‘ଗ୍ରାଉଣ୍ଡ ଜିରୋ’ରେ ଦେଖିବାକୁ ମିଳିବ BSF ଯବାନଙ୍କ କାହାଣୀ, ନୂଆ ଅବତାରରେ ନଜର ଆସିବେ ଇମ୍ରାନ ହାସମୀ

ବଲିଉଡର ଦମଦାର ଅଭିନେତା ଇମ୍ରାନ୍ ହାସମୀ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଅଭିନେତାଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ, ଫିଲ୍ମ ମେକର୍ସ ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଫିଲ୍ମ ନିର୍ମାତା ତାଙ୍କ ଆଗାମୀ ଫିଲ୍ମର ରିଲିଜ୍ ଡେଟ୍ ସହିତ ଟିଜର ରିଲିଜ୍ ଡେଟ୍ ମଧ୍ୟ ଘୋଷଣା କରିଛନ୍ତି । ଏକ୍ସେଲ ଏଣ୍ଟରଟେନମେଣ୍ଟ ଏହାର ଜବରଦସ୍ତ ଆକ୍ସନ ଥ୍ରୀଲର ‘ଗ୍ରାଉଣ୍ଡ ଜିରୋ’ର ଟିଜର ରିଲିଜ୍ ଘୋଷଣା କରିଛି । ବିଶେଷ କଥା ହେଉଛି ଏହି ଟିଜରଟି ଏହି ସପ୍ତାହରେ ରିଲିଜ ହେବ ।
୨୫ ଏପ୍ରିଲ ୨୦୨୫ରେ ରିଲିଜ ହେବାକୁ ଥିବା ଏହି ଫିଲ୍ମଟି ଜବରଦସ୍ତ ଆକ୍ସନ ଏବଂ ଇମୋସନରେ ଭରପୂର ହେବାକୁ ଯାଉଛି, ଯାହା ଦର୍ଶକଙ୍କୁ ଏକ ଇଣ୍ଟେନ୍ସ ସିନେମାଟିକ୍ ଅଭିଜ୍ଞତା ଦେବାକୁ ଯାଉଛି । ଫିଲ୍ମ ‘ଗ୍ରାଉଣ୍ଡ ଜିରୋ’ରେ ଇମରାନ ହାସମୀ ଏକ ଶକ୍ତିଶାଳୀ ଭୂମିକାରେ ନଜର ଆସିବେ । ଫିଲ୍ମର କାହାଣୀ ଜଣେ ବିଏସଏଫ ଡେପୁଟି କମାଣ୍ଡାଣ୍ଟଙ୍କର ଯିଏ ଦୁଇ ବର୍ଷ ଧରି ଜାତୀୟ ସିକ୍ୟୁରିଟି ଥ୍ରେଟର ତଦନ୍ତ କରନ୍ତି । ଫିଲ୍ମଟି ବର୍ଷ ବର୍ଷ ଧରି ଲୋକଙ୍କ ଆଖିରୁ ଲୁଚି ରହିଥିବା ଏକ ଅକଥିତ ଯୁଦ୍ଧ ଦ୍ୱାରା ଅନୁପ୍ରାଣିତ ।
ଏହି ଚଳଚ୍ଚିତ୍ରଟି ଏପର୍ଯ୍ୟନ୍ତ ବିଏସଏଫର ସର୍ବୋତ୍ତମ ଅପରେସନଗୁଡ଼ିକ ମଧ୍ୟରୁ ଗୋଟିଏକୁ ଦର୍ଶାଉଛି, ଯାହାକୁ ୨୦୧୫ରେ ଆନୁଷ୍ଠାନିକ ଭାବରେ ସମ୍ମାନିତ ମଧ୍ୟ କରାଯାଇଥିଲା । ହାଇ-ଅକ୍ଟେନ୍ ଆକ୍ସନ, ଗଭୀର ଭାବନା ଏବଂ ଦେଶପ୍ରେମରେ ପରିପୂର୍ଣ୍ଣ ଫିଲ୍ମ ଗ୍ରାଉଣ୍ଡ ଜିରୋ ଆମର ସୈନିକମାନେ ପ୍ରତିଦିନ ସମ୍ମୁଖୀନ ହେଉଥିବା ସାହସ, ତ୍ୟାଗ ଏବଂ ଚ୍ୟାଲେଞ୍ଜକୁ ପ୍ରକାଶ କରେ । ‘ଗ୍ରାଉଣ୍ଡ ଜିରୋ’ର ନିର୍ଦ୍ଦେଶନା ତେଜସ ଦେବାସ୍କର ଦେଇଛନ୍ତି, ଯିଏ ଏହି ଫିଲ୍ମରେ ସେନାର ସଂଘର୍ଷକୁ ବାସ୍ତବବାଦୀ ଢଙ୍ଗରେ ଉପସ୍ଥାପନ କରିବାକୁ ଯାଉଛନ୍ତି ।
ଏହି କାହାଣୀ କେବଳ ଯୁଦ୍ଧକ୍ଷେତ୍ର ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ସୀମାରେ ନିୟୋଜିତ ଆମର ସୈନିକମାନଙ୍କ ଦ୍ୱାରା ଦିଆଯାଇଥିବା ବ୍ୟକ୍ତିଗତ ବଳିଦାନକୁ ମଧ୍ୟ ପ୍ରଦର୍ଶନ କରିବ । ଏକ୍ସେଲ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏବଂ ତେଜସ ଦେବସ୍କରଙ୍କ ନିର୍ଦ୍ଦେଶିତ, ଗ୍ରାଉଣ୍ଡ ଜିରୋ ଏକ ଜବରଦସ୍ତ ଆକ୍ସନ-ଥ୍ରୀଲର । ଯେଉଁଥିରେ ଇମ୍ରାନ ହାସମୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମଟି ୨୫ ଏପ୍ରିଲ ୨୦୨୫ରେ ରିଲିଜ ହେବ ।
Also read: ପୁଣିଥରେ ମା ହେବେକି ଆଲିଆ ? ମୁହଁ ଖୋଲିଲେ ଅଭିନେତା ରଣବୀର…