ଅର୍ଜୁନ ବିଜଲାନୀ ‘ଖତରୋଁ କେ ଖିଲାଡି ସିଜନ ୧୧’ ଜିତିଥିବା ନେଇ ଚର୍ଚ୍ଚା, ଫିନାଲେ ଏପିସୋଡ୍‌ ଟେଲିକାଷ୍ଟ ପୂର୍ବରୁ ସ୍ତ୍ରୀ କରିଦେଲେ ସ୍ପଷ୍ଟ

ଷ୍ଟଣ୍ଟ ରିୟାଲିଟି ଶୋ’ ‘ଖତରୋଁ କେ ଖିଲାଡି ସିଜନ ୧୧’ର ଫିନାଲେ ଚଳିତ ସପ୍ତାହ ୨୫-୨୬ ସେପ୍ଟେମ୍ବରରେ ଟେଲିକାଷ୍ଟ ହେବ। ଟପ୍‌-୫ ଫାଇନାଲିଷ୍ଟଙ୍କୁ ନେଇ ଗ୍ରାଣ୍ଡ ଫିନାଲେ ଏପିସୋଡ୍‌ ମଙ୍ଗଳବାର ୨୧ ସେପ୍ଟେମ୍ବରରେ ଶୁଟ୍‌ କରାଯାଇଥିଲା। ତେବେ ଟିଭିରେ ଫିନାଲେ ଏପିସୋଡ୍‌ ଆସିବା ପୂର୍ବରୁ ହିଁ ବିଜେତାଙ୍କ ନାମକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି।

ଚର୍ଚ୍ଚା ହେଉଛି କି, ଅର୍ଜୁନ ବିଜଲାନୀ ‘ଖତରୋଁ କେ ଖିଲାଡି ସିଜନ ୧୧’ର ବିଜେତା ହୋଇଛନ୍ତି। ଧାକଡ଼ ଗାର୍ଲ ଦିବ୍ୟାଙ୍କା ତ୍ରିପାଠୀ ପ୍ରଥମ ରନର ଅପ୍‌ ହୋଇଛନ୍ତି। ଟପ୍‌ ୨ରେ ଦିବ୍ୟାଙ୍କା ଓ ଅର୍ଜୁନ ବିଜଲାନୀ ଥିଲେ। ଦୁଇଜଣଙ୍କ ମଧ୍ୟରେ ଜବରଦସ୍ତ ମୁକାବିଲା ହୋଇଥିଲା। ଶେଷରେ ବାଜି ମାରି ନେଇଥିଲେ ଅର୍ଜୁନ। ତେବେ ଏହି ଖବର ଅଫିସିଆଲି ଭାବେ ସେତେବେଳେ ଜଣାପଡ଼ିବ, ଯେବେ ଓ୍ଵିକେଣ୍ଡରେ ଫିନାଲେ ଏପିସୋଡ୍‌ ଟେଲିକାଷ୍ଟ ହେବ। ଏହାରି ଭିତରେ ଫ୍ୟାନ୍‌ମାନେ ଅର୍ଜୁନ ବିଜଲାନୀଙ୍କୁ ତାଙ୍କ ବିଜୟ ପାଇଁ ଶୁଭେଚ୍ଛା ଜଣାଇବା ବି ଆରମ୍ଭ କରି ଦେଇଛନ୍ତି।

arjun2
photo: Celebrity Tadka

ଖାସ୍‌ କଥା ହେଉଛି, ଅର୍ଜୁନ ବିଜଲାନୀଙ୍କ ସ୍ତ୍ରୀ ନିଜ ଇନ୍‌ଷ୍ଟା ଷ୍ଟୋରୀରେ ଟ୍ରଫିର ଫଟୋ ସେୟାର କରି ସ୍ପଷ୍ଟ କରି ଦେଇଛନ୍ତି ଯେ ଏହି ଅଭିନେତା ହିଁ ଶୋ’ ଜିତିଛନ୍ତି। ସେପଟେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିବା ପରେ କିଛି ୟୁଜର ଅର୍ଜୁନ ବିଜଲାନୀଙ୍କ ବିଜୟକୁ ଫିକ୍ସଡ ବୋଲି କହିଛନ୍ତି। ସେମାନଙ୍କ କହିବା ହେଲା, ସେ କଲର୍ସ ଚ୍ୟାନେଲର ଚେହେରା। ଏଥିପାଇଁ ମେକର୍ସ ତାଙ୍କୁ ଓ୍ଵିନର କରିଛନ୍ତି। ଦିବ୍ୟାଙ୍କା ତ୍ରିପାଠୀ ଓ ରାହୁଲ ବୈଦ୍ୟଙ୍କ ଫ୍ୟାନ୍ସ ବହୁତ ନିରାଶ ହୋଇଛନ୍ତି। ୟୁଜରମାନେ ଅର୍ଜୁନଙ୍କ ତୁଳନାରେ ଦିବ୍ୟାଙ୍କାଙ୍କୁ ଅଧିକ ଡିଜର୍ଭିଙ୍ଗ୍‌ ବୋଲି କହିଛନ୍ତି।