ଟିଭି ଅଭିନେତ୍ରୀ କନିଷ୍କା ସୋନି ନିଜେ ନିଜକୁ କଲେ ବିବାହ! କହିଲେ, ‘ପୁରୁଷ ଦରକାର ନାହିଁ, ମୁଁ ଦେବୀ’…ଭାଇରାଲ ହେଉଛି ପୋଷ୍ଟ୍‍

‘ଦିୟା ଔର୍‌ ବାତୀ’ ଫେମ୍‌ ଅଭିନେତ୍ରୀ କନିଷ୍କା ସୋନି ଏବେ ଚର୍ଚ୍ଚାରେ। କିଛି ଦିନ ତଳେ କନିଷ୍କା ଏକ ପୋଷ୍ଟ୍‍ କରିଥିଲେ, ଯେଉଁଥିରେ ସେ ମଥାରେ ସିନ୍ଦୁର ଏବଂ ଗଳାରେ ମଙ୍ଗଳସୂତ୍ର ପିନ୍ଧିଥିବାର ଦେଖା ଯାଇଥିଲା। ଏଥି ସହିତ ସେ କ୍ୟାପସନ ଲେଖିଥିଲେ ଯେ ‘ସେ ନିଜକୁ ନିଜେ ବିବାହ କରିଛନ୍ତି ଏବଂ ଜୀବନରେ କୌଣସି ପୁରୁଷର ଆବଶ୍ୟକତା ନାହିଁ’।

କନିଷ୍କା ଏହା ମଧ୍ୟ ଲେଖିଥିଲେ କି, ସେ ଦେବୀ। ଅଭିନେତ୍ରୀଙ୍କ ଏହି ପୋଷ୍ଟ୍‍ରେ ତାଙ୍କୁ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ମିଳୁଛି। କନିଷ୍କା ଆଉ ଏକ ପୋଷ୍ଟରେ କହିଛନ୍ତି, ତାଙ୍କ ବିବାହ ପୋଷ୍ଟକୁ ନେଇ କେହି ତାଙ୍କ ଫେସ୍‌ବୁକ ଆକାଉଣ୍ଟକୁ ହ୍ୟାକ୍‌ କରି ଦେଇଛି।

ଟିଭି ଅଭିନେତ୍ରୀଙ୍କ ଏହି ପୋଷ୍ଟ ଦେଖି ଫ୍ୟାନମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ପୋଷ୍ଟ୍‍ଟି କିଛି ଦିନ ତଳର, କିନ୍ତୁ ବର୍ତ୍ତମାନ ଭାଇରାଲ ହେଉଛି। କନିଷ୍କା ଆହୁରି ବି କ୍ୟାପସନରେ ଲେଖିଛନ୍ତି, ‘ମୁଁ ନିଜର ସମସ୍ତ ସ୍ୱପ୍ନକୁ ନିଜେ ପୂରା କରିଛି। କେବଳ ଜଣେ ହିଁ ମଣିଷ ଅଛି, ଯାହାକୁ ମୁଁ ଭଲ ପାଉଛି, ସେ ହେଉଛି ମୁଁ। ମୋତେ ସମସ୍ତ ପ୍ରଶ୍ନର ଉତ୍ତର ମିଳିଛି, ମୋତେ କେବେ କୌଣସି ପୁରୁଷର ଆବଶ୍ୟକତା ନାହିଁ…ମୁଁ ସବୁବେଳେ ଏକୁଟିଆ ଏବଂ ନିଜ ଗିଟାର ସହିତ ଖୁସି ଅଛି। ମୁଁ ଦେବୀ, ଶକ୍ତିଶାଳୀ ଓ ମଜଭୁତ ଅଛି। ଶିବ ଓ ଶକ୍ତି ସବୁ କିଛି ମୋ ଭିତରେ ରହିଛି। ଧନ୍ୟବାଦ’।

କନିଷ୍କାଙ୍କ ଏହି ପୋଷ୍ଟରେ କିଛି ଲୋକ ତାଙ୍କୁ ଶୁଭକାମନା ଜଣାଇଛନ୍ତି ତ କିଛି ଲୋକ ଟ୍ରୋଲ କରିଛନ୍ତି। ସେହିପରି ଅନ୍ୟ ଏକ ପୋଷ୍ଟରେ ଅଭିନେତ୍ରୀ ଲେଖିଥିଲେ ଯେ ‘ମୋ ଫେସ୍‌ବୁକ ହ୍ୟାକ୍‌ ହୋଇଯାଇଛି। ହ୍ୟାକର ବୋଧହୁଏ ମୁଁ ନିଜକୁ ବିବାହ କରିଥିବା ପୋଷ୍ଟକୁ ନେଇ ଅସନ୍ତୁଷ୍ଟ ଥିଲା’।

 

View this post on Instagram

 

A post shared by Kanishka Soni (@itskanishkasoni)

କହି ରଖୁଛୁ, ନିକଟରେ କ୍ଷମା ବିନ୍ଦୁ ନାମ୍ନୀ ଯୁବତୀ ନିଜକୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। କ୍ଷମା ପୂର୍ବରୁ ଘୋଷଣା କରିଥିଲେ କି, ସେ ଜୁନ୍‌ ୧୧ରେ ବିବାହ କରିବେ। କିନ୍ତୁ ବିବାଦ ଘନେଇବାରୁ କ୍ଷମା ଧାର୍ଯ୍ୟ ସମୟର ୨ ଦିନ ପୂର୍ବରୁ ହିଁ ବିବାହ କରି ନେଇଥିଲେ। ବିବାହ କାର୍ଯ୍ୟକ୍ରମ କ୍ଷମାଙ୍କ ଘରେ ହିଁ ଆୟୋଜିତ ହୋଇଥିଲା। ଏହି ଅବସରରେ ହଳଦୀ ଓ ମେହେନ୍ଦୀ ରୀତିନୀତି ପାଳନ କରାଯାଇଥିଲା। ବିବାହରେ ନା କେହି ବର ଥିଲେ, ନା ବରଯାତ୍ରୀ। ବିବାହ ବେଦୀରେ କ୍ଷମା ନିଜକୁ ମଙ୍ଗଳସୂତ୍ର ପିନ୍ଧାଇବା ସହିତ ନିଜ ମଥାରେ ସିନ୍ଦୁର ଭରିଥିଲେ।

Leave A Reply

Your email address will not be published.