ଫିଲ୍ମରେ କିପରି ସୁଟ୍‌ ହୁଏ ଇଣ୍ଟିମେଟ୍ ସିନ୍‌ ? ଇମ୍ରାନ ହାସମି କଲେ ଖୁଲାସା

ବଲିଉଡ ଅଭିନେତା ଇମ୍ରାନ ହାସମି ଅନେକ ଫିଲ୍ମ କରିଛନ୍ତି । ସେ ତାଙ୍କର ସମସ୍ତ ଫିଲ୍ମ କିସ ସିନ୍‌ରୁ ହିଁ ଆରମ୍ଭ ହୋଇଥାଏ । ପୂର୍ବରୁ ବଲିଉଡ଼ରେ ଇମ୍ରାନ ହାଶମିଙ୍କୁ ‘ସିରିଏଲ କିସର’ କୁହାଯାଏ । ଏହାକୁ ନେଇ ସେ କହିଥିଲେ ଯେ ରିୟଲ ଲାଇଫ୍‌ରେ ସେ ସେପରି ନୁହଁନ୍ତି, କିସିଂ ସିନ୍‌ କେବଳ ଫିଲ୍ମର ସ୍କ୍ରିପ୍ଟର ଚାହିଦା । ଏକ ଇଣ୍ଟରଭ୍ୟୁରେ ଇମ୍ରାନ୍ ହାସମି କହିଛନ୍ତି ଯେ ଫିଲ୍ମରେ କିପରି ଇଣ୍ଟିମେଣ୍ଟ ସିନ୍‌ ସୁଟିଂ କରାଯାଏ । ସେ ଏହା ଉପରେ ଖୋଲାଖୋଲି ଭାବେ କହିଥିଲେ ଏବଂ ଲିପଲକ୍ ସିନ୍‌ର କଥା ବିଷୟରେ ଆଲୋଚନା କରିଥିଲେ ।

ସେହି ଇଣ୍ଟରଭ୍ୟୁରେ ଇମ୍ରାନ୍ ହାସମି କହିଛନ୍ତି ଯେ ଫିଲ୍ମର ଇଣ୍ଟିମେଣ୍ଟ ସିନ୍‌ଗୁଡ଼ିକ ଟେକ୍ନିକାଲ୍ ସୁଟ୍ ହୋଇଥାଏ । ଏହିପରି ସିନ୍‌ ଖୁବ୍ କମ୍ ଲୋକଙ୍କ ମଧ୍ୟରେ ସୁଟ୍ କରାଯାଏ । ଇମ୍ରାନ ହାସମି କହିଛନ୍ତି, ‘ଏହି ସିନ୍‌ ସୁଟିଂ ସମୟରେ ସେଟରେ କମ୍ ଲୋକ ଉପସ୍ଥିତ ରୁହନ୍ତି । ଫିଲ୍ମର ଅନ୍ୟ ସିନ୍‌ ସୁଟିଂରେ ଅନେକ ଲୋକ ଉପସ୍ଥିତ ରୁହନ୍ତି, କିନ୍ତୁ ଇଣ୍ଟିମେଣ୍ଟ ସିନ୍‌ କମ୍ ଲୋକଙ୍କ ମଧ୍ୟରେ ସୁଟିଂ କରାଯାଇଥାଏ ।

ଏହା ସହ ଇମ୍ରାନ୍ ହାସମି ଏପରି ମଧ୍ୟ କହିଛନ୍ତି ଯେ ବେଳେବେଳେ ଲିପଲକ୍ ସିନ୍‌ଗୁଡ଼ିକ ସୁଟ୍ ହୁଏ ନାହିଁ ଏବଂ ବେଳେବେଳେ ସେଗୁଡିକ ରିୟଲ ଭାବରେ ସୁଟ୍ କରାଯାଏ ନାହିଁ । ପରେ ଉଭୟଙ୍କ ସିନ୍‌ ପାଇଁ ଟେକ୍ନିକାଲ୍ ସୁଟ୍‌ କରାଯାଇଥାଏ । କିନ୍ତୁ ଦର୍ଶକମାନେ ଅନୁଭବ କରୁଛନ୍ତି ଯେ ଏହି ସିନ୍‌ ସେମାନଙ୍କ ମଧ୍ୟରେ ସୁଟିଂ କରାଯାଉଛି । ଇମ୍ରାନ୍ ହାସବି ଏହା ମଧ୍ୟ କହିଛନ୍ତି ଯେ ଅନେକ ଅଭିନେତ୍ରୀ ଏହିପରି ସିନ୍‌ କରିବା ପାଇଁ ରଜି ହୋଇନଥାନ୍ତି ।

ଇମ୍ରାନ୍ ହାସମି ୨୦୦୨ ମସିହାରେ ଫୁଟପାଥ୍ ଫିଲ୍ମ ସହିତ ଡେବ୍ୟୁ କରିଥିଲେ କିନ୍ତୁ ସେ ମର୍ଡର ଫିଲ୍ମରୁ ଲୋକପ୍ରିୟତା ପାଇଥିଲେ । ଏହା ପରେ, ଇମ୍ରାନ୍ ହାସମି ମର୍ଡର ୨, ‘ଜନ୍ନତ’, ‘ଆଶିକ୍ ବନାୟା ଆପନେ’, ‘ରାଜ୍ ୩’, ‘ଅୱାରାପନ୍’, ‘ହମାରି ଅଧୁରୀ କାହାନି’, ‘ଜେହର’, ‘ଜନ୍ନତ୍ ୨’, ଭଳି ଅନେକ ଫିଲ୍ମରେ ନଜର ଆସିଛନ୍ତି । ଏହା ବ୍ୟତୀତ ‘ମୁମ୍ବାଇ’ ଏବଂ ‘ଟାଇଗର’ ‘ଭଳି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଏହା ସହ ଇମ୍ରାନ୍ ହାସମିଙ୍କ ଫ୍ୟାନ୍ସ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରନ୍ତି ।

 

You might also like