ମନୋରଂଜନ

ରିଲିଜ ହେଲା ଶାହାରୁଖଙ୍କ ଫିଲ୍ମ ‘ଡଙ୍କି’, ଫିଲ୍ମ ଦେଖିବାକୁ ଯାଇ ହଲ୍‌ ବାହାରେ କୁସ୍ତି ଲଢିଲେ ଫ୍ୟାନ୍ସ

ଆଜି ବଡ଼ ପରଦାରେ ରିଲିଜ୍ ହୋଇଛି ଶାହାରୁଖଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଡଙ୍କି’ । ରିଲିଜ ହେବା ପ୍ରଥମ ଦିନରେ ଫ୍ୟାନ୍ସ ଏହାକୁ ବହୁତ ପ୍ରଶଂସା କରୁଛନ୍ତି । ଗଦର-୨ ଠାରୁ ବଡ଼ ଓପନିଂ ପାଇଁ ଯୋଜନା କରିଛି ଶାହାରୁଖଙ୍କ ଏବର୍ଷର ତୃତୀୟ ଫିଲ୍ମ ଡଙ୍କି। ଶାହାରୁଖଙ୍କ ଏହି ଫିଲ୍ମ ଦେଖିବାକୁ ସିନେପ୍ରେମୀଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ବଢିଛି । ବୁଧବାର ସୁଦ୍ଧା ଫିଲ୍ମ ‘ଡଙ୍କି’ର ପ୍ରାୟ ୪ ଲକ୍ଷ ଟିକେଟ ଆଡଭାନ୍ସ ବୁକିଂ ହୋଇଛି ।

ସେପଟେ ଆସନ୍ତାକାଲି ବଡ ପରଦାକୁ ଆସିବ ସାଉଥ ସେନସେସନ ପ୍ରଭାସଙ୍କ ହାଇବଜେଟ ସିନେମା ‘ସାଲାର’ । ଶାହାରୁଖଙ୍କ ଡଙ୍କି ତୁଳନାରେ ପ୍ରଭାସଙ୍କ ସାଲାରର ଅଧିକ ଆଡଭାନ୍ସ ବୁକିଂ ଚାଲିଛି । ‘ସାଲାର’ର ୮ଲକ୍ଷ ଟିକେଟ ଆଡାଭାନ୍ସ ବୁକିଂ ହୋଇଛି ।

ଫିଲ୍ମ ଦେଖିବାକୁ ଯାଇଥିବା ଫ୍ୟାନ୍ସଙ୍କ ଏକ ଭିଡିଓ ଭାଇରଲ ହେଉଛି । ଏହାକୁ ଦେଖିବା ପରେ ଶାହାରୁଖ ନିଜକୁ ମଧ୍ୟ ରୋକିପାରିନାହାନ୍ତି । ଶାହାରୁଖ ଏହି ଭିଡିଓରେ ପ୍ରତିକ୍ରିୟା ଦେଇଛନ୍ତି ।

ସାମ୍ନାକୁ ଆସିଥିବା ଭିଡିଓରେ ଶାହାରୁଖ ଫ୍ୟାନ୍ସ କୁସ୍ତି ଲଢୁଥିବାର ଦେଖିବାକୁ ମିଳିଛି । ଡଙ୍କିରେ ଶାହାରୁଖଙ୍କ ଭୂମିକା ନାମ ହାର୍ଡି ରହିଛି । ତେଣୁ ଫିଲ୍ମ ଦେଖିବା ବେଳେ ହାର୍ଡି-ହାର୍ଡି ନାରା ଦେଉଛନ୍ତି । ମୁମ୍ବାଇର ଗେଟି ଗ୍ୟାଲେକ୍ସି ସିନେମାଘରେ ଘଟିଛି । ପ୍ରଥମ ଶୋ ସକାଳ ୫.୫୫ ମିନିଟରେ ରହିଥିବା ବେଳେ ଶାହାରୁଖ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ।

ଏହି ଭିଡିଓକୁ ନେଇ ଶାହାରୁଖ କହିଛନ୍ତି, ମୋ ଫିଲ୍ମ ଦେଖିବାକୁ ଯାଇଛ, ଯାଅ… କ’ଣ ବାହାରେ କୁସ୍ତି କରିବ । ଯାଆନ୍ତୁ ଦେଖନ୍ତୁ, ଆଉ ମୋତେ ଜଣାନ୍ତୁ ଫିଲ୍ମ ଦେଖି ମଜା ଆସିଲା ନା ନାହିଁ ।

ଡଙ୍କିରେ ଶାହରୁଖଙ୍କ ସମେତ ବୋମନ ଇରାନି, ଭିକି କୌଶଲ୍, ବିକ୍ରମ କୋଚାର୍, ଅନୀଲ ଗୋଭର, ତାପସୀ ପନ୍ନୁ ଙ୍କ ଦମଦାର୍ ଅଭିନୟ ଦେଖିବାକୁ ମିଳିବ। ଫିଲ୍ମ ନିର୍ମାତା ରାଜକୁମାର ହିରାନୀ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ଥ୍ରୀ ଇଡିଅଟ୍ସ ଏବଂ ପିକେ ଭଳି ହିରାନୀଙ୍କ ଡଙ୍କି ବି ରେକର୍ଡ କରିବ ବୋଲି ଅନୁମାନ କରାଯାଉଛି।

Swagatika

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

10 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

15 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago