ଲୋକଙ୍କୁ ଆକୃଷ୍ଟ କରିପାରୁନାହିଁ କଙ୍ଗନାଙ୍କ ଏମରଜେନ୍ସି, ଦୁଇ ଦିନରେ କରିଛି ଏତିକି କଲେକ୍ସନ

ବଲିଉଡ କୁଇନ କଙ୍ଗନା ରଣାୱତଙ୍କ ପଲିଟିକାଲ ଡ୍ରାମା ଫିଲ୍ମ ଏମରଜେନ୍ସି ରିଲିଜ ହୋଇଛି । ଏହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଦିନରୁ ଅପେକ୍ଷା କରିଥିଲେ । ଶେଷରେ ଫିଲ୍ମ ଏମରଜେନ୍ସି ଜାନୁୟାରୀ ୧୭ରେ ରିଲିଜ ହୋଇଛି । ରିଲିଜ ହେବା ପରେ ମଧ୍ୟ ଏହି ଫିଲ୍ମକୁ ଦେଖିବା ପାଇଁ ଭିଡ ଜମୁନାହିଁ । ବକ୍ସ ଅଫିସରେ ଏହାର ଆୟ ଭଲ ନାହିଁ । ତେବେ ଜାଣିବା ଏହି ଦୁଇ ଦିନ ଭିତରେ ଫିଲ୍ମଟି କେତେ ଆୟ କରିଛି ।

ଏମରଜେନ୍ସି ରିଲିଜ ହେବା ପ୍ରଥମ ଦିନରେ ୨.୫୦ କୋଟିଟଙ୍କା ଆୟ କରିଛି ।  ଦ୍ବିତୀୟ ଦିନ ଶନିବାରରେ ୩.୫୦ କୋଟି ଟଙ୍କା ଆୟ କରିଥିଲା । ଏହି ଫିଲ୍ମକୁ ନେଇ କିଛି ବିବାଦ ଦେଖାଯାଇଥିଲା ଏହାପରେ କଙ୍ଗନାଙ୍କ ଏମରଜେନ୍ସି ସିନେମା ହଲରେ ରିଲିଜ ହୋଇଥିଲା । ପ୍ରଥମ ଦିନ ଅପେକ୍ଷା ଦ୍ବିତୀୟ ଦିନରେ ଏମରଜେନ୍ସି ଭଲ ଆୟ କରିଛି ।

ଶନିବାରରେ ହୋଇଥିବା ରୋଜଗାର ଆୟକୁ ମିଶାଇ ଫିଲ୍ମଟି ୬ କୋଟିଟଙ୍କା ଆୟ କରିବାରେ ସଫଳ ହୋଇଛି । ତେବେ ରବିବାର ଅର୍ଥାତ ଆଜି ଛୁଟିଦିନ ରହିଥିବାରୁ କେତେ ଆୟ ହେବ ତାହାକୁ ଅପେକ୍ଷା । ଏହି ଫିଲ୍ମର ବଜେଟ ପ୍ରାୟ ୬୦ କୋଟି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଯେଉଁ ଭଳି ଭାବରେ ଏହି ଫିଲ୍ମ ଆୟ କରୁଛି ଫିଲ୍ମ ତିଆରି ହୋଇଥିବା ବଜେଟକୁ ଛୁଇଁ ପାରିବ ନାହିଁ ବୋଲି ଅନୁମାନ କରାଯାଉଛି ।

ଏମରଜେନ୍ସିରେ ମୁଖ୍ୟ ଭୁମିକାରେ ଅଭିନୟ କରୁଛନ୍ତି କଙ୍ଗନା ରଣାୱତ । ସେ ଏହି ଫିଲ୍ମରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମରେ ଅନୁପମ ଖୈର, ଶ୍ରେୟସ୍ ତଲପଡେ, ମହିମା ଚୌଧୁରୀ, ମିଲନ୍ଦ ସୋମନଙ୍କ ଭଳି ଅଭିନେତାଙ୍କୁ ଦେଖିବାକୁ ମିଳିଛି ।

ରିଲିଜ୍ ପୂର୍ବରୁ ଅଭିନେତ୍ରୀ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ପାଇଁ ନାଗପୁରରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ରଖିଥିଲେ । ଅଭିନେତ୍ରୀ ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିବାର ଦେଖାଯାଇଥିଲା ।

Also read:ମାତ୍ର ୯୯ ଟଙ୍କାରେ ବୁକ୍ କରନ୍ତୁ ‘ଏମରଜେନ୍ସି’ ଟିକେଟ୍, କଙ୍ଗନା ରାଣାୱତ ଫ୍ୟାନ୍ସଙ୍କୁ ଦେଲେ ବଡ଼ ଉପହାର