୧୭ ବର୍ଷ ତଳର ପ୍ରେମକାହାଣୀକୁ ପୁଣି ଥରେ ତାଜା କଲେ ଏକତା : ଆସିଲା ’କୌସଟି ଜିନ୍ଦେଗୀ କି ୨’ର ପ୍ରୋମୋ

ଛୋଟ ପରଦାର ବଡ଼ କୁଇନ୍ ଏକତା କପୁର୍ । ବିଭିନ୍ନ ପ୍ରକାର ସୋ ଜରିଆରେ ଦୀର୍ଷ ବର୍ଷ ଧରି ଦର୍ଶକଙ୍କ ମନରେ ରାଜ୍ କରୁଛନ୍ତି । ଏବେ ପୁଣି ଥରେ ଆରମ୍ଭ କରିବାକୁ ଯାଉଛନ୍ତି ନିଜର ୧୭ବର୍ଷର ପୁରୁଣା ସୋ ’କସୋଟି ଜିନ୍ଦେଗୀ କୀ’ । ଏକତା ଏହି ସୋ’ର ପ୍ରୋମୋକୁ ରିଲିଜ୍ କରି ସାରିଛନ୍ତି । ରିଲିଜର କିଛି ଘଣ୍ଟା ମଧ୍ୟରେ ସୋ ଏହି ପ୍ରୋମୋଟି ଭାଇରାଲ୍ ହୋଇଯାଇଛି । ପ୍ରୋମୋରେ ଅରଜିନାଲ୍ ଟାଇଟଲ ଟ୍ରାକ ହିଁ କେବଳ ବ୍ୟବହାର କରାଯାଇଛି । ଏହି ପ୍ରୋମୋରେ ସୋ’ର ଲିଡ୍ ଅଭିନେତ୍ରୀ ୟସିକାଙ୍କର ମୁହଁ ଦେଖିବାକୁ ମିଳିଛି । ଏହା ସହ ମେଲ୍ ଲିଡ୍ ଅନୁରାଗଙ୍କ ରୋଲରେ କିଏ ଅଛନ୍ତି ତାହା ଏବେ ବି ସସପେନ୍ସରେ । ପ୍ରୋମୋ ଜରିଆରେ ଲାଲି ଚୂନିର ଭିତରେ ପ୍ରେରଣା ଓ ଅନୁରାଗଙ୍କର ରୋମାନ୍ସ ଦେଖି ପୁରୁଣା ଅନୁଭୂତି ତାଜା ହୋଇଛି ।

ଏହି ଭିଡିଓ ଟିକୁ ପ୍ରେରଣା ମାନେ ଶ୍ବେତା ତିୱାରୀ ମଧ୍ୟ ଦେଖିଛନ୍ତି ଏବଂ ଏକତା କପୁରଙ୍କୁ ନିଜର ପ୍ରଶଂସା ଜଣାଇଛନ୍ତି । ଶ୍ବେତା ପ୍ରୋମୋର ପ୍ରଶଂସା କରି କହିଛନ୍ତି ଏକତାଙ୍କୁ ନୂଆ ସୋ ପାଇଁ ଶୁଭେଚ୍ଛା, ଟାଇଟଲ ସଙ୍ଗଟି ବହୁତ ଭଲ ହୋଇଛି । ଏହା ଶୁଣିଲା ପରେ ଏକତା କପୁର ଶ୍ବେତାଙ୍କୁ ପ୍ରତ୍ୟୁତ୍ତରରେ ହାଟର ଏମୋଜି ପଠାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ’କସୋଟି ଜିନ୍ଦେଗୀ କୀ’ର ପ୍ରଥମ ସିଜିନରେ ପ୍ରେରଣାଙ୍କ ଚରିତ୍ରରେ ଅଭିନୟ କରିଥିଲେ ଶ୍ବେତା ତିଆରୀ ଏବଂ ଅନୁରାଗଙ୍କ ସ୍ଥାନରେ ସୋଜନ୍ ଖାନ୍ ନଜର ଆସିଥିଲେ । ୨୦୦୧ରେ ଆରମ୍ଭ ହୋଇଥିବା ଏହି ଟିଭି ସୋ ୯ବର୍ଷ ଯାଏ ଚାଲିଥିଲା ଓ ଏହାର ଲିଡ୍ ରୋଲରେ ଥିବା ଚରିତ୍ରଙ୍କୁ ଦର୍ଶକ ବହୁତ ପସନ୍ଦ କରିଥିଲେ ।

ରିପୋର୍ଟ ଅନୁସାରେ, ସିନେମା ’କୈସି ୟେ ୟାରିଆଁ’ ର ନାୟକ ପାର୍ଥ ସମାଥାନ ବସୁଙ୍କୁ ଏହି ରୋଲ୍ ପାଇଁ ବଛା ଯାଇଛି । ଆଉ ମଧ୍ୟ ଏହି ସୋ’ରେ ଖଳନାୟକ ରୋଲରେ ହିନା ଖାନ୍ ନଜର ଆସିବେ । ଏହି କଥାକୁ ନିଜେ ହିନା ହିଁ ନିଶ୍ଚିତ କରାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.