ସମୁଦ୍ର କୂଳରେ ବିକିନୀ ପିନ୍ଧି ନଜର ଆସିଲେ ଦିଶା ପଟାନୀ, ସୋସିଆଲ ମିଡିଆରେ ହେଲେ ଟ୍ରୋଲ

ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ସୋସିଆଲ ମିଡିଆରେ ବହୁ ସକ୍ରିୟ ରହିଥାନ୍ତି। ସେ ଇନଷ୍ଟାଗ୍ରାମରେ ନିଜର ଫଟୋ ସେୟାର କରି ଚର୍ଚ୍ଚାରେ ରହିଥାନ୍ତି। ଏମିତି ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ସମୁଦ୍ର କୂଳରେ ବିକିନୀ ପିନ୍ଧିଥିବା ନଜର ଆସିଛନ୍ତି। ଦିଶାଙ୍କ ଏପରି ଫଟୋକୁ ନେଇ ବଲିଉଡ ଅଭିନେତ୍ରୀ କ୍‌ଷ୍ଣା ଶ୍ରଫ ଏବଂ ଆଏଶା ଶ୍ରଫ କମେଣ୍ଟ କରିଛନ୍ତି।

ଦିଶାଙ୍କ ଏହି ଫଟୋରେ ୧୭ ଲକ୍ଷ ୟୁଜର୍ସ ଲାଇକ୍ ଏବଂ ସେୟାର କରିଛନ୍ତି। ଦିଶାଙ୍କ ଅନେକ ଫ୍ଯାନ ମଧ୍ୟ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି। ଦିଶା ସୋସିଆଲ ମିଡିଆରେ ବୋଲ୍ଡ ଫଟୋ ସେୟାର କରିଥାନ୍ତି। ସେଥିପାଇଁ ଦିଶାଙ୍କୁ ୪ କୋଟିରୁ ଉର୍ଦ୍ଧ୍ବ ଲୋକ ଇନଷ୍ଟାଗ୍ରାମରେ ଫଲୋ କରନ୍ତି।

disha

ଦିଶାଙ୍କ ଏହି ବିକିନୀ ଫଟୋକୁ ଦେଇ ଯେତିକି ଚର୍ଚ୍ଚା ଚାଲିଛି, ସେତିକି ଟ୍ରୋଲ ହୋଇଛନ୍ତି। ଦିଶାଙ୍କ ବୋଲ୍ଡ ଲୁକ୍ ପାଇଁ ଦିୱାଲି ପଟାଖା ଭଳି କମେଣ୍ଟ କରି ୟୁଜର୍ସ ଟ୍ରୋଲ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.