୩୦ ବର୍ଷ ପରେ ପୁଣିଥରେ ଛୋଟ ପରଦାକୁ ଫେରୁଛନ୍ତି ଦୀପିକା ଚିଖଲିଆ

୧୯୮୭ ମସିହାର ସାଗର ପ୍ରଡକ୍ସନ ହାଉସର ଲୋକପ୍ରିୟ ଟିଭି ଶୋ’ ରାମାୟଣରେ ସୀତା ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ଦୀପିକା ଚିଖଲିଆ ପୁଣି ଥରେ ଛୋଟ ପରଦାକୁ ଫେରିଛନ୍ତି । ୩୦ରୁ ଅଧିକ ବର୍ଷ ବିତି ଯାଇଥିଲେ ବି ଏହି ଧାରାବାହିକର କ୍ରେଜ୍‌ ବର୍ତମାନ ସୁଦ୍ଧା କମି ନାହିଁ । ଗତ ବର୍ଷ ଲକ୍‌ଡାଉନ୍‌ ସମୟରେ ‘ରାମାୟଣ’ର ପୁନଃପ୍ରସାରଣ କରାଯାଇଥିବା ବେଳେ ଏହାକୁ ଦେଶେ କୋଟି କୋଟି ଦର୍ଶକ ଦେଖିବା ପାଇଁ ଆଗ୍ରହ କରିଥିଲେ । ଏହା ପରେ ସମସ୍ତଙ୍କ ହୃଦୟରେ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲେ ଦୀପିକା ।

 

View this post on Instagram

 

A post shared by Dipika (@dipikachikhliatopiwala)

 

ମିଳିଥିବା ଖବର ଅନୁଯାୟୀ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ପୁଣି ଥରେ କ୍ୟାମେରା ସାମ୍ନାକୁ ଫେରନ୍ତୁ ବୋଲି ପ୍ରଶଂସକ ମାନେ ଡିମାଣ୍ଡ କରିଥିଲେ । ପ୍ରଶଂସକଙ୍କ ଭଲ ପାଇବାକୁ ଦେଖି ପୁଣି ଥରେ ସାଗର ପ୍ରଡକ୍ସନର ଏକ ପୌରାଣିକ ଧାରାବାହିକ ମାଧ୍ୟମରେ ଛୋଟ ପରଦାକୁ କମବ୍ୟାକ କରୁଛନ୍ତି ଦୀପିକା । ଏହାର ଖୁଲାସା ଦୀପିକା ସୋସିଆଲ ମିଡିଆ ମାଧ୍ୟମରେ ଖୁଲାସ କରିଛନ୍ତି । ଲାଲ ରଙ୍ଗର ଶାଢ଼ୀ ସହ ଭାରି ଜୁଏଲାରୀରେ ଦୀପିକା ସାକ୍ଷାତ ମା’ ସୀତାଙ୍କ ପରି ଦେଖା ଯାଉଥିବା ବେଳେ ଖୁବ ସୁନ୍ଦର ଲାଗୁଛନ୍ତି । ଦୀପିକାଙ୍କ ଏହି ଫଟୋକୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଏହି ଖବର ପାଇବା ପରେ ଦର୍ଶକ ମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି।

ଏହା ସହିତ ଦୀପିକା ରାମାୟଣରେ କାମ କରିବା ପୂର୍ବରୁ କିଛି ଫିଲ୍ମରେ ମଧ୍ୟ କାମ କରିଥିଲେ । ଦୀପିକା ଚିଖଲିଆ ୧୯୮୩ରେ ଫିଲ୍ମ’ସୁନ୍ ମେରୀ ଲୈଲା’ ମାଧ୍ୟମରେ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ଫିଲ୍ମ’ଭଗବାନ୍ ଦାଦା, ‘ଖୁଦାଇ’ ଭଳି ଅନେକ୍ ଫିଲ୍ମରେ କାମ କରିଛନ୍ତି ।