ଜାଣନ୍ତିକି କପିଳ ଶର୍ମା ଶୋ’ ରେ କେବଳ ହସିବା ପାଇଁ କେତେ ଫି ନେଉଥିଲେ ଅର୍ଚ୍ଚନା

ଗୋଟେ ସମୟରେ ଅର୍ଚ୍ଚନା ପୁରନ ସିଂହ ନିଜ ସବୁ ପ୍ରକାର ଚରିତ୍ରରେ ନିଜ ଅଭିନୟର ଯାଦୁ ପାଇଁ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । କିନ୍ତୁ କମେଡି ରିଆଲିଟି ଶୋ’ ହିଁ ତାଙ୍କୁ ଅଧିକ ଲୋକପ୍ରିୟତା ଦେଇଥିଲା । ଏମିତିକି ତାଙ୍କ ନାଁ ଆଗରେ “ଲାଫ୍ଟର କୁଇନ” ଟାଇଟଲ ଟି ଯୋଡ଼ା ଯାଇଥିଲା । ଯେବେ ନବଜୋତ ସିଂହ ସିଧୁ କପିଳ ଶର୍ମା ଶୋ’ ରୁ ଓହରି ଆସିଥିଲେ ଅର୍ଚ୍ଚନା ହିଁ ସେସମୟରେ ଏକମାତ୍ର ବିକଳ୍ପ ପାଲଟି ଥିଲେ । ଆଉ ୨୦୧୯ ମସିହାରେ ସେ “ଦ କପିଳ ଶର୍ମା ଶୋ'” ରେ ଜଣେ ସ୍ଥାୟୀ ଜଜ ଭାବେ ଯୋଗ ଦେଇଥିଲେ । ଆଉ ଗତ ଜୁନ ୫ ତାରିଖରେ ଶୋ’ର ଶେଷ ଏପିସୋଡ଼ ରିଲିଜ ହେବା ପର୍ଯ୍ୟନ୍ତ ଅର୍ଚ୍ଚନା ହିଁ ଏହି ଶୋ’ରେ ଜଣେ ଜଜ ଭାବରେ ଦାୟିତ୍ୱ ତୁଲାଇ ଆସୁଛନ୍ତି ।

ମଝିରେ ଅର୍ଚ୍ଚନା ଖୁବ ଟ୍ରଲର ସାମ୍ନା କରିଥିଲେ । ସେ ଶୋ’ରେ କେବଳ ହସୁଛନ୍ତି ଆଉ କିଛି ବି କରୁନାହାନ୍ତି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ଆସିଥିଲା । ଏକ ସମ୍ବାଦ ପତ୍ରକୁ ସାକ୍ଷାତକାର ଦେବା ସମୟରେ ଏହି ପ୍ରଶ୍ନର ଉତ୍ତରରେ ଅର୍ଚ୍ଚନା କହିଥିଲେକି ଗୋଟେ ସିଟରେ ବସି ଷ୍ଟେଜ ଉପରେ ୬ ରୁ ୭ ଘଣ୍ଟା ସମୟ ଏତେଟା ସହଜ ନୁହେଁ । ଅର୍ଚ୍ଚନା ସେ ସମୟରେ କହିଥିଲେକି ଗୋଟିଏ ଗୋଟିଏ ଏପିସୋଡ଼ ସୁଟ କରିବା ପାଇଁ ଷ୍ଟେଜ ସାମ୍ନାକୁ ମୁହଁ କରି ସୋଫା ଉପରେ ୪ ରୁ ୭ ଘଣ୍ଟା ଧରି ବସିବାକୁ ହୋଇଥାଏ । ଅବଶ୍ୟ ଏହି କଥାକୁ ବି ଟାଳି ହେବନିକି ଅର୍ଚ୍ଚନାଙ୍କ ହସରେ ଏକ ଅଦ୍ଭୁତ ଷ୍ଟାଇଲ ରହିଛି । ତାଙ୍କ ହସ ହିଁ ଲୋକପ୍ରିୟତା ବଢ଼ାଇଥାଏ । ଏବେ ଆପଣ ଭାବୁଥିବେ ଯଦି ଅର୍ଚ୍ଚନାଙ୍କ ହସ ହିଁ ଶୋ’ର ଲୋକପ୍ରିୟତା ବଢ଼ାଇଛି ତେବେ ମାତ୍ର ଗୋଟିଏ ଏପିସୋଡ ପାଇଁ ଅର୍ଚ୍ଚନା କେତେ ଟଙ୍କା ଚାର୍ଜ ନିଅନ୍ତି । ତେବେ ଜାଣିରଖନ୍ତୁ ଗୋଟିଏ ଏପିସୋଡ଼ ପାଇଁ ଅର୍ଚ୍ଚନା ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ନିଅନ୍ତି । ଯେବେକି ପ୍ରତି ସପ୍ତାହରେ ଅର୍ଚ୍ଚନା ୨୦
ଲକ୍ଷ ଟଙ୍କା ନିଅନ୍ତି ।

ସୂଚନା ଦେଇ ରଖୁଛୁକି “ଦ କପିଳ ଶର୍ମା ଶୋ'” ରେ ସର୍ବମୋଟ ୮୦ ଟି ଏପିସୋଡ଼ ରହିଛି । ଯଦି ଆମେ ହିସାବ କରିବା ତେବେ ଜାଣିପାରିବା ଯେ ଏହି ସିଜିନ୍ ରେ ସେ ସର୍ବମୋଟ ୮
କୋଟି ଟଙ୍କା ଆୟ କରିଛନ୍ତି । ଆଉ ଏବେ ଶୋ’ ଶେଷ ହେବା ପରେ ଅର୍ଚନା ବଲିଉଡ ଫିଲ୍ମରେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅବଶ୍ୟ ଆଧିକାରୀକ ସ୍ତରରେ ଏନେଇ କୌଣସି ଘୋଷଣା କରାଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.