‘ଦ୍ରିଶ୍ୟମ ୨’ ଦେଖିବା ପାଇଁ ଜବରଦସ୍ତ ଅଫର, ୨୫ ପ୍ରତିଶତ କମ୍ ଦାମରେ ମିଳୁଛି ଟିକେଟ

ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ‘ଦ୍ରିଶ୍ୟମ ୨’ ପାଇଁ ଅଗ୍ରୀମ ବୁକିଂ ଚାଲିଛି। ଦୀପାବଳି ଅବସରରେ ଦର୍ଶକଙ୍କୁ ଖାସ୍ ଅଫର ଦେଉଛନ୍ତି ମେକର୍ସ। ଏହି ଅଫରରେ ୨ ଦିନ ପର୍ଯ୍ୟନ୍ତ ଟିକେଟ ଦାମ୍ ୨୫ ପ୍ରତିଶତ କମ୍ ଦାମରେ ମିଳିବ। ଅର୍ଥାତ୍ ଆଜି ଏବଂ ଆସନ୍ତାକାଲି ଯେଉଁ ଲୋକ ଦ୍ରିଶ୍ୟମ ଟିକେଟ ବୁକ୍ କରିବେ, ସେମାନଙ୍କୁ ୨୫ ପ୍ରତିଶତରୁ କମ୍ ଦାମରେ ମିଳିବ।
ଏହି ଅଫର ପୂର୍ବରୁ ମେକର୍ସ ୨ ଏବଂ ୩ ଅକ୍ଟୋବରରେ ଦେଇଥିଲା। ଏହାକୁ ଭଲ ରେସପନ୍ସ ମିଳିଥିଲା। ଖାସ୍ ଏଥିପାଇଁ ଏବେ ଏମିତି ଅଫର ଦେଇଛନ୍ତି ମେକର୍ସ। ଆସନ୍ତା ୧୮ ତାରିଖରେ ସିନେମା ଘରେ ରିଲିଜ ହେବ ଫିଲ୍ମ। ଭୂଷଣ କୁମାର ପ୍ରଡକ୍ସନରେ ଏହି ଫିଲ୍ମର ନିର୍ଦ୍ଦେଶନା ଅଭିଷେକ ପାଠକ କରୁଛନ୍ତି।
ଫିଲ୍ମର ଟିକେଟ୍ ଦାମ ୨୫ ପ୍ରତିଶତ କମ୍ ଦାମରେ ବୁକ୍ କରିପାରିବେ। ଆଇନକ୍ସ, ପିଭିଆର କିମ୍ବା କାର୍ନିଭାଲର େଓ୍ଵବସାଇଟ କିମ୍ବା ଟୁଇଟର ହ୍ୟାଣ୍ଡେଲକୁ ଯାଇ ଆବେଦନ କରିପାରିବେ। ସେଠାରେ ଦିଆଯାଇଥିବା ବିବରଣୀ ଆଧାରରେ ଟିକେଟ ବୁକ୍ କରିପାରିବେ ଏହି ଅଫରର ଲାଭ ଉଠାଇପାରିବେ। ଏହାଛଡା ବୁକ୍ ମାଇଁ ଶୋ ଭଳି ସାଇଟସକୁ ଯାଇ ଅଫରର ଲାଭ ଉଠାଇପାରିବେ।
ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ୍ରିଶ୍ୟମ ୨’ର ଟ୍ରେଲର ଲଞ୍ଚ ହୋଇଯାଇଛି। ଫିଲ୍ମର ପ୍ରଥମ ଭାଗ ‘ଦ୍ରିଶ୍ୟମ’ର ସସପେନ୍ସ ଏବଂ ଥ୍ରୀଲର କାହାଣୀ ଉପରେ ଏପର୍ଯ୍ୟନ୍ତ ପରଦା ଉଠିନଥିବା ବେଳେ ଦ୍ରିଶ୍ୟମ ୨ରେ ବିଜୟ ସଲଗାଓ୍ଵଙ୍କର(ଅଜୟ ଦେବଗନ)ଙ୍କ ରାଜରୁ ପରଦା ଉଠିବ। ରିଲିଜ ହୋଇଥିବା ଟ୍ରେଲରରେ ଫିଲ୍ମର ପ୍ରଥମ ଭାଗର କାହାଣୀ ଦେଖିବାକୁ ମିଳିଛି। ଯେଉଁଥିରେ ଅଜୟ ଦେବଗନ ନିଜ ପରିବାରକୁ ବଞ୍ଚାଇବା ପାଇଁ ମାୟାଜାଲ ତିଆରି କରୁଛନ୍ତି। ହେଲେ ଏଥର ଟ୍ରେଲରରେ ବିଜୟ ନିଜର ଦୋଷ ସ୍ୱୀକାର କରୁଥିବା ନଜର ଆସୁଛନ୍ତି।
View this post on Instagram
ଫିଲ୍ମର ଟ୍ରେଲର ‘ଦ୍ରିଶ୍ୟମ’ ଫିଲ୍ମର ପ୍ରଥମ ଭାଗ ଦେଖିବାକୁ ମିଳିଥିବା ବେଳେ ଦ୍ୱିତୀୟ ଭାଗରେ ଅଜୟ ଦେବଗନ ନିଜର ଦୋଷକୁ ସ୍ୱୀକାର କରୁଥିବା ଏକ ଭିହିଓ ଦେଖିବାକୁ ମିଳିଛି। ଫିଲ୍ମର ନିର୍ମାଣ ଅଭିଷେକ ପାଠକ କରିଥିବା ବେଳେ ଫିଲ୍ମଟି ଆସନ୍ତା ୧୮ ନଭେମ୍ବରରେ ରିଲିଜ ହେବ। ଆଜି ଫିଲ୍ମର ଟ୍ରେଲର ଲଞ୍ଚ ହୋଇଛି। ଏଥିରେ ଅଜୟ ଦେବଗନ, ତବୁ, ଶ୍ରେୟା ସରନ, ଅକ୍ଷୟ ଖାନ୍ନା, ଈଶିତା ଦତ୍ତା, ମୃଣାଲ ଯାଦବ, ରଜତ କପୁର ପ୍ରମୁଖ ଭୂମିକାରେ ନଜର ଆସିବେ।