ସଲ୍‌ମାନଙ୍କ ରାଜ୍‌ ଖୋଲିଲେ ଦିଶା ପଟାନୀ, କହିଲେ ସେ ଜଣେ…

ସବୁଥର ଭଳି ଏଥରକ ଇଦ୍‌ରେ ମଧ୍ୟ ସଲମାନ୍‌ ଖାନ୍‌ ଫ୍ୟାନ୍‌ଙ୍କୁ ଇଦି ଭେଟି ଦେବାକୁ ଯାଉଛି। ଚଳିତବର୍ଷ ଇଦ୍‌ରେ ସଲମାନଙ୍କ ରାଧେ:ଇଓର ମୋଷ୍ଟ ଓ୍ଵାଣ୍ଟେଡ୍‌ ଭାଇ ପ୍ରେକ୍ଷାଳୟକୁ ଆସିବ। ଏହି ଫିଲ୍ମରେ ସଲ୍ଲୁଙ୍କ ସହ ପୁଣିଥରେ ନଜର ଆସିବେ ଅଭିନେତ୍ରୀ ଦିଶା ପଟାନୀ। ଭାରତ ଫିଲ୍ମ ପରେ ଦ୍ୱିତୀୟ ଥର ପାଇଁ ଦିଶା ଏହି ଫିଲ୍ମରେ ସଲମାନଙ୍କ ସହ ସ୍କ୍ରିନ୍‌ ସେୟାର କରିବେ। ଏସବୁ ମଧ୍ୟରେ ଏବେ ସଲମାନ୍‌ଙ୍କ ବିଷୟରେ ଦିଶା ପଟାନୀ ଏକ ବଡ଼ ବୟାନ ଦେଇଛନ୍ତି।

ଏକ ସାକ୍ଷାତକାରରେ ଦିଶା କହିଛନ୍ତି ଯେ ସଲ୍‌ମାନଙ୍କ ସହ ପୁଣିଥରେ କାମ କରିବାକୁ ସେ ଖୁବ୍‌ ଉତ୍ସାହିତ ଅଛନ୍ତି। ସଲମାନ୍‌ ଜଣେ ବିନମ୍ର ଓ ଦୟାଳୁ ବ୍ୟକ୍ତି। ଏଥିସହ ସେ ସଲମାନଙ୍କୁ ସାଣ୍ଟା କ୍ଲଜ୍‌ ମଧ୍ୟ କହିଛନ୍ତି। ସଲମାନ ସବୁବେଳେ ଫ୍ୟାନ୍‌ଙ୍କ ଖୁସି ପାଇଁ କିଛି ନା କିଛି କରିଥାନ୍ତି। କେବଳ ଏତିକି ନୁହେଁ, ସେ ଏହି ବର୍ଷ ମଧ୍ୟ ଫ୍ୟାନ୍‌ଙ୍କୁ କ୍ରିସମାସ୍‌ ଗିଫ୍ଟ ଦେବାକୁ ଯାଉଛନ୍ତି ବୋଲି କହିଛନ୍ତି ଦିଶା। ତେବେ ଦିଶାଙ୍କୁ ଏହି ଫିଲ୍ମରେ ଅଭିନୟ କରିବା ସହ ପ୍ରଯୋଜନା ପାଇଁ ମଧ୍ୟ ଅଫର ମିଳିଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି।

ଏହାସହ ପଢ଼ନ୍ତୁ: ସୁଇମିଂପୁଲରେ ହଟ୍‌ ଅନ୍ଦାଜରେ ନଜର ଆସିଲେ ଆଲିଆ ଭଟ୍ଟ, ଭାଇରାଲ ହେଉଛି ଫଟୋ

 

View this post on Instagram

 

#RadheEid2020 . . . Day 1

A post shared by Chulbul Pandey (@beingsalmankhan) on

ଏ ଅବସରରେ ସେ ସଲମାନଙ୍କ ସହ କାମ କରିବା ବେଳର କିଛି ଅନୁଭୂତି ମଧ୍ୟ ସେୟାର କହିଛନ୍ତି। ସେ ଆଜି ପର୍ଯ୍ୟନ୍ତ ଯେତେ ଲୋକଙ୍କୁ ଭେଟିଛନ୍ତି ସମସ୍ତଙ୍କ ମଧ୍ୟରୁ ସଲମାନ ହିଁ ଏକମାତ୍ର ଲୋକ ଯିଏ ନମ୍ର ଓ ଦୟାଳୁ ବୋଲି କହିଛନ୍ତି ଦିଶା। ସୂଚନାଯୋଗ୍ୟ ଯେ ଭାରତ ଫିଲ୍ମରେ ଦିଶା ପଟାନୀ ଓ ସଲ୍‌ମାନଙ୍କ କେମେଷ୍ଟ୍ରିକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ। ଖୁବ୍‌ଶୀଘ୍ର ଏହି ଅଭିନେତ୍ରୀଙ୍କୁ ‘ମଲଙ୍ଗ’ ଫିଲ୍ମରେ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.