ପୁଣି ଅଡୁଆରେ ଏଲଭିଶ ଯାଦବ, ମନି ଲଣ୍ଡ୍ରିଂ ମାମଲାରେ ସମନ ଜାରି କଲା ଇଡି

ବର୍ତ୍ତମାନ ପ୍ରସିଦ୍ଧ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ରେଭ୍‌ ପାର୍ଟିରେ ସାପ ବିଷ ମାମଲାରେ ଇଡି ଏଲଭିଶ ଯାଦବଙ୍କୁ ଏକ ନୂଆ ସମନ ପଠାଇଛି । ଏହା ବ୍ୟତୀତ ଇଡି ମନି ଲଣ୍ଡ୍ରିଂ ମାମଲାରେ ଏଲଭିଶଙ୍କୁ ଏକ ନୂଆ ସମନ ପଠାଇଛି । ଏହା ସହ ଜୁଲାଇ ୨୩ରେ ପଚରାଉଚରା ପାଇଁ ତାଙ୍କୁ ଲକ୍ଷ୍ନୋକୁ ଡାକିଛନ୍ତି । ଏହାପୂର୍ବରୁ ଇଡି ଏଲଭିଶ ଯାଦବଙ୍କୁ ନୋଟିସ ଦେଇ ଜୁଲାଇ ୮ରେ ଡାକିଥିଲା । କିନ୍ତୁ ଏଲଭିଶ ବିଦେଶରେ ରହିବା କଥା କହି କିଛି ଦିନ ମାଗିଥିଲେ । ଯେଉଁଥି ପାଇଁ ଇଡି ବର୍ତ୍ତମାନ ଜୁଲାଇ ୨୩ରେ ହାଜର ହେବାକୁ ସମନ ଜାରି କରିଛି ।

ମେ ମାସରେ, ଏଲଭିଶଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲାରେ ଇଡି ଏପ୍‌ଆଇଆର ଦାଖଲ କରିଥିଲା । ଏହା ବ୍ୟତୀତ ଏପରି ଖବର ମଧ୍ୟ ଅଛି ଯେ ଏଲଭିଶ ଯାଦବଙ୍କୁ ଇଡି ବଡ ହୋଟେଲ, ରିସର୍ଟ ଏବଂ ଫାର୍ମ ହାଉସ ବିଷୟରେ ମଧ୍ୟ ପଚରାଉଚରା କରିବେ । ତେବେ ପୂର୍ବରୁ ନୋଏଡା ପୋଲିସ ଦ୍ୱାରା ଏଲଭିଶ ଯାଦବଙ୍କୁ ଗିରଫ କରାଯାଇଥିଲା । ଏଲଭିଶଙ୍କ ପାଖରେ ଥିବା ଦାମୀ କାରଗୁଡିକର ପାଇଁ ମଧ୍ୟ ଇଡି ଯାଞ୍ଚ କରିବେ । କିନ୍ତୁ ବର୍ତ୍ତମାନ ସେ ଜାମିନରେ ବାହାରେ ଅଛନ୍ତି । ସୂଚନା ଅନୁଯାୟୀ, ଏଲଭିଶଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

ଏହା ପୂର୍ବରୁ, ୨୦୨୩ ବର୍ଷ ଶେଷରେ, ପିପୁଲ୍ସ ଫର ଆନିମଲ୍ସ ସଂଗଠନର ଜଣେ ଅଧିକାରୀ ସେକ୍ଟର – ୪୯ ପୋଲିସ ଷ୍ଟେସନରେ ଏକ ମାମଲା ଦାୟର କରିଥିଲେ, ଯେଉଁଥିରେ ଏଲଭିଶ ଯାଦବ ଏବଂ ତାଙ୍କ ସହଯୋଗୀମାନେ ସାପ ବିଷ ବ୍ୟବହାର ଏବଂ କିଣିବା ତଥା ବିକିବାକୁ ନେଇ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ପାର୍ଟି ହେଉଥିବା ସ୍ଥାନ ଉପରେ ଚୌଢଉ କରିଥିଲା । ଯେଉଁଠାରେ କୋବ୍ରା ସମେତ ୯ଟି ସାପ ଏବଂ ୫ ଜଣ ସାପ ଧରାଳି ସମେତ ୨୦ମିଲି ବିଷ ଜବତ କରିଥିଲେ । ତେବେ ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତଙ୍କୁ ଜେଲକୁ ପଠାଇଥିଲା ।

You might also like