‘ଦ ଏମ୍ପାୟର’ ର ଫାଷ୍ଟ ଲୁକ୍ ରିଲିଜ, ସାମ୍ନାକୁ ଆସିଲା ଡିନୋ ମୋରେୟାଙ୍କ ନୂଆ ଲୁକ୍

ଖବୁଶୀଘ୍ର ପରଦାକୁ ଆସିବାକୁ ଯାଉଛି ଡିନୋ ମୋରେୟାଙ୍କ ଫିଲ୍ମ ‘ ଦ ଏମ୍ପାୟର’। ଏହି ଫିଲ୍ମର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି। ବହୁ ପ୍ରତୀକ୍ଷା ପରେ ଡିନୋଙ୍କ ନୂଆ ଅବତାର ଦେଖିବାକୁ ମିଳିବ।

ଏହାକୁ ନେଇ ଡିନୋ କହିଛନ୍ତି କି, ‘ ଦ ଏମ୍ପାୟର’ରେ ମୋ ଲୁକ୍ ଏତେ ଭୟଙ୍କର ଏବଂ କ୍ରୁର ରହିଛି, ଯାହା ବିଷୟରେ କେହି ବି କଳ୍ପନା କରିନଥିଲେ। ଏଥିରେ ଡିନୋଙ୍କ ଚୁଟି, ଡ୍ରେସ ଏବଂ ମୁହଁରେ ଥିବା ଚିହ୍ନ ବେଶ ଘାତକ ଦେଖିବାକୁ ରହିଛି। କିନ୍ତୁ ମେକଅପ୍ ଏବଂ ଡ୍ରେସ ଡିଜାଇନର ଟିମ ପରଫେକ୍ଟ ଲୁକ ତିଆରି କରିବା ପାଇଁ ବହୁତ ଭଲ କାମ କରିଛନ୍ତି।

 

View this post on Instagram

 

A post shared by Dino Morea (@thedinomorea)

‘ ଦ ଏମ୍ପାୟର’କୁ ନିଖିଲ ଆଡଭାନୀ ଏବଂ ଏମ୍ମା ଏଣ୍ଟରଟେନମେଣ୍ଟ ଦ୍ବାରା ନିର୍ମିତ ଏବଂ ମିତାକ୍ଷରା କୁମାରଙ୍କ ଦ୍ବାରା ନିର୍ଦ୍ଦେଶିତ ଏବଂ ମୋନିଶା ଆଡଭାନୀ ଏବଂ ମଧୁ ଭୋଜବାନୀଙ୍କ ଦ୍ବାରା ନିର୍ମିତ। ଏହା ଡିଜନୀ ପ୍ଲସ ହଟଷ୍ଟାରରେ ଷ୍ଟ୍ରିମିଂ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.