ଦୀପିକା, ସାରା, ଶ୍ରଦ୍ଧା ଓ ସୋନାକ୍ସୀଙ୍କ ପରେ ଏବେ ଆସିଲା ଦିୟା ମିର୍ଜାଙ୍କ ନାମ, କହିଲେ ନେବି ଆଇନର ଆଶ୍ରୟ

ସୁଶାନ୍ତଙ୍କ ମୃତ୍ୟୁ ପରେ ଏବେ ବଲିଉଡରେ ସୃଷ୍ଟି ହୋଇଛି ହଂଗାମା । ଡ୍ରଗ୍ସ ମାମଲାରେ ରିୟା ଜେଲ ଗଲା ପରେ ଏବେ ବଲିଉଡରୁ ଜଣକ ପରେ ଜଣେ ଡ୍ରଗ୍ସ ଲିଙ୍କରେ ସମ୍ପୃକ୍ତ ଥିବା ସାମ୍ନାକୁ ଆସୁଛି । ଏପର୍ଯ୍ୟନ୍ତ ଅନେକ ପ୍ରମୁଖ ଅଭିନେତା ଓ ଅଭିନେତ୍ରୀଙ୍କ ନାମ ପଦାକୁ ଆସିଲେଣି । ଧୀରେ ଧୀରେ ଫିଟୁଛି ବଲିଉଡର ଗୁମର । ଗତକାଲି ଦୀପିକା ପାଦୁକନଙ୍କ ନାମ ସାମ୍ନାକୁ ଆସିବା ପରେ ଏକ ପ୍ରକାର ଚହଳ ସୃଷ୍ଟି ହୋଇଥିଲା । ତାଙ୍କ ବ୍ୟତୀତ ସୋନାକ୍ସୀ ସିହ୍ନା, ଶ୍ରଦ୍ଧା କପୁର , ରକୁଲ ପ୍ରୀତ ଓ ସାରା ଅଲ୍ଲୀ ଖାନଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ଆଜି ଏଥିରେ ଯୋଡି ହୋଇଯାଇଛି ଆଉଜଣେ ଅଭିନେତ୍ରୀଙ୍କ ନାମ ସେ ହେଉଛନ୍ତି ଦିୟା ମିର୍ଜା । କିନ୍ତୁ ଏ କଥାକୁ ଦିୟା ମିର୍ଜା ଖାରଜ କରିଦେଇଛନ୍ତି । ଏହାସହିତ ସେ ଏହାକୁ “ଦୁର୍ଭାବନା” ବୋଲି ମଧ୍ୟ କହିଛନ୍ତି । ଆଉ ଏଥିପାଇଁ ସେ ଆଇନର ଆଶ୍ରୟ ନେବେ ବୋଲି ବି କହିଛନ୍ତି ।

ସୂଚନା ଅନୁଯାୟୀ ବଲିଉଡ-ଡ୍ରଗ୍ ଲିଙ୍କ ସଂପର୍କରେ ଜାଣିବାକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ଏବଂ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସିର ସିଇଓ ଧୁରଭ ଚିଟଗୋପେକରଙ୍କୁ ଡକାଇଥିବା ବେଳେ ଦିୟା ମିର୍ଜାଙ୍କ ନାମ ସାମ୍ନାକୁ ଆସିଥିଲା ।

Shraddha Kapoor, Sara Ali Khan To Be Summoned By NCB For Drug Probe - News  World Press

ନାମ ସାମ୍ନାକୁ ଆସିବାପରେ ଦିୟା ଲେଖିଛନ୍ତି ଯେ ମୁଁ ଏହି ସମ୍ବାଦକୁ ମିଥ୍ୟା, ଭିତ୍ତିହୀନ ଏବଂ ଦୁର୍ଭାବନାପୂର୍ଣ୍ଣ ବୋଲି କହିବି । ଦୃଢ଼ତା ଏବଂ ସ୍ୱଚ୍ଛତାର ସହ ମୁଁ ଏହାକୁ ଅସ୍ୱୀକାର କରୁଛି । ସେ ଆହୁରି ଲେଖିଛନ୍ତି ଯେ ଏହିପରି ନିମ୍ନମାନର ରିପୋର୍ଟିଂ ମୋର ପ୍ରତିଷ୍ଠା ଉପରେ ସିଧାସଳଖ ପ୍ରଭାବ ପକାଇଛି ଏବଂ ମୋର କ୍ୟାରିୟରକୁ କ୍ଷତି ପହଞ୍ଚାଉଛି ଯାହା ମୁଁ ବହୁ ବର୍ଷର ପରିଶ୍ରମ ଦ୍ୱାରା ତିଆରି କରିଛି ।

ଦିୟା ମିର୍ଜା କହିଛନ୍ତି ଯେ ମୁଁ କୌଣସି ପଦାର୍ଥ କିଣି ନାହିଁ ଏବଂ ଏହାକୁ କେବେବି ଖାଇ ନାହିଁ । ମୁଁ ଭାରତର ଏକ ଆଇନ ପାଳନ କରୁଥିବା ନାଗରିକ ଭାବରେ ମୋ ପାଇଁ ଉପଲବ୍ଧ ଆଇନଗତ ପ୍ରତିକାରର ସମ୍ପୂର୍ଣ୍ଣ ଉପଯୋଗ କରିବାକୁ ଇଚ୍ଛା କରୁଛି । ମୋ ସହିତ ଠିଆ ହୋଇଥିବାରୁ ମୁଁ ମୋ ସମର୍ଥକମାନଙ୍କୁ ଧନ୍ୟବାଦ ଦେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.