ଖୁବ୍ ଶୀଘ୍ର ପରଦାକୁ ଆସିବ ଦୋସ୍ତାନା ସିକ୍ବେଲ୍

ମୁମ୍ବାଇ : ବଲିଉଡ଼ରେ ଚାଲିଛି ସିକ୍ବେଲର ସିଜେନ୍ ଏନେଇ ଖୁବ ଶୀଘ୍ର ନିର୍ମାଣ ହେବ ୨୦୦୮ର ହିଟ୍‌ ଫିଲ୍ମ ଦୋସ୍ତାନାର ସ୍ୱିକେଲ । ଫିଲ୍ମରେ ଫିମେଲ ଲିଡରେ ଅଭିନୟ କରିବେ ଜାହ୍ନବୀ କପୁର । କରନ୍‌ ଜୋହର ଜାହ୍ନବୀଙ୍କୁ ଏହି ଫିଲ୍ମ ପାଇଁ ଆପ୍ରୋଚ୍‌ କରିଛନ୍ତି । ପୂର୍ବରୁ କରନ୍‌ଙ୍କ ଫିଲ୍ମ ତକ୍ତ ସାଇନ୍‌ କରିଛନ୍ତି ସେ । ହିଟ୍‌ ଫିଲ୍ମ ଧଡ଼କରୁ ବଲିଊଡରେ ଡେବ୍ୟୁ କରିଛନ୍ତି ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର । ପୂର୍ବରୁ ଦୋସ୍ତାନର ସିକ୍ବେଲ୍ ପାଇଁ କ୍ୟାଟରିନା କୈଫ୍‌ ଓ ପ୍ରିୟଙ୍କା ଚୌପ୍ରାଙ୍କୁ କରନ୍‌ ଆପ୍ରୋଚ୍‌ କରିଥିଲେ । କିନ୍ତୁ ଡେଟ୍‌ ସମସ୍ୟା ଯୋଗୁଁ ସେମାନେ ଅଫର ଗ୍ରହଣ କରିନଥିଲେ ।

dostana

ଦୋସ୍ତାନା ବକ୍ସଅଫିସରେ ହିଟ୍‌ ହୋଇଥିଲା । ଫିଲ୍ମରେ ଲିଡ୍‌ କ୍ୟାରେକ୍ଟରରେ ପ୍ରିୟଙ୍କା ଚୌପ୍ରା, ଅଭିଷେକ ବଚ୍ଚନ ଓ ଜନ ଆବ୍ରହମ୍‌ ଲିଡ୍‌ କ୍ୟାରେକ୍ଟରରେ ଅଭିନୟ କରିଥିଲେ । ସମଲିଙ୍ଗୀ ସଂପର୍କକୁ ନେଇ ଗତିଶୀଳ ଥିଲା ଫିଲ୍ମର କାହାଣୀ ।