ଆନ୍ଦୋଳନ କରୁଥିବା ଚାଷୀଙ୍କୁ ୧ କୋଟି ଦାନ କଲେ ଦିଲଜିତ ଦୋସାଞ୍ଜ, ଭାଇରଲ ହେଉଛି ଭିଡିଓ

ପଞ୍ଜାବୀ ସିଙ୍ଗର ତଥା ବଲିଉଡ ଅଭିନେତା ଦିଲଜିତ ଦୋସାଞ୍ଜ ଚାଷୀଙ୍କ ମନ ଜିଣିନେଇଛନ୍ତି। ଦିଲଜିତ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ୧ କୋଟି ଟଙ୍କା ଦାନ କରିଛନ୍ତି। ଏହି ପଇସାରେ ଚାଷୀମାନଙ୍କ ପାଇଁ ଗରମ କପଡ଼ା ଯୋଗାଇ ଦିଆଯିବ। ଶୀତ ଦିନରେ ପଞ୍ଜାବର ଶତାଧିକ ଚାଷୀ ବସି ଧାରଣା ଦେଉଛନ୍ତି। ତେଣୁ ଦିଲଜିତ ଏପରି ପଦକ୍ଷେପ ନେଇଛନ୍ତି। ଏହି ବିଷୟରେ ପଞ୍ଜାବୀ ସିଙ୍ଗର ସିଙ୍ଘା ଏକ ଭିଡିଓ ମେସେଜ କରି ଜଣାଇଛନ୍ତି ଏବଂ ଦିଲଜିତଙ୍କ ଏପରି ଯୋଗଦାନ ପାଇଁ ପ୍ରଶଂସା ମଧ୍ୟ କରିଛନ୍ତି।

diljit-kangana

କେବଳ ଏତିକି ନୁହେଁ, ବରଂଏହି ଚାଷୀଙ୍କ ଦାବିକୁ ସରକାର ଜଲଦି ମାନି ନିଅନ୍ତୁ ବୋଲି କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି। ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ଦିଲଜିତ ଦୋସାଞ୍ଜଙ୍କ ମଧ୍ୟରେ ଚାଷୀ ଆନ୍ଦୋଳନ ଯୋଗୁଁ ବିତର୍କ ଲାଗିଥିଲା। ଦୁହେଁ ପରସ୍ପରକୁ ଟ୍ବିଟରରେ ଜବାବ ଦେଇଥିଲେ। କିନ୍ତୁ ଏବେ ଦୁହେଁ ଟ୍ବିଟରରେ ଲଢ଼ିବା ବନ୍ଦ କରିଦେଇଛନ୍ତି।

Leave A Reply

Your email address will not be published.