ଲାଇଭ୍‌ ସେସନ୍‌ ବେଳେ ନିକ୍‌ଙ୍କୁ ଲିପ୍‌ କିସ୍‌ କଲେ ପ୍ରିୟଙ୍କା ଚୋପ୍ରା, ପ୍ରବଳ ଭାଇରାଲ ହେଉଛି ଭିଡିଓ

ଗ୍ଲୋବାଲ ଆଇକନ୍‌ ପ୍ରିୟଙ୍କା ଚୋପ୍ରା ପ୍ରତିଦିନ କୌଣସି ନା କୌଣସି କାରଣରୁ ଲାଇମ୍‌ଲାଇଟ୍‌ରେ ରହିଥାନ୍ତି। କିନ୍ତୁ ଏବେ ପ୍ରିୟଙ୍କା ନିଜର ଏକ ଭିଡିଓ ପାଇଁ ଚର୍ଚ୍ଚାରେ ଅଛନ୍ତି। ପ୍ରିୟଙ୍କାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ପ୍ରିୟଙ୍କା ଏକ ଲାଇଭ୍‌ ସେସନ୍‌ ବେଳେ ସ୍ୱାମୀ ନିକ୍‌ ଜୋନ୍ସଙ୍କୁ ଲିପ୍‌ କିସ୍‌ କରୁଥିବା ଦେଖାଯାଇଛି। ଫ୍ୟାନ୍‌ମାନେ ଏହି ଭିଡିଓକୁ ଖୁବ୍‌ ପସନ୍ଦ କରୁଛନ୍ତି।

 

View this post on Instagram

 

A post shared by Jerry x Mimi 😍 (@jerryxmimi)

ସୂଚନାନୁସାରେ, ନିକଟରେ ନିକ୍‌ଙ୍କର ଏକ ଆଲବମ୍‌ ସ୍ପେସ୍‌ମ୍ୟାନ୍‌ ରିଲିଜ୍‌ ହୋଇଛି। ଏହି ଆଲବମ୍‌ର ପ୍ରମୋସନ୍‌ କରିବାରେ ନିକ୍‌ ବେଶ୍‌ ଜୋରସୋରରେ ଲାଗିଛନ୍ତି। ଏହାର ପ୍ରମୋସନ୍‌ ପାଇଁ ନିକ୍‌ ଲାଇଭ୍‌ରେ ଫ୍ୟାନ୍‌ଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ଅଚାନକ ପ୍ରିୟଙ୍କା ଚୋପ୍ରା ଆସୁଛନ୍ତି ଓ ପ୍ରଥମେ ସମସ୍ତଙ୍କୁ ହ୍ୟାଲୋ କହୁଛନ୍ତି। ତା’ ପରେ ନିକ୍‌ଙ୍କୁ ଲିପ୍‌ କିସ୍‌ କରି ଚାଲିଯାଉଛନ୍ତି। ପ୍ରିୟଙ୍କା କିସ୍‌ କରି ଯିବା ପରେ ନିକ୍‌ କହୁଛନ୍ତି, ତାଙ୍କ ନୂଆ ମ୍ୟୁଜିକ୍‌ ଆଲବମ୍‌ର ଇନ୍‌ସ୍ପିରେସନ୍‌ ହେଉଛନ୍ତି ପ୍ରିୟଙ୍କା। ଏହା ପରେ ସେ କହୁଛନ୍ତି, ପ୍ରିୟଙ୍କା ତାଙ୍କ ଜୀବନରେ ଘଟୁଥିବା ପ୍ରତ୍ୟେକ କାର୍ଯ୍ୟ ପାଇଁ ତାଙ୍କୁ ଉତ୍ସାହିତ କରିଥାନ୍ତି।

ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ନିକ୍‌ ଓ ପ୍ରିୟଙ୍କା ଲୋକଙ୍କ ସାମ୍ନାରେ କିସ୍‌ କରୁଥିବା ଦେଖାଯାଇଛି। ସୂଚନାଯୋଗ୍ୟ ଯେ ପ୍ରିୟଙ୍କା ଚୋପ୍ରା ମଧ୍ୟ ନିକ୍‌ଙ୍କ ନୂଆ ଆଲବମ୍‌ର ପ୍ରମୋସନ୍‌ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.