ଏମରଜେନ୍ସି କୁ ନେଇ ବଢୁଛି ସସପେନ୍ସ…ଇନ୍ଦିରାଗାନ୍ଧୀଙ୍କ ଜୀବନର ସ୍ଲାଇଡ ଶୋ ହୋଇଗଲା ଏହି ଫିଲ୍ମ

ଏମରଜେନ୍ସି ଫିଲ୍ମରେ ଇନ୍ଦିରାଗାନ୍ଧିଙ୍କ ପିଲାଦିନ ଠାରୁ ତାଙ୍କୁ ହତ୍ୟା ସମୟ ପର୍ଯ୍ୟନ୍ତ ଘଟଣାବଳୀକୁ ଦେଖାଯାଇଛି । ଏହି ଫିଲ୍ମ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆତ୍ମ ଜୀବନୀ ବୋଲି କହୁନାହିଁ ଏହି ଫିଲ୍ମ । ଏମରଜେନ୍ସି ଏକ ରାଜନୈତିକ ଡ୍ରାମା ଅଟେ । ଯଦି ଏହି କାହାଣୀକୁ ଦର୍ଶକମାନେ ଭଲ ଭାବରେ ଅନୁସନ୍ଧାନ କରିବେ ତାହା ହେଲେ ଫିଲ୍ମକୁ ଠିକ ଜାଣିପାରିବା ସହ ଏକ ଭଲ ଅନୂଭୂତି ନେଇପାରିବେ ।
ବାସ୍ତବ ଜୀବନରେ ଅଭିନେତ୍ରୀ କଙ୍ଗନା ହେଉଛନ୍ତି ଜଣେ ସାଂସଦ । ଯଦି ଦେଖିବା ସେ ଏବେ ବଡ ପରଦାରେ ନଜର ଆସୁଛନ୍ତି । ତାହା ପୁଣି ବାସ୍ତବିକ ଜୀବନରେ ଜଣେ ରାଜନେତ୍ରୀ ଭାବରେ ପରଦା ଉପରକୁ ଆସିଛନ୍ତି । ଗତଥର ସେ ତାମିଲନାଡୁର ପୂର୍ବ ମୂଖମନ୍ତ୍ରୀ ଜୟ ଲଳିତାଙ୍କ ଭୂମିକାରେ ନଜର ଆସିଥିଲେ । ଆଉ ଏବେ ସେ ଏମରଜେନ୍ସିରେ ଭାରତର ପୂର୍ବତନ ମୂଖମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କ ଭୂମିକାରରେ ନଜର ଆସିବେ ।
ଟାଇଟଲ ହିସାବରେ ଏହି ଫିଲ୍ଲରେ ୧୯୭୫ରେ ଲୋକ ଜରୁରୀକାଳୀନ ପରିସ୍ଥିତିରେ ଆଧାରିତ ହୋଇଛି । କିନ୍ତୁ ଏହି ଫିଲ୍ମରେ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପିଲାଦିନର କାହାଣୀ ଠାରୁ ତାଙ୍କୁ ହତ୍ୟା କରାଯାଇଥିବାର ଘଟଣା ପର୍ଯ୍ୟନ୍ତ ଏହି ଫିଲ୍ମରେ ଦେଖାଯାଇଛି ।
କଙ୍ଗନାଙ୍କ ଫିଲ୍ମରେ ଇନ୍ଦିରା ଗାନ୍ଧୀଙ୍କ ପିଲାଦିନ ଘଟଣାରୁ ଆରମ୍ଭ ହୋଇଛି । ଯେଉଁଠାରେ ଦେଖିବାକୁ ମିଳିଛି କି ନିଜ ମା ଟିବିରେ ପୀଡିତ ଅଛନ୍ତି । ତାଙ୍କ ସହ କାହାକୁ ଭେଟିବାକୁ ଦିଆଯାଉନାହିଁ । ଯାହା ଫଳରେ ସେ ଲୋକଙ୍କ ଠାରୁ ଦୁରରେ ଅଛନ୍ତି । ଏଥିପାଇଁ ସେ ନିଜ ମାଉସୀ ବିଜୟ ଲଷ୍ମୀଙ୍କ ଉପରେ ଇନ୍ଦିରା ଗାନ୍ଧୀ ରାଗିଯାଉଥିବା ଦେଖିବାକୁ ମିଳିଛି ।