‘ଦୃଶ୍ୟମ୍ ୨’ର ନିର୍ଦ୍ଦେଶକ ଅଭିଷେକ ପାଠକ କଲେ ବିବାହ; ଅଭିନେତ୍ରୀ ଶିବାଲିକା ଓବରାୟଙ୍କର ଧରିଲେ ହାତ…ସାମ୍ନାକୁ ଆସିଲା ବାହାଘର ଫଟୋ
ବିବାହ ବନ୍ଧନରେ ବାନ୍ଧି ହେଲେ‘ଦୃଶ୍ୟମ୍ ୨’ର ନିର୍ଦ୍ଦେଶକ ଅଭିଷେକ ପାଠକ। ସେ ତାଙ୍କ ପ୍ରେମିକା ତଥା ଅଭିନେତ୍ରୀ ଶିବାଲିକା ଓବରାୟଙ୍କୁ କରିଛନ୍ତି ଜୀବନସାଥୀ। କପଲ୍ ୯ ଫେବୃୟାରୀରେ ଗୋଆରେ ସାତ ଫେରା ନେଇଛନ୍ତି।
ବଲିଉଡ୍ରେ ଏବେ ଚାଲିଛି ବିବାହ ଋତୁ। ଆଥିୟା ସେଟ୍ଟୀ ଓ କେଏଲ୍ ରାହୁଲଙ୍କ ପରେ ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଆଡ୍ଭାନୀ ବିବାହ କରିଥିଲେ। ଆଉ ଏବେ ‘ଖୁଦା ହାଫିଜ୍’ ଅଭିନେତ୍ରୀ ଶିବାଲିକା ଓବରାୟ ଓ ‘ଦୃଶ୍ୟମ୍ ୨’ର ନିର୍ଦ୍ଦେଶକ ଅଭିଷେକ ପାଠ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
ଏହି ଲଭିଂ କପଲ୍ ୯ ଫେବୃୟାରୀରେ ଗୋଆରେ ସାତ ଫେରା ନେଇଛନ୍ତି। ବର, କନ୍ୟା ଉଭୟେ ମନୀଷ ମଲହୋତ୍ରାଙ୍କ କଲେକ୍ସନରୁ େଓ୍ଵଡିଂ ଆଉଟ୍ଫିଟ୍ ପିନ୍ଧିଥିଲେ। ଶିବାଲିକା ଓ ଅଭିଷେକ ନିଜ ବିବାହର ସୁନ୍ଦର ଫଟୋଗୁଡ଼ିକୁ ଏବେ ଇନ୍ଷ୍ଟାଗ୍ରାମରେ ଫ୍ୟାନ୍ମାନଙ୍କ ସହିତ ସେୟାର କରିଛନ୍ତି।
ଶିବାଲିକା ଓବରାୟ ଓ ଅଭିଷେକ ପାଠକଙ୍କ େଓ୍ଵଡିଂ ମର୍ଡନ ଟଚ୍ ସହିତ ଟ୍ରାଡିସନାଲ୍ ଥିଲା। କପଲ୍ଙ୍କ ବିବାହରେ ସେମାନଙ୍କ ଘନିଷ୍ଠ ବନ୍ଧୁ, ପରିବାର ସଦସ୍ୟ ଏବଂ ଇଣ୍ଡଷ୍ଟ୍ରୀର ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ।
View this post on Instagram
ଅମନ ଦେବଗନଙ୍କ ସହ ଅଜୟ ଦେବଗନ, କାର୍ତ୍ତିକ ଆର୍ଯ୍ୟନ, ନୁସରତ ଭରୁଚା, ବିଦ୍ୟୁତ୍ ଜାମଓ୍ଵାଲ, ସନି ସିଂ, ଭୂଷଣ କୁମାର, ନିର୍ଦ୍ଦେଶକ ଲଭ୍ ରଞ୍ଜନ, ଈଶିତା ରାଜ ଶର୍ମାଙ୍କ ସମେତ ଅନେକ ଜଣାଶୁଣା ସେଲିବ୍ରିଟି ଶିବାଲିକା ଓ ଅଭିଷେକଙ୍କ ବିବାହରେ ଅତିଥି ଭାବରେ ଯୋଗଦେଇଥିଲେ। ୮ ଫେବୃୟାରୀରେ ପ୍ରି େଓ୍ଵଡିଂ ସେଲିବ୍ରେସନ ଏବଂ ୯ରେ ବିବାହ ପରେ ପାର୍ଟିର ଆୟୋଜନ କରାଯାଇଥିଲା।
କହି ରଖୁଛୁ, ‘ଦୃଶ୍ୟମ୍ ୨’କୁ ଅନେକ ସଫଳତା ମିଳିବା ପରେ ଅଭିଷେକ ପାଠକଙ୍କ ପାଇଁ ୨୦୨୨ ବହୁତ ବଢ଼ିଆ ରହିଥିଲା। ଫିଲ୍ମ ବକ୍ସ ଅଫିସ୍ରେ ଜବରଦସ୍ତ ବିଜନେସ୍ କରିଥିଲା। ସେପଟେ ଶିବାଲିକା ଓବରାୟ ବର୍ଦ୍ଧନ ପୁରୀଙ୍କ ସହିତ ‘ୟେ ସାଲି ଆଶିକୀ’ରୁ ବଲିଉଡ୍ରେ ଡେବ୍ୟୁ କରିଥିଲେ। ଅଭିନେତ୍ରୀ ‘ଖୁଦା ହାଫିଜ୍’ର ଦୁଇ ଇନ୍ଷ୍ଟଲମେଣ୍ଟରେ ମଧ୍ୟ ସେ କାମ କରିଛନ୍ତି। ଅଭିଷେକ ପାଠକ ‘ଖୁଦା ହାଫିଜ୍’ର ନିର୍ମାତା ଥିଲେ।