ରତନ ଟାଟାଙ୍କ ମୃତ୍ୟୁ ଖବର ଶୁଣି ଭାଙ୍ଗିପଡିଲେ ଦିଲଜିତ ଦୋସାଞ୍ଜ, ଅଧାରୁ ବନ୍ଦ କଲେ କନସର୍ଟ

ରତନ ଟାଟାଙ୍କ ବିୟୋଗରେ ପଞ୍ଜାବୀ ସୁପରଷ୍ଟାର ଦିଲଜିତ ଦୋସାଞ୍ଜ ନିଜ କନସର୍ଟକୁ ଅଧାରେ ବନ୍ଦ କରିଛନ୍ତି । ରତନ ଟାଟାଙ୍କ ଦେହାନ୍ତ ଖବର ଶୁଣିବା ପରେ ଦିଲଜିତ ଜର୍ମାନୀରେ କରୁଥିବା କନସର୍ଟକୁ ଅଧାରୁ ରୋକି ଦେଇଛନ୍ତି । କନସର୍ଟ ମଝିରେ ରତନ ଟାଟାଙ୍କ ଦେହାନ୍ତ ଖବର ଶୁଣି ଭାବୁକ ହୋଇ ପଡିଥିଲେ । ଆଉ ଅଧାରୁ ରୋକି ଶ୍ରଦ୍ଧାଞ୍ଜଳି ଏବଂ ସମ୍ମାନ ଦେଇଥିଲେ । ତାଙ୍କ ବିଷୟରେ କିଛି ଖାସ୍‌ କଥା ମଧ୍ୟ କହିଥିଲେ ।

ଏହାଛଡା ଦିଲଜିତ କହିଛନ୍ତି, ଆପଣ ସମସ୍ତେ ରତନ ଟାଟାଙ୍କ ବିଷୟରେ ଜାଣିଛନ୍ତି । ତାଙ୍କର ପରଲୋକ ହୋଛି । ମୋ ତରଫରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ତାଙ୍କ ବିଷୟରେ କହିବା ବହୁତ ଜରୁରୀ । ନିଜ ଜୀବନରେ ସଫଳତା ପାଇବା ପରେ ମଧ୍ୟ ସେ କଠିନ ପରିଶ୍ରମ କରିଛନ୍ତି । କେବେ ବି କାହା ବିଷୟରେ ଚର୍ଚ୍ଚା କରନ୍ତି ନାହିଁ । ଆଜି ଆମେ ଦେଶର ରତ୍ନକୁ ହରାଇଛୁ । ମୋତେ କେବେ ବି ରତନ ଟାଟାଙ୍କ ସହିତ ସାକ୍ଷାତ କରିବାକୁ ସୁଯୋଗ ମିଳିନାହିଁ । କିନ୍ତୁ ମୁଁ ତାଙ୍କୁ ନିଜର ଆଦର୍ଶ ବୋଲି ଗ୍ରହଣ କରିଛି । ତେବେ ଏହା କହି ବହୁତ କାନ୍ଦିଥିଲେ ଦିଲଜିତ ।

 

View this post on Instagram

 

A post shared by TEAM DOSANJH (@teamdiljitglobal)

ଦେଶର ବିଶିଷ୍ଟ ଶିଳ୍ପତି ରତନ ଟାଟାଙ୍କ ପରଲୋକ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ୮୬ ବର୍ଷ ବୟସରେ ମୁମ୍ବାଇର ଏକ ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଆଜି ତାଙ୍କ ଅନ୍ତିମ ସଂସ୍କାର ଅପରାହ୍ନ ୪ଟାରେ ରାଜକୀୟ ସମ୍ମାନ ସହିତ ସମ୍ପନ୍ନ ହେବ । ଏହାପୂର୍ବରୁ ତାଙ୍କ ପାର୍ଥିବ ଶରୀରକୁ ନରୀମନ ପଏଣ୍ଟର NCPA ଲନରେ ଶେଷ ଦର୍ଶନ ପାଇଁ ରଖଯାଇଛି । ରତନ ଟାଟା ପାର୍ସୀ ସଂପ୍ରଦାୟର ହୋଇଥିବା ବେଳେ ଅନ୍ତିମ ସଂସ୍କାର ହିନ୍ଦୁ ପରମ୍ପରା ଅନୁସାରେ ହେବ । ୪୫ ମିନିଟ ପାଇଁ ପ୍ରାର୍ଥନା କରାଯିବ । ଏହାପରେ ଅନ୍ତିମ ସଂସ୍କାର ପ୍ରକ୍ରିୟା ସମାପ୍ତ ହେବ ।