାଜକୁମାର ବୋଲି କହୁଥିବାର ଶୁଣିବାକୁ ମିଳୁଛି । ଦିଲଜିତଙ୍କ ସମେତ ଏଥିରେ କିଆରା ଆଡୱାନୀ, ପ୍ରିୟଙ୍କା ଚୋପ୍ରା, ଶାହରୁକ ଖାନଙ୍କ ଭଳି ଚର୍ଚ୍ଚିତ କଳାକାର ଏଥିରେ ସାମିଲ ହୋଇଛନ୍ତି । ଆଶ୍ଚର୍ଯ୍ୟ ଜନକ କଥା ହେଉଛି ଯେ, ଦୀର୍ଘ ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ପୁରୁଷ ପୋଷାକ ଉପରେ ଦୃଷ୍ଟି ଦିଆଯାଇଥିଲା ।

Also Read : ମେଟ୍ ଗାଲାରେ ବ୍ଲାକ୍-ଗୋଲ୍ଡେନ୍ ଆଉଟଫିଟ୍ ପିନ୍ଧି ଫ୍ୟାନ୍ସଙ୍କୁ ଦିୱାନା କଲେ କିଆରା, ଫ୍ଲଣ୍ଟ କଲେ ବେବି ବମ୍ପ