ମୁମ୍ବାଇ : ବଲିଉଡ଼ର ବେବୋ ଅର୍ଥାତ୍ କରିନା କପୁର ଏବେ କିଛି ଏକ ଖାସ କଥା ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଯଦି ଆପଣଙ୍କୁ କୁହାଯାଏ ଅଭିନେତ୍ରୀ କରିନା କପୁର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଡ଼େଟ କରିବାକୁ ଚାହୁଁଥିଲେ ? ଆପଣ ବିଶ୍ବାସ ନକେଲ ମଧ୍ୟ ଏହା ସତ। ଗୋଟିଏ ସମୟ ଥିଲା ଯେତେବେଳେ କରିନା ରାହୁଲଙ୍କ ପ୍ରେମରେ ପାଗଳ ରହିଥିଲେ। ସେତାଙ୍କୁ ଡ଼େଟ କରିବାକୁ ଚାହୁଁଥିଲେ। ଏହା ବିଷୟରେ ପତ୍ରକାର ରଶିଦ କିଦବଇ ନିଜର ପୁସ୍ତକରେ ନେତା ଅଭିନେତାରେ ଲେଖିଛନ୍ତି।
ଏହି ପୁସ୍ତକରେ ଉଲ୍ଲେଖ ହୋଇଛି କି, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏବଂ ମହାନ ଅଭିନେତା ପୃଥବୀରାଜ କପୁର ବହୁତ ଭଲ ବନ୍ଧୁଥିଲେ। ଏପରିକି କପୁର ପରିବାରରେ କପୁର ବଶଂ ପାଇଁ ବହୁତ ସମ୍ନାନ ରହିଥିଲା। ପୁସ୍ତକରେ ଲେଖାଯାଇଛି , ରାହୁଲ ଗାନ୍ଧୀ ସବୁବେଳେ କରିନାଙ୍କ ପିଲ୍ମ ପ୍ରଥମ ଦିନରେ ପ୍ରଥମ ସୋ ଦେଖିବାକୁ ପସନ୍ଦ କରନ୍ତି। ଏପରିକି ସିମି ଗେରେବାଲଙ୍କ ରିଆଲିଟି ସୋରେ କରିନା କପୁର କହିଥିଲେ, ସେ ରାହୁଲଙ୍କୁ ଡ଼େଟ କରିବାକୁ ପସନ୍ଦ କରିବେ। ହଁ, ଏହା ବିବାଦୀୟ ହୋଇପାରେ କିନ୍ତୁ ସେ ଜଣେ ରାଜନୈତୀକ ପରିବାରରୁ ଆସିବାରୁ ଆମ ପାଖରେ ବହୁତ ଭଲ କଥାହେବାକୁ ବିଷୟ ରହିଥିବ।
କିନ୍ତୁ ପରବର୍ତ୍ତୀ ମୂହୁର୍ତ୍ତରେ କରିନାଙ୍କୁ ଏହା ବିଷୟରେ ପଚରାଯିବାରୁ ସେ କଥା ବଦଳି ଦେଇଥିଲେ। ସେ କହିଥିଲେ ମୋ ମନରେ ସେହିପରି କିଛି ଭାବନା ରହିନାହିଁ। ମୁଁ ତାଙ୍କୁ ଦେଖାକରିବାକୁ ଚାହିଁବି , ଜଣେ ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ ଦେଖିବାକୁ ଚାହିଁକି କିନ୍ତୁ ଡ଼େଟ ବିଲକୁଲ କରିବାକୁ ଚାହିଁବି ନାହିଁ। ତେବେ କରିନା ଏବେ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ବିବାହ କରିଥିବା ବେଳେ ତାଙ୍କର ତୈମୁର ନାମକ ଏକ ସୁନ୍ଦର ପୁଅ ମଧ୍ୟ ରହିଛି।