ଅଲଗା ହୋଇନାହାନ୍ତି ଟାଇଗର ଶ୍ରଫ୍ ଓ ଦିଶା ପାଟନୀ, ଗୁଜବ ଥିଲା ବ୍ରେକ୍ଅପ୍ ଖବର

ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ ଓ ଦିଶା ପାଟନୀଙ୍କ ସମ୍ପର୍କକୁ ନେଇ ଗତ କିଛି ଦିନ ହେବ ବିଭିନ୍ନ ଖବର ସାମ୍ନାକୁ ଆସୁଛି। କୁହାଯାଉଛି ଯେ ଏହି ଯୋଡ଼ି ଅଲଗା ହୋଇଯାଇଛନ୍ତି। ଉଭୟଙ୍କର ବ୍ରେକ୍ଅପ୍ ହୋଇଛି। ଏହି ଖବର ଗତ କିଛି ଦିନ ହେଲା ଚର୍ଚ୍ଚାରେ ରହିଛି। ଏହି କପଲ ଅଲଗା ହେବା ପଛର କାରଣ ବିବାହ ବୋଲି ଆଲୋଚନା ହେଉଛି। ଦିଶା ଖୁବ୍ ଶୀଘ୍ର ଟାଇଗରଙ୍କୁ ବିବାହ କରିବାକୁ ଚାହୁଁଥିବା ବେଳେ ଟାଇଗର କିନ୍ତୁ ଏବେ ବାହା ହେବାକୁ ପ୍ରସ୍ତୁତ ନାହାନ୍ତି। ଏଣୁ ଏହି ଯୋଡ଼ି ନିଜ ନିଜ ରାସ୍ତା ଅଲଗା କରି ଦେଇଛନ୍ତି ବୋଲି କୁହାଯାଉଛି।
ଏହି ଯୋଡ଼ିଙ୍କ ବ୍ରେକ୍ଅପ୍ ଖବର ଶୁଣିବା ପରେ ଫ୍ୟାନ୍ ମହଲରେ ନିରାଶା ଖେଳିଯାଇଥିଲା। କିନ୍ତୁ ଇତି ମଧ୍ୟରେ ଫ୍ୟାନ୍ଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ବ୍ରେକ୍ଅପ୍ ଖବର ମଧ୍ୟରେ ଟାଇଗର ଶ୍ରଫ୍ଙ୍କ ଏକ ପୋଷ୍ଟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଏହାକୁ ଦେଖିବା ପରେ ଆଶା କରାଯାଉଛି ଯେ ଏହି ଯୋଡ଼ିଙ୍କର ବ୍ରେକ୍ ଅପ୍ ହୋଇନାହିଁ। ଉଭୟେ ଏବେ ବି ଏକାଠି ଅଛନ୍ତି।
ଟାଇଗର ଶ୍ରଫ୍ ନିଜ ଷ୍ଟୋରୀରେ ଦିଶା ପାଟନୀଙ୍କୁ ପ୍ରଶଂସା କରିଛନ୍ତି। ନିକଟରେ ଦିଶା ପାଟନୀଙ୍କ ଫିଲ୍ମ ଏକ ଭିଲେନ୍ ରିଟର୍ଣ୍ଣସ ବକ୍ସ ଅଫିସରେ ରିଲିଜ୍ ହୋଇଛି ଓ ତାଙ୍କ ଫିଲ୍ମକୁ ଦର୍ଶକଙ୍କ ଭଲ ରେସ୍ପନ୍ସ ମିଳିଛି। କିନ୍ତୁ ଏସବୁ ମଧ୍ୟରେ ଦିଶାଙ୍କ ବୟଫ୍ରେଣ୍ଡ୍ ଟାଇଗର ଶ୍ରଫ୍ ମଧ୍ୟ ତାଙ୍କ ଫିଲ୍ମ ଏକ ଭିଲେନ୍ ରିଟର୍ଣ୍ଣସ ଦେଖିଛନ୍ତି ଓ ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ ପୋଷ୍ଟ ସେୟାର କରି ଦିଶାଙ୍କ ପ୍ରଶଂସା କରିଛନ୍ତି। ପୋଷ୍ଟ ସେୟାର କରି ଟାଇଗର ଲେଖିଛନ୍ତି, ବହୁତ ଦମ୍ଦାର ଫିଲ୍ମ ଓ ପୂରା ଷ୍ଟାର କାଷ୍ଟ ଖୁବ୍ ସୁନ୍ଦର ପରଫର୍ମାନ୍ସ ଦେଇଛନ୍ତି।

ଅନ୍ୟପଟେ ଟାଇଗରଙ୍କ ଏହି ଷ୍ଟୋରୀକୁ ଦିଶା ମଧ୍ୟ ନିଜ ଇନ୍ଷ୍ଟାଗ୍ରାମ୍ ଷ୍ଟୋରୀରେ ସେୟାର କରିଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଉଭୟଙ୍କ ବ୍ରେକ୍ଅପ୍ ଖବର ଏକ ଗୁଜବ। ଦିଶା ପାଟନୀ ଓ ଟାଇଗର ଶ୍ରଫ୍ ଗତ ୬ ବର୍ଷ ହେଲାଣି ପରସ୍ପରକୁ ଡେଟ୍ କରୁଛନ୍ତି। ଉଭୟଙ୍କୁ ଅନେକ ଥର ଏକାଠି ସ୍ପଟ୍ ମଧ୍ୟ କରାଯାଇଛି। ଦୀର୍ଘ ଦିନ ହେଲାଣି ଫ୍ୟାନ୍ମାନେ ମଧ୍ୟ ଏହି ଯୋଡ଼ିଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି। ତେବେ ଏମାନେ କେବେ ବିବାହ କରୁଛନ୍ତି ଏବେ ତାହାକୁ ଅପେକ୍ଷା।
Also Read: ପୁଣିଥରେ ଭୂମିକମ୍ପ ଝଟ୍କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୬.୦