ରାମାୟଣ ସୁଟିଂ ଚାଲିଥିବା ବେଳେ ଗଛ ଉପରେ ଝୁଲୁଥିଲା ବିରାଟ ସାପ, ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ସୀତା ଲେଖିଲେ..

ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ସୀତା ଭୂମିକାରେ ଅଭିନୟ କରିଥିଲେ ଦୀପିକା ଚିଖଲିୟା ଏବଂ ତାଙ୍କ ଚରିତ୍ର ମଧ୍ୟ ବହୁତ ସ୍ମରଣୀୟ ଥିଲା । ଲକଡାଉନ୍ ସମୟରେ ଦୂରଦର୍ଶନରେ ‘ରାମାୟଣ’ ପ୍ରସାରିତ ହୋଇଥିଲା ଏବଂ ଏହା ଜବରଦସ୍ତ ପ୍ରତିକ୍ରିୟା ମଧ୍ୟ ପାଇଥିଲା । ତେବେ ରାମାୟଣ ସହିତ ଜଡିତ ଅଭିନେତାମାନେ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି ଏବଂ ସେମାନଙ୍କର ସ୍ମୃତି ସେୟାର କରୁଛନ୍ତି । ‘ରାମାୟଣ’ର ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ଏବେ ସୁଟିଂ ସମୟରେ ଘଟିଥିବା ଏକ ମଜାଦାର ଘଟଣା ସେୟାର କରିଛନ୍ତି । ଦୀପିକା ଚିଖାଲିଆ ଏହାକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ତାହେଲେ ଆସନ୍ତୁ ଜାଣିବା କଣ ସେହି ଘଟଣା ।

 

View this post on Instagram

 

There is a story behind this scene ….so I shared …we were busy with the shoot, learning lines and so on…the day was as normal as could be, after the scene got over our cameraman Ajit naik (cinematography) came to tell us please vacate the place and don’t stand underneath the tree and we were wondering all the three actors as to what was the hurry and why so abrupt …he asked all the technicians also to clear the field ..sagar Saab was also wondering what happened …and then he pointed out to a huge fat snake on the tree and what followed after that was we all RAN for our life🤣 sooo many memories 😊….#memories#ramayan#sagarworld# tree#banyantree#snake#fear#phobia#umbergoan#studio#sets#actors#actress#costume

A post shared by Dipika (@dipikachikhliatopiwala) on


‘ରାମାୟଣ’ର ସୀତା ବା ଦୀପିକା ଚିଖଲିଆ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରି ଲେଖିଛନ୍ତି,’ ଏହି ସିନ ପଛରେ ଏକ କାହାଣୀ ଅଛି । ଯାହା ମୁଁ ଆପଣଙ୍କୁ କହିବାକୁ ଯାଉଛି । ଆମେ ସମସ୍ତେ ଶୁଟିଂରେ ବ୍ୟସ୍ତ ଥିଲୁ ଏବଂ ନିଜର ଡାଇଲଗ ଗୁଡିକ ମାନେ ପକାଉଥିଲୁ । ଏହି ଦିନଟି ଅନ୍ୟ ଦିନ ପରି ସ୍ୱାଭାବିକ ଥିଲା । ସିନ ଶେଷ ହେବାପରେ କ୍ୟାମେରାମ୍ୟାନ ଅଜିତ ନାୟକ ଆମ ତିନିଜଣଙ୍କ ନିକଟକୁ ଆସି କହିଥିଲେ ଯେ ଏହି ସ୍ଥାନକୁ ଶୀଘ୍ର ଖାଲି କର ଏବଂ ଗଛ ତଳେ ଠିଆ ହୁଅନାହିଁ । ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ ଏବଂ କାହିଁକି ସେ ଏପରି କହୁଛନ୍ତି ତାହା ଭାବିବା ସମୟରେ ସେ ଟେକ୍ନିସିଆନମାନଙ୍କୁ ମଧ୍ୟ ଶୀଘ୍ର ସ୍ଥାନ ଖାଲି କରିବାକୁ କହିଥିଲେ । ସାଗର ସାହେବ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ କଣ ହେଉଛି । ତା’ପରେ ସେ ଇସାରା ଦେଇଥିଲେ ଯେ ଗଛ ଉପରେ ଏକ ବିରାଟ ସାପ ଝୁଲୁଛି ଆଉ ତାପରେ ସଙ୍ଗେ ସଙ୍ଗେ ଆମେ ସେଠାରୁ ଦୌଡ଼ିଥିଲୁ ।

Leave A Reply

Your email address will not be published.