ପୁଣି ‘ତାରକ ମେହଟ୍ଟାକା ଉଲ୍‌ଟା ଚଷମା’ କୁ ଫେରିବେ ଦୟାବେନ୍‌, ଏଭଳି ଗ୍ରାଣ୍ଡ ଏଣ୍ଟ୍ରିର ପ୍ଲାନ କରିଛନ୍ତି ମେକର୍ସ

‘ତାରକ ମେହଟ୍ଟାକା ଉଲ୍‌ଟା ଚଷମା’ ଧାରାବାହିକକୁ ଫେରୁଛନ୍ତି ଦୟା ଭାବି ଓରଫ ଅଭିନେତ୍ରୀ ଦିଶା ବକାନି। ସେ ଗତ ୨୦୧୭ ମସିହା ସେପ୍ଟେମ୍ବର ମାସରୁ ସୋ’ରେ ଦେଖିବାକୁ ମିଳୁନଥିଲେ। ନଭେମ୍ବରରେ ଦିଶା ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ଛୁଟିରେ ଥିଲେ। ଏବେ ପୁଣି ଥରେ ସେ ସୋ’କୁ ଫେରିବାକୁ ଯାଉଛନ୍ତି।

taarak-mehtaପିଲା ଜନ୍ମ ଦେବାର ଏକ ବର୍ଷ ପରେ ବି ସୋ’କୁ ନଫେରିବାକୁ ଦର୍ଶକଙ୍କୁ ଏପରି ଲାଗିଥିଲା ଯେ ସେ ହୁଏତ ଆଉ ସୋ’ କରିବେ ନାହିଁ। ମାତ୍ର ନିକଟରେ ନିର୍ମାତା ଅସିତ ମୋଦୀଙ୍କୁ ପଚରାଯିବା ପରେ ସେ ଦିଶାଙ୍କୁ ଫେରିବା ନେଇ ସବୁଜ ସଂକେତ ଦେଇଛନ୍ତି।

ଏହାସହ ପଢନ୍ତୁ: ଜୀବନର ପ୍ରତିବନ୍ଧକକୁ ଖାତିର୍ ନକରି ଉଦାହରଣ ପାଲଟିଛନ୍ତି…

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଦିଶା ବକାନିଙ୍କର ‘ତାରକ ମେହଟ୍ଟାକା ଉଲ୍‌ଟା ଚଷମା’ରେ ଧମାକାଦାର ପ୍ରବେଶ ହେବ। ପୂର୍ବରୁ ଦିଶା ବକାନିଙ୍କ ଭୂମିକାରେ ଆଉ କାହାକୁ ଅବତୀର୍ଣ୍ଣ କରାଯାଇପାରେ ବୋଲି ଦର୍ଶକମାନେ ଅନୁମାନ କରୁଥିଲେ। ମାତ୍ର ଅସିତ ମୋଦୀ ଏପରି ଏକ ଚର୍ଚ୍ଚାକୁ ଗୁଜବର ନାମ ଦେଇଛନ୍ତି। ଏହି ଖବର ଏବେ ଦିଶାଙ୍କ ପ୍ରଶଂସଙ୍କ ଭିତରେ ଖୁସିର ମାହୋଲ୍ ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.