‘ବଡେ ଅଚ୍ଛେ ଲଗତେ ହୈ ୨’ ପାଇଁ ଦିଶା ପରମାରଙ୍କ ନାଁ ଫାଇନାଲ, ୮ ବର୍ଷ ପୁଣିଥରେ ନକୁଲଙ୍କ ସହ ଆସିବେ ନଜର

ଟିଭିର ଲୋକପ୍ରିୟ ସିରିୟଲ ‘ବଡେ ଅଚ୍ଛେ ଲଗତେ ହୈ’ର ଦ୍ୱିତୀୟ ସିଜନ୍‌ର କାଷ୍ଟକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି। ଏହି ସିରିୟଲର ଲିଡ୍‌ ଅଭିନେତ୍ରୀ ପାଇଁ ପ୍ରଥମେ ଦିବ୍ୟାଙ୍କା ତ୍ରିପାଠୀଙ୍କୁ ଆପୋଚ୍‌ କରାଯାଇଥିଲା। କିନ୍ତୁ ସେ ଶୋ’ ପାଇଁ ମନା କରିଦେଇଥିଲେ। ଏବେ ନୂଆ ଖବର ଆସୁଛି ଯେ ‘ବଡେ ଅଚ୍ଛ ଲଗତେ ହୈ’ର ଦ୍ୱିତୀୟ ସିଜନ୍‌ ପାଇଁ ନକୁଲ ମେହେତାଙ୍କ ଅପୋଜିଟ୍‌ରେ ଦିଶା ପରମାରଙ୍କ ନାଁ ଫାଇନାଲ କରାଯାଇଛି। ଏହି ସିରିୟଲରେ ପୁଣିଥରେ ନକୁଲ ମେହେତା ଓ ଦିଶା ପରମାରଙ୍କ ଯୋଡ଼ିଙ୍କୁ ଦେଖିବାକୁ ମିଳିବ।

ରିପୋର୍ଟ ମୁତାବକ, ନକୁଲ ମେହେତାଙ୍କ ଅପୋଜିଟ୍‌ ଲିଡ୍‌ ଅଭିନେତ୍ରୀ ପାଇଁ ଅନେକ ଫିମେଲ ଆକ୍ଟ୍ରେସ୍‌ଙ୍କ ନାଁ ଚର୍ଚ୍ଚାକୁ ଆସିବା ପରେ ମେକର୍ସ ଦିଶା ପରମାରଙ୍କୁ ଫାଇନାଲ କରିଛନ୍ତି। ଦିଶା ଏବେ ଏହି ଅପକମିଂ ଶୋ’ର ନୂଆ ଫେସ୍‌ ହେବେ।

 

View this post on Instagram

 

A post shared by DPV (@dishaparmar)

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ବି ଦିଶା ନକୁଲ ମେହେତାଙ୍କ ସହ ଟିଭି ଶୋ’ ପ୍ୟାର କା ଦର୍ଦ ହେ ମିଠା ମିଠା ପ୍ୟାରା ପାରାରେ ଏକାଠି କାମ କରିସାରିଛନ୍ତି। ଏହି ଶୋ’ ୨୦୨୧ରେ ଆସିଥିଲା ଓ ୨୦୧୪ ଯାଏଁ ଚାଲିଥିଲା। ଶୋ’ରେ ଦିଶାଙ୍କ ପଙ୍ଖୁଡ଼ି ଚରିତ୍ରକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.