ବଲିଉଡର ଲୋକପ୍ରିୟ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜକୁ ଧମକ । ଧମକ ଦେଇଛି ଖଲିସ୍ତାନୀ ଆତଙ୍କୀ ଗୁରପନ୍ତୱନ୍ତ ସିଂହ ପନ୍ନୁ । ନଭେମ୍ବର ୧ରେ ହେବାକୁ ଥିବା ଦିଲଜିତଙ୍କ ସିଡନୀ କନସର୍ଟକୁ ରଦ୍ଦ କରିବାକୁ ଧମକ ମିଳିଛି । ଖଲିସ୍ତାନୀ ଆତଙ୍କୀ କନସର୍ଟ ନ ହେବାକୁ ଧମକ ଦେଇଛି । ପନ୍ନୁର ଏହି ଧମକ ସହିତ ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ସହିତ ଜଡିତ ରହିଛନ୍ତି ।
ଖବର ମୁତାବକ, ଦିଲଜିତ ବିଗ୍ ବି ଶୋକୁ ଯାଇ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଥିଲେ । ଆଉ ଏହା ୧୯୮୪ରେ ହୋଇଥିବା ନରସଂହାର ପୀଡିତଙ୍କ ପାଇଁ ଅପମାନ । ଦିଲଜିତ ଅମିତାଭ ବଚ୍ଚନଙ୍କ ପାଦ ଛୁଇଁ ପୀଡିତଙ୍କୁ ଅପମାନ କରିଛନ୍ତି ବୋଲି ପନ୍ନୁ କହିଛି । ଦିଲଜିତ ଏମିତି କରି ୧୯୮୪ ନରସଂହାରର ପୀଡିତ, ଅନାଥ ଏବଂ ବିଧବାଙ୍କୁ ଅପମାନ କରିଛନ୍ତି ।
ପନ୍ନୁ କହିବା ମୁତାବକ, ୧୯୮୪ ନରସଂହାର କରିଥିବା ଲୋକଙ୍କ ସମର୍ଥନ କରିଥିଲେ ଅମିତାଭ ବଚ୍ଚନ । ଆଉ ଏମିତି ଲୋକର ପାଦ ଛୁଇଁ ଦିଲଜିତ ପ୍ରତି ପୀଡିତ, ବିଧବା ଏବଂ ଦଙ୍ଗାରେ ଅନାଥ ହୋଇଥିବା ପିଲାଙ୍କୁ ଅପମାନ କରିଛନ୍ତି ।
ତେବେ ନଭେମ୍ବର ୧ ତାରିଖରେ ସିଡନୀରେ ଦିଲଜିତଙ୍କ କନସର୍ଟ ରହିଥିବା ବେଳେ ଅକାଳ ତଖ୍ତ ସାହେବ ପକ୍ଷରୁ ଶିଖ ନରସଂହର ସ୍ମୃତି ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
Also Read : ଚର୍ଚ୍ଚାରେ ବିବେକ ଓବେରୟ, ରାମାୟଣ ଫିଲ୍ମରୁ ତାଙ୍କର ଫିସ୍ କରିବେ ଦାନ