ଡିମ୍ପି ଗାଙ୍ଗୁଲି ତୃତୀୟ ଥର ମା’ ହେଲେ, ପାଣିରେ ଜନ୍ମଦେଲେ ଶିଶୁପୁତ୍ର; ସେୟାର କଲେ ନବଜାତକର ଫଟୋ

ଅଭିନେତ୍ରୀ ଡିମ୍ପି ଗାଙ୍ଗୁଲିଙ୍କ ପରିବାରରେ ଖୁସିର ଲହରୀ। ଡିମ୍ପି ତୃତୀୟ ଥର ପାଇଁ ମା’ ହୋଇଛନ୍ତି। ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଡିମ୍ପି ଗାଙ୍ଗୁଲିଙ୍କର ୩ ସନ୍ତାନ ଅଛନ୍ତି। ପ୍ରଥମେ ଏକ ଝିଅ, ପରେ ଏକ ପୁଅ ଏବଂ ବର୍ତ୍ତମାନ ସେ ଆଉ ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଛନ୍ତି।

୨୭ ଜୁଲାଇରେ ଡିମ୍ପି ଗାଙ୍ଗୁଲି ଓ ରୋହିତ ଶିଶୁପୁତ୍ରର ମା’, ବାପା ହୋଇଛନ୍ତି। ସୋସିଆଲ ମିଡିଆରେ ଫ୍ୟାନମାନଙ୍କ ସହ ଏହି ଖୁସି ଖବର ସେୟାର କରିବାକୁ ଯାଇ ଡିମ୍ପି ପୁଅର ପ୍ରଥମ ଫଟୋ ମଧ୍ୟ ସେୟାର କରିଛନ୍ତି। ରିପୋର୍ଟ ମୁତାବକ, ଡିମ୍ପି ନ୍ୟାଚୁରାଲ ଅନମେଡିକେଟେଡ୍‌ ଓ୍ଵାଟର ବାର୍ଥ (ଉଷୁମ ପାଣିରେ ଶିଶୁ ଜନ୍ମ ଦେବାର ପ୍ରକ୍ରୟା) ଦେଇଛନ୍ତି।

ଏ ବିଷୟରେ ସୂଚନା ଦେବାକୁ ଯାଇ ଡିମ୍ପି ସୋସିଆଲ ମିଡିଆରେ ପୋଷ୍ଟ୍‍ ଲେଖିଛନ୍ତି, ‘ଆମେ କରି ଦେଖାଇଲୁ। ସମ୍ପୂର୍ଣ୍ଣ ଭାବେ ନ୍ୟାଚୁରାଲ ବାର୍ଥ ଦେଇଛି। ଏହା ପୂରାପୂରି ଜାଗ୍ରତ କଲା ଭଳି, ଶକ୍ତି ଦେଲା ଭଳି ଏବଂ ମୋ ଜୀବନର ଚ୍ୟାଲେଞ୍ଜିଙ୍ଗ୍‌ ଅନୁଭୂତି ଥିଲା। ମୁଁ କହି ପାରିବି ଯେ ଲାଇଫ୍‌ରେ ସବୁଠାରୁ ସୁନ୍ଦର ଜିନିଷ ଆମ ପାଖରେ ଆମ ଶରୀର ରହିଛି। ଯଦି ଆପଣ ନିଜ ଶରୀର ଉପରେ ଭରସା ରଖୁଛନ୍ତି ଏବଂ ତାହାକୁ ଇଜ୍ଜତ ଦେଉଛନ୍ତି, ତା’ ହେଲେ ତାହା ଅଦ୍ଭୁତ ଜିନିଷ କରି ପାରିବ’।

dimpy4
photo: bollywoodshaadis

ସେ ଏହା ମଧ୍ୟ ଲେଖିଛନ୍ତି କି, ‘ଏହା ପୂର୍ବରୁ ମୋର ଦୁଇ ପିଲାଙ୍କ ଜନ୍ମ ପ୍ରାକୃତିକ ଉପାୟରେ ହୋଇଥିଲା’। ତେବେ ଡିମ୍ପି ଏଥିପାଇଁ ନିଜ ପାର୍ଟନରଙ୍କୁ ବହୁତ ସପୋର୍ଟିଭ ବୋଲି କହିଛନ୍ତି ଏବଂ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.