ବଟନ୍ ନ ଦେଇ କ୍ରପ୍ ଟପ୍ ପିନ୍ଧି ଟ୍ରୋଲ ହେଲେ ଦିଶା ପାଟନୀ, ଲୋକେ କହିଲେ- ଦ୍ଵିତୀୟ ଉର୍ଫି ଜାଭେଦ

ବୋଲଡ ଓ ବିୟୁଟି ଫୁଲ ଦିଶା ପାଟନୀ ସବୁବେଳେ ନିଜ ଲୁକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ବିକିନି ଲୁକକୁ ଫ୍ୟାନ ଖୁବ ପସନ୍ଦ କରିଥାନ୍ତି। କିନ୍ତୁ ଦିଶା ଏବେ ଏମିତି ଡ୍ରେସ ପିନ୍ଧିଛନ୍ତି, ଯେଉଁଥିପାଇଁ ପ୍ରବଳ ଟ୍ରୋଲ ହେଉଛନ୍ତି।

ନିକଟରେ ଦିଶାଙ୍କୁ ଏକ ସାଙ୍ଗ ସହ ପବ୍ଲିକ ପ୍ଲେସରେ ସ୍ପଟ କରାଯାଇଥିଲା। ଏ ଅବସରରେ ଦିଶା ସାଧାରଣ ଗେଟ୍ ଅପ୍ ରେ ଥିଲେ। ସେ ଏକ ଧଳା ରଙ୍ଗର କ୍ରପ୍ ଟପ୍ ପିନ୍ଧିଥିଲେ। ଏହି ଡ୍ରେସର ସାମ୍ନା ପଟ ବଟନ୍ ଖୋଲା ଥିଲା। ପ୍ରବଳ ପବନ ହେଉଥିବାରୁ ତାଙ୍କ କ୍ରପ୍ ଟପ୍ ଆଗ ଆଡୁ ଉଡୁଥିଲା। ଦିଶା ଏହାକୁ ବାରମ୍ବାର ଠିକ କରୁଥିବା ଦେଖାଯାଇଥିଲା।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ତାଙ୍କ ଡ୍ରେସିଂ ସେନ୍ସ ଉପରେ ପ୍ରବଳ ରାଗୁଥିବା ଦେଖାଯାଇଛି। କିଛି ୟୁଜର ତ ତାଙ୍କୁ ଉର୍ଫି ଜାଭେଦ ଓ ପୁନମ ପାଣ୍ଡେଙ୍କ ସହ ବି ତୁଳନା କରିଛନ୍ତି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Viral Bhayani (@viralbhayani)

ସୋସିଆଲ ମିଡିଆ ୟୁଜର ଦିଶାଙ୍କୁ ଦ୍ଵିତୀୟ ଉର୍ଫି ଜାଭେଦ ବୋଲି ସମ୍ବୋଧିତ କରିଛନ୍ତି। ସେହିପରି ଆଉ ଜଣେ ଲେଖିଛନ୍ତି- କେହି ୟାଙ୍କୁ କୁହ ଯେ ଏଇ ଡ୍ରେସ ତାଙ୍କ ମାପର ନୁହେଁ।

ପ୍ରକାଶ ଯେ ଏବେ ଦିଶା ବିଭିନ୍ନ କାରଣ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କ ଫିଲ୍ମ ଏକ ଭିଲେନ ରିଟର୍ଣ୍ଣ ରିଲିଜ ହୋଇଛି। ଅନ୍ୟପଟେ ଦିଶା ଓ ଟାଇଗରଙ୍କ ବ୍ରେକ ଅପ୍ କଥା ମଧ୍ୟ ଏବେ ଚର୍ଚ୍ଚାରେ ରହିଛି। ସୂଚନା ଯୋଗ୍ୟ ଯେ ଦିଶା ଓ ଟାଇଗର ୬ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଅଲଗା ହୋଇଛନ୍ତି।

Also Read: କଭି ଇଦ୍ କଭି ଦିୱାଲିରୁ ବିଦା ହେଲେ ଶେହନାଜ୍‌ ଗିଲ୍‌, ଇନ୍‌ଷ୍ଟାଗ୍ରାମ୍‌ରେ ସଲମାନ୍‌ ଖାନ୍‌ଙ୍କୁ କଲେ ଅନ୍‌ଫଲୋ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.