”ଖତରୋ କେ ଖିଲାଡି” ପ୍ରିମିୟର ଏପିସୋଡରେ ଦମଦାର ଷ୍ଟଣ୍ଟ ଦେଖାଇ ପ୍ରଂଶସା ସାଉଁଟିଲେ ଦିବ୍ୟଙ୍କା

ପପୁଲାର ଷ୍ଟଣ୍ଟ ସୋ’ ”ଖତରୋ କେ ଖିଲାଡି” ସିଜିନ ୧୧ର ପ୍ରିମିୟର ଏପିସୋଡରେ ଜଲବା ଦେଖାଇଲେ ଦିବ୍ୟଙ୍କା ତ୍ରିପାଠୀ । ”ଖତରୋ କେଁ ଖିଲାଡି” ସିଜିନ ୧୧ର ପ୍ରିମିୟର ଏପିସୋଡ ଶନିବାର ରାତିରେ ସୁଟ ହୋଇଥିଲା । ଏଥର ମଧ୍ୟ ରୋହିତ ସେଟ୍ଟୀ ସୋ’ କୁ ହୋଷ୍ଟ କରୁଥିବାର ଦେଖିବାକୁ ମିଳିଛି । ପ୍ରିମିୟମ ଏପିସୋଡରେ ଦିବ୍ୟଙ୍କା ନିଜର ଦମଦାର ପ୍ରଦର୍ଶନ ଜରିଆରେ ଦର୍ଶକଙ୍କୁ ଖୁସି କରାଇଛନ୍ତି । ଦିବ୍ୟଙ୍କାଙ୍କ ଏହି ପ୍ରଥମ ଷ୍ଟଣ୍ଟରେ ରୋହିତ ସେଟ୍ଟୀ ମଧ୍ୟ ଇମ୍ପ୍ରେସ ହୋଇଯାଇଛନ୍ତି ।

3432525325
pc: india tv news

ଏହି ସିଜିନରେ ଦିବ୍ୟଙ୍କାଙ୍କ ସହ ଅଜ୍ଜୁର୍ନ ବିଜଲାନୀ, ଅଭିନବ ଶୁକ୍ଳା, ରାହୁଲ ବୈଦ୍ୟ, ବିଶାଲ ଆଦିତ୍ୟ ସିଂ. ନିକ୍କୀ ତମ୍ବୋଲୀ, ସୌରଭ ରାଜ ଜୈନ, ଅନୁଷ୍କା ସେନ, ସନା ମକବୁଲ ଓ ବରୁଣ ସୁଦ ଭଳି ନାମୀଦାମୀ କଳକାର ଭାଗ ନେଇଛନ୍ତି ।

325325325
pc: bollywood life

ପ୍ରଥମ ଟାସ୍କ ଅର୍ଜ୍ଜୁନ ବିଜଲାନୀ ଜିତିଥିଲେ । ରାହୁଲ ବୈଦ୍ୟ ଓ ନିକ୍କୀ ତମ୍ବୋଲୀ ଏହି ଟାସ୍କକୁ ପୁରା କରିପାରିନଥିଲେ । କିନ୍ତୁ ଏହାରି ମଧ୍ୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ସାଜିଥିଲେ ଦିବ୍ୟଙ୍କା ତ୍ରିପାଠୀ । ଦିବ୍ୟଙ୍କାଙ୍କ ଷ୍ଟଣ୍ଟ ଦେଖି ରୋହିତ ସେଟ୍ଟୀ ଖୁବ ପ୍ରଭାବିତ ହୋଇଥିଲେ । ପୁରା ଏପିସୋଡରେ ଦିବ୍ୟଙ୍କା ଲାଇମ ଲାଇଟରେ ରହିଥିଲେ । ଷ୍ଟଣ୍ଟରେ ଦିବ୍ୟଙ୍କା ଏକ କୁମ୍ଭୀରକୁ ନିଜ ହାତରେ ଉଠାଇ ଗୋଟିଏ ବକ୍ସରୁ ଅନ୍ୟ ବକ୍ସରେ ରଖିଥିଲେ । ଶେଷରେ ସେ ଜିତିଥିଲେ । ଏହାକୁ ଦେଖି ରୋହିତ ସେଟ୍ଟୀ ଖୁସି ହୋଇ ତାଙ୍କୁ ଫାଇନାଲିଷ୍ଟ ରୂପେ ସମ୍ବୋଧନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.