ରାଜ୍ ଖୋଲିଲେ ସୀତା, କହିଲେ ରାମାୟଣ ସୁଟିଂ ବେଳେ ପରଦା ପଛର କାହାଣୀ

୮୦ ଦଶକରେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିବା ରାମାୟଣ ସିରିୟଲ ଏବେ ପୁଣିଥରେ ଦୂରଦର୍ଶନରେ ପ୍ରସାରିତ ହେଉଛି। ପୂର୍ବ ଭଳି ଏବେ ବି ଦର୍ଶକ ଏହି ପୌରାଣିକ ଧାରାବାହିକ ଦେଖିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ଇତି ମଧ୍ୟରେ ରାମାୟଣରେ ସୀତାଙ୍କ ଭୂମିକାରେ ଅଭିନୟ କରୁଥିବା ଦୀପିକା ଚିଖଲିଆ ସିରିୟଲ ସୁଟିଂ ବେଳେ କ୍ୟାମେରା ପଛପଟେ କେମିତି ଚାଲିଥିଲା ତାହା କହିଛନ୍ତି।

ନିକଟରେ ସେ ନିଜ ଟ୍ୱିଟରରେ ରାମାୟଣ ସୁଟିଂ ବେଳର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ରାମାନନ୍ଦ ସାଗର, ଅରୁଣ ଗୋଭିଲ ଓ ଦୀପିକା ଚିଖଲିଆଙ୍କୁ ଦେଖିବାକୁ ମିଳିଛି। ରାମାନନ୍ଦ ସାଗର ରାମ ଓ ସୀତାଙ୍କୁ କିଛି ବୁଝାଉଛନ୍ତି। ସେ ହାତରେ ଏକ ବହି ଧରି କିଛି ସୂଚନା ଦେଉଛନ୍ତି। ଏହି ଫଟୋ ସେୟାର କରି ଦୀପିକା କ୍ୟାପସନରେ ଲେଖିଛନ୍ତି “କ୍ୟାମେରା ପଛପଟେ…”

ସେ ଏହି ଫଟୋ ମାଧ୍ୟମରେ ଜଣାଇଛନ୍ତି ଯେ ସୁଟିଂ ବନ୍ଦ ଥିବା ସମୟରେ କଳାକାରମାନେ କଣ କରୁଥାନ୍ତି। ଦୀପିକାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଏହା ପୂର୍ବରୁ ମଧ୍ୟ ଦୀପିକା ରାମାୟଣ ସୁଟିଂ ବେଳର ଫଟୋ ସେୟାର କରିଥିଲେ। ପୂର୍ବରୁ ସେ ରାମାୟଣର ସମସ୍ତଙ୍କ କଳାକାରଙ୍କ ଫଟୋ ସେୟାର କରିଥିଲେ। ଏଥିସହ ସେ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡ଼ଭାନୀଙ୍କ ସହ ଫଟୋ ସେୟାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.