ହରର୍‌ ଥ୍ରୀଲର ଫିଲ୍ମ ‘ଦୁର୍ଗାମତୀ’ର ଟ୍ରେଲର ରିଲିଜ୍‌, ଦମ୍‌ଦାର ଚରିତ୍ରରେ ନଜର ଆସିଲେ ଭୂମି ପେଡନେକର

ରିଲିଜ୍‌ ହେଲା ଭୂମି ପେଡନେକରଙ୍କ ଥ୍ରୀଲର ଫିଲ୍ମ ‘ଦୁର୍ଗାମତୀ: ଦ ମିଥ୍‌’ର ଟ୍ରେଲର। ଅକ୍ଷୟ କୁମାର, ଭୂଷଣ କୁମାର ଓ ବିକ୍ରମ ମାଲହୋତ୍ରାଙ୍କ ପ୍ରଡକ୍ସନ୍‌ରେ ନିର୍ମିତ ଏହି ଫିଲ୍ମରେ ଭୂମି ପେଡନେକର ଦୁର୍ଗାମତୀ ଭୂମିକାକୁ ଜୀବନ୍ତ କରି ଦେଖାଇଛନ୍ତି। ଗତକାଲି ଫିଲ୍ମର ଟିଜର ରିଲିଜ୍‌ ହୋଇଥିଲା। ଏହା ପରେ ଅକ୍ଷୟ କୁମାର ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏହାର ଟ୍ରେଲର ବିଷୟରେ ସୂଚନା ଦେଇଥିଲେ।

ଦେଖନ୍ତୁ ଟ୍ରେଲର:

Video Courtesy: Amazon Prime Video India

ଆଜି ରିଲିଜ୍‌ ହୋଇଥିବା ଟ୍ରେଲରରେ ଭୂମି ପେଡନେକରଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି। ଲୋକମାନେ ଭୂମିଙ୍କ ଏହି ଗେଟ୍‌ଅପ୍‌କୁ ବେଶ୍‌ ପ୍ରଶଂସା କରିଛନ୍ତି। ଭୂମିଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ଜି ଅଶୋକ। ଫିଲ୍ମରେ ଅନ୍ୟ ପ୍ରମୁଖ ଭୂମିକାରେ ମାହି ଗିଲ୍‌, ଅର୍ସଦ ଓ୍ଵାର୍ସୀ, ଜିଶୁ ସେନ୍‌ଗୁପ୍ତା, କରନ୍‌ କପାଡିଆ ମଧ୍ୟ ନଜର ଆସିବେ।

ସୂଚନାଯୋଗ୍ୟ ଯେ ‘ଦୁର୍ଗାମତୀ: ଦ ମିଥ୍‌’ କରୋନା ଯୋଗୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ। ଏହାକୁ ଆମାଜନ ପ୍ରାଇମ୍‌ ଭିଡିଓରେ ୧୧ ଡିସେମ୍ବର ୨୦୨୦ରେ ଦର୍ଶକେ ଦେଖିପାରିବେ। କୁହାଯାଉଛି ‘ଦୁର୍ଗାମତି’ ସାଉଥ୍‌ର ସୁପରହିଟ୍‌ ଫିଲ୍ମ ‘ଭାଗମତୀ’ର ହିନ୍ଦୀ ରିମେକ୍‌। ଉକ୍ତ ଫିଲ୍ମରେ ଭୂମି ପେଡନେକରଙ୍କ ଭୂମିକାରେ ଅନୁଷ୍କା ସେଟ୍ଟୀ ଅଭିନୟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.