ଇନ୍‌ଷ୍ଟାଗ୍ରାମରେ କେବଳ ୬ ଜଣଙ୍କୁ ଫଲୋ କରନ୍ତି ଶାହାରୁଖ ଖାନ୍‌, ଜାଣନ୍ତୁ କେଉଁମାନେ ଅଛନ୍ତି କିଙ୍ଗ ଖାନ୍‌ଙ୍କ ଫ୍ରେଣ୍ଡ୍‌ ଲିଷ୍ଟରେ ।

ସବୁ କଳାକାର ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ଶାହାରୁଖ ଖାନ୍‌ ମଧ୍ୟ ସୋସିଆଲ ମିଡିଆରେ ଆକ୍ଟିଭ ଥାଆନ୍ତି । ବଲିଉଡ ଆକ୍ଟର ଏବେ ତାଙ୍କର ଫିଲ୍ମ ‘ପଠାନ’କୁ ନେଇ ବିବାଦରେ ଅଛନ୍ତି । ହେଲେ ସେ ମଧ୍ୟ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତ । ହେଲେ ତାଙ୍କର ଇନ୍‌ଷ୍ଟାଗ୍ରାମ ଫ୍ରେଣ୍ଡ ଲିଷ୍ଟରେ କେଉଁମାନେ ଅଛନ୍ତି ଜାଣନ୍ତି କି ? ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ମାତ୍ର ୬ ଜଣଙ୍କୁ ଫଲୋ କରିଥାନ୍ତି । ଜାଣନ୍ତୁ କିଏ ସେହି ବ୍ୟକ୍ତିମାନେ ।

୧. ଗୌରୀ ଖାନ୍‌ –

ଏହି ତାଲିକାର ପ୍ରଥମରେ ଅଛନ୍ତି ତାଙ୍କ ପତ୍ନୀ ଗୌରୀ ଖାନ୍‌ । ଯାହାଙ୍କୁ ସେ ଇନ୍‌ଷ୍ଟାଗ୍ରାମରେ ଫଲୋ କରନ୍ତି । ଗୌରୀ ଇଣ୍ଟିରିଅର୍‌ ଡିଜାଇନର ।

୨. ସୁହାନା ଖାନ୍‌ –

ଗୌରୀ ଖାନ୍‌ଙ୍କ ଛଡା ତାଙ୍କ ଅଲିଅଳୀ ଝିଅ ସୁହାନା ଖାନ୍‌ । ଝିଅ ସୁହାନାଙ୍କୁ ବି ଇନ୍‌ଷ୍ଟାଗ୍ରାମରେ ଫଲୋ କରନ୍ତି ଶାହାରୁଖ୍‌ । ସୁହାନା ଖୁବ୍‌ ଶୀଘ୍ର ଫିଲ୍ମ ‘ଦି ଆର୍ଚିଜ’ରେ ଡେବ୍ୟୁ ଦେବାକୁ ଯାଉଛନ୍ତି ।

୩. ଆରୟନ୍‌ ଖାନ୍‌ –

ଏହି ତାଲିକାର ୩ ୟରେ ଅଛନ୍ତି ତାଙ୍କ ବଡ଼ ପୁଅ ଆର୍‌ୟନ ଖାନ୍‌ । ଯାହାକୁ ଶାହାରୁଖ ଫଲୋ କରନ୍ତି ।

୪. ଆଲିଆ ଛିବ୍ଦା –

ଶାହାରୁଖ ଖାନ୍‌ଙ୍କ ତାଲିକାରେ ଆଲିୟା ଛିବ୍ଦାଙ୍କ ନାମ ସାମିଲ ଅଛି । ଆଲିୟା ସୁହାନା ଖାନ୍‌ଙ୍କ କଜିନ ।ଯାହାକୁ ଶାହାରୁଖ ଫଲୋ କରନ୍ତି ।

୫. ପୂଜା ଦଦଲାନୀ –

ଏହାଛଡ଼ା ଶାହାରୁଖ ତାଙ୍କର ମ୍ୟାନେଜର ପୂଜା ଦଦଲାନୀଙ୍କୁ ମଧ୍ୟ ଇନଷ୍ଟାଗ୍ରାମରେ ଫଲୋ କରନ୍ତି । ଯାହାଙ୍କୁ ଶାହାରୁଖ ତାଙ୍କର ପରିବାରର ଅଂଶ ବୋଲି ଭାବନ୍ତି ।

୬. କାଜଲ ଆନନ୍ଦ –

ଏହାଛଡା ଶାହାରୁଖ ଖାନ୍‌ କାଜଲ ଆନନ୍ଦଙ୍କୁ ମଧ୍ୟ ଫଲୋ କରନ୍ତି । କାଜଲ ପେଶାରେ ଜଣେ ଓକିଲ, ଯିଏ ବହୁ ଅଭିନେତାଙ୍କ କେସ ଲଢ଼ିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.