ଲକ୍ଷ୍ମଣ-ସୀତାଙ୍କ ପ୍ରେମ ରାମାୟଣ ଧାରାବାହିକ ପୂର୍ବରୁ, ଜାଣନ୍ତୁ ଦୀପିକା ଓ ସୁନୀଲଙ୍କ ବିଷୟରେ

ବର୍ତ୍ତମାନ ସୋସିଆଲ ମିଡିଆରେ ରାମାୟଣ ସବୁଠାରୁ ଅଧିକ ଟ୍ରେଣ୍ଡ ହେବାରେ ଲାଗିଛି। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଲକଡାଉନରେ ପୁଣିଥରେ ପୌରାଣିକ ଶୋ’ ଦେଖିବାକୁ ମିଳିଛି କାରଣ ବର୍ତ୍ତମାନ କରୋନା ଭୟରେ ସୁଟିଂରେ ସମସ୍ୟା ହେଉଥିବାରୁ ଏହି ପୌରାଣିକ ଶୋ’ ଦେଖିବା ପାଇଁ ପୁଣିଥରେ ସୁଯୋଗ ମିଳିଛି।

 

View this post on Instagram

 

Myself and Deepika ji in one of the the serial before Ramayan

A post shared by Sunil Lahri (@sunil_lahri) on

ସୂଚନା ମୁତାବକ ରାମାୟଣରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ, ସୁନୀଲ ଲହରୀ, ଦୀପିକା ଚିଖଲିୟା ସବୁଠାରୁ ଅଧିକ ଲୋକପ୍ରିୟ ହୋଇଛନ୍ତି। ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରୁଥିବା ସୁନୀଲ ଲହରୀ ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭି ରହିଥାନ୍ତି।ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୁରୁଣା ସ୍ମୃତିକୁ ପୁଣି ଥରେ ତାଜା କରିଛନ୍ତି। ଏଥିସହ ସେ ପୋଷ୍ଟ କରିଥିବା ଅନ୍ୟ ଏକ ଫଟୋରେ ସୁନୀଲ ଲହରୀ ଏବଂ ଦୀପିକା ଚିଖଲିୟା ରୋମାନ୍ସ କରୁଥିବାର ଏକାଠି ନଜର ଆସିଛନ୍ତି, ଯାହା ବିଷୟରେ ସେ କହିଛନ୍ତି ରାମାୟଣ ପୂର୍ବରୁ ଆମେ ଏକ ଧାରାବାହିକରେ ଅଭିନୟ କରୁଥିଲୁ।

ସୁନୀଲ ଲହରୀଙ୍କ କଥା କହିବାକୁ ଗଲେ ସେ ରାମାୟଣ ବ୍ୟତୀତ ଅନେକ ଫିଲ୍ମ ଏବଂ ଟେଲିଭିଜନ ଶୋ’ କରିଛନ୍ତି। ସ୍ବର୍ଗୀୟ ସ୍ମିତା ପାଟିଲ, ବିନୋଦ ଖାନ୍ନା ଏବଂ ବଲିଉଡର ଅନେକ ବଡ ବଡ କଳାକାରଙ୍କ ସହ ସୁନୀଲ କାମ କରିଛନ୍ତି।

Leave A Reply

Your email address will not be published.