ବଲିଉଡ୍‌ ଡିଭା ଦିଶା ପାଟନି କଲେ ଫଟୋ ସେସନ୍‌, ଭିଡିଓ ଦେଖି ଫ୍ୟାନ୍‌ ହେଲେ ଫିଦା

ବଲିଉଡ୍‌ର ଡିଭା ତଥା ନ୍ୟାସନାଲ୍‌ କ୍ରସ୍‌ ଅଭିନେତ୍ରୀ ଦିଶା ପାଟନି ନିଜ ଫିଲ୍ମ ସହ ଷ୍ଟାଲିସ୍‌ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଫଟୋ ହେଉ ବା ଭିଡିଓ ସୋସିଆଲ ମିଡିଆରେ ସବୁବେଳେ ଆଗରେ ଥାଏ। ନିକଟରେ ଦିଶା ପାଟନି ଏକ ଫଟୋସୁଟ୍‌ କରିଥିଲେ। ଫଟୋରେ ତାଙ୍କ ଅନ୍ଦାଜ୍‌ ଖୁବ୍‌ ହଟ୍‌କେ ଥିଲା।

 

View this post on Instagram

 

🌸

A post shared by disha patani (paatni) (@dishapatani) on

ଦିଶା ପାଟନି ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଫଟୋ ସହ ଭିଡିଓକୁ ମଧ୍ୟ ସେୟାର କରିଛନ୍ତି। ଭିଡିଓରେ ଦିଶା ଏକ କମଳା ରଙ୍ଗର ଗାଉନ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଫ୍ୟାନ୍‌ମାନେ ମଧ୍ୟ ଖୁବ୍‌ ପସନ୍ଦ କରିଛନ୍ତି। କିଛି ସମୟ ମଧ୍ୟରେ ଭିଡିଓକୁ ହଜାରେରୁ ଅଧିକ ଲାଇକ୍‌ ଓ କମେଣ୍ଟ ମିଳିଛି।

ଏହାସହ ପଢ଼ନ୍ତୁ:  ମମି କରୀନାଙ୍କ ଉପରେ ରାଗିଲେ ତୈମୁର, ଫଟୋଗ୍ରାଫର ବି ଏହି କୁନି ନଓ୍ଵାବଙ୍କ ରାଗରୁ ପଡ଼ିଲେନି ବାଦ୍‌

 

View this post on Instagram

 

🐥🌸

A post shared by disha patani (paatni) (@dishapatani) on

ସୂଚନାଯୋଗ୍ୟ ଯେ, ଦିଶା ପାଟନି ଶେଷ ଥର ପାଇଁ ସଲମାନ ଖାନ୍‌ଙ୍କ ସହ ଭାରତରେ ନଜର ଆସିଥିଲେ। ଏହି ଫିଲ୍ମରେ ଦିଶା ଓ ସଲମାନଙ୍କ କେମେଷ୍ଟ୍ରିକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ। ବର୍ତ୍ତମାନ ଦିଶା ମଲଙ୍ଗ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି।

ଆଗକୁ ପୁଣି ଥରେ ଦିଶା ଓ ସଲମାନଙ୍କ ଯୋଡ଼ିକୁ ଦର୍ଶକେ ‘ଇଦ୍‌ ରାଧେ କି’ରେ ଦେଖିବାକୁ ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.