କ୍ରିକେଟର ହେବା ପାଇଁ ଦେଖିଥିଲେ ସ୍ବପ୍ନ, କିନ୍ତୁ ହୋଇଗଲେ ଗାୟକ

ଫିଲ୍ମ ଜଗତ ହେଉ କିମ୍ବା ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀ, ଏଠାରେ ନାଁ କରିବା ସହଜ କଥା ନୁହେଁ । କିନ୍ତୁ ଅନେକ ଷ୍ଟାର ନିଜର କଠିନ ପରିଶ୍ରମ ବଳରେ ସଂଘର୍ଷ କରି ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ଆଜି ଆମେ ଆପଣଙ୍କୁ ଏପରି ଜଣେ ଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ସଂଘର୍ଷ କରି ମ୍ୟୁଜିକ ଇଣ୍ଡଷ୍ଟ୍ରୀରେ ଭଲ ନାଁ କରିଛନ୍ତି । ସେ ହେଉଛନ୍ତି ଅତିଫ୍ ଅସଲମ୍ । ଆଜି ହେଉଛି ତାଙ୍କର ଜନ୍ମଦିନ । ନିଜ ପ୍ରତିଭା ବଳରେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଅତିଫ୍ ।

ପାକିସ୍ତାନୀ ସିଙ୍ଗର୍ ଅତିଫ୍ ଅସଲମ ଭାରତରେ ବହୁତ ଲୋକପ୍ରିୟ । ୧୨ ମାର୍ଚ୍ଚ ୧୯୮୩ରେ ପାକିସ୍ତାନର ୱାଜିରାବାଦରେ ଜନ୍ମଗ୍ରହଣ କରିଥିବା ଏହି ଗାୟକ ଆଜି ତାଙ୍କର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଖାସ୍ ଦିନରେ, ଆମେ ଆପଣଙ୍କୁ ତାଙ୍କ ଜୀବନ ସହିତ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ଖବର କହିବାକୁ ଯାଉଛୁ । ଅତିଫ୍ ଅସଲମ୍ ବଞ୍ଚିବା ପାଇଁ ବହୁତ ସଂଘର୍ଷ କରିଥିଲେ । ଜନ୍ମରୁ ତାଙ୍କର ଏମିତି ଲାଇଫଷ୍ଟାଇଲ୍ ନଥିଲା । ସମୟ ଥିଲା ସେ ବଞ୍ଚିବା ପାଇଁ ଟ୍ୟାକ୍ସି ଚଲାଉଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କ ପାଖରେ ଅମାପ ସମ୍ପତ୍ତି ଅଛି ।

କହି ରଖିବାକୁ ଚାହିଁବୁ ଅତିଫ୍ ଅସଲମ୍ ୨୦୦୫ ମସିହାରେ ‘ଜେହେର’ ଚଳଚ୍ଚିତ୍ରର ‘ୱୋ ଲମ୍ହେ’ ଗୀତ ସହିତ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଏବଂ ସଙ୍ଗେ ସଙ୍ଗେ ହିଟ୍ ହୋଇଯାଇଥିଲେ । ତାଙ୍କ କଣ୍ଠର ଯାଦୁରେ ଭାରତୀୟ ପ୍ରଶଂସକମାନେ ମତୁଆଲା ହୋଇଯାଇଥିଲେ ।  ଏହା ପରେ ଅତିଫଙ୍କୁ ଅନେକ ଭଲ ଗୀତ ପାଇଁ ଅଫର ମିଳିଥିଲା । କିନ୍ତୁ ଭଲ ସିଙ୍ଗର ହେବା ପୂର୍ବରୁ ଅତିଫ୍ ଅସଲମ୍ କେବେ ଗାୟକ ହେବାର ସ୍ୱପ୍ନ ଦେଖି ନଥିଲେ । ଶ୍ରେଷ୍ଠ ହିନ୍ଦୀ ଗାୟକଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିବା ଅତିଫ ଜଣେ କ୍ରିକେଟର୍ ହେବାକୁ ଚାହୁଁଥିଲେ । ପ୍ରଶ୍ନ ଉଠୁଛି ଯଦି ସେ କ୍ରିକେଟର୍ ହେବାକୁ ଚାହୁଁଥିଲେ ତେବେ ସେ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିକୁ କିପରି ଆସିଲେ?

ଏକ ପୁରୁଣା ସାକ୍ଷାତକାରରେ ଅତିଫ୍ ଅସଲମ୍ ପ୍ରକାଶ କରିଥିଲେ ଯେ ଯେତେବେଳେ ତାଙ୍କ ଭାଇ ତାଙ୍କୁ ନୁସରତ ଫତେହ ଅଲ୍ଲୀ ଖାନଙ୍କ ସହ ପରିଚୟ କରାଇଥିଲେ, ସେତେବେଳେ ତାଙ୍କ ଜୀବନ ବଦଳି ଯାଇଥିଲା । ନୁସରତଙ୍କ ଗୀତ ଶୁଣିବା ପରେ, ଅତିଫ ସଂଗୀତ ପ୍ରତି ଆଗ୍ରହ ଦେଖାଇଥିଲେ । ତାଙ୍କ କଣ୍ଠରେ ଲୁଚି ରହିଥିବା ପ୍ରତିଭାକୁ ସେ ବାହାରକୁ ଆଣିବା ପାଇଁ ଚେଷ୍ଟା କରିଥିଲେ । ଅତିଫ୍ ଅସଲମ୍ ଖାଲି ସମୟରେ ଲେଖିଥିବା ଏକ ଗୀତକୁ ତାଙ୍କ ପକେଟ ଖର୍ଚ୍ଚରେ ରେକର୍ଡ କରିଥିଲେ ।

ରେକର୍ଡ ହୋଇଥିବା ଏହି ଗୀତକୁ ସେ ମାତ୍ର କିଛି ସେକେଣ୍ଡରେ ଇଣ୍ଟରନେଟରେ ଅପଲୋଡ୍ କରିଥିଲେ । ଲୋକମାନେ ଏହାକୁ ପସନ୍ଦ କରିବା ଆରମ୍ଭ କଲେ ଏବଂ ପରେ ସେ ଏକ ମ୍ୟୁଜିକ୍ ଭିଡିଓ ତିଆରି କରିଥିଲେ । ସେହି ସମୟରୁ ତାଙ୍କର କ୍ୟାରିଅର ଆରମ୍ଭ ହୋଇଥିଲା ।

ଅତିଫ୍ ଅସଲମଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ତାଙ୍କର ସମ୍ପତ୍ତିର କୌଣସି ଅଭାବ ନାହିଁ । ରିପୋର୍ଟ ଅନୁସାରେ ତାଙ୍କର ୧୮୦ କୋଟି ଟଙ୍କାର ସମ୍ପତ୍ତି ଅଛି ଯେଉଁଥିରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ସହ କାର ମଧ୍ୟ ଅଛି । ଏହି ସିଙ୍ଗର୍ ୨୦୧୩ ମସିହାରେ ସାରା ଭରୱାନାଙ୍କୁ ବିବାହ କରିଥିଲେ । ତାଙ୍କର ୨ ପୁଅ ଏବଂ ଗୋଟିଏ ଝିଅ ଅଛି ।

Also Read: ବଲିଉଡ୍‌କୁ ଫେରୁଛନ୍ତି ‘ଦେଶୀ ଗାର୍ଲ’ : ଖୁବ ଶୀଘ୍ର ଏକ ହିନ୍ଦୀ ଚଳଚ୍ଚିତ୍ରରେ କରିବାକୁ ଯାଉଛନ୍ତି…