ସୁନ୍ଦରୀ ଏରିକା ଫର୍ଣ୍ଣାଣ୍ଡିଜଙ୍କୁ କରୋନା, କୋଭିସେଲ୍ଫ କିଟ୍‌ ଉପରେ ବିଶ୍ୱାସ ନ କରିବା ପାଇଁ ଫ୍ୟାନ୍ସଙ୍କୁ ଦେଲେ ପରାମର୍ଶ

କରୋନା କବଳରେ କସୌଟୀ ଜିନ୍ଦେଗୀ କେ ଫେମ୍‌ ଏରିକା ଫର୍ଣ୍ଣାଣ୍ଡିଜ। ଏରିକା ନିଜେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଜଣାଇଛନ୍ତି। ପୋଷ୍ଟ କରି ଏରିକା କହିଛନ୍ତି, ତାଙ୍କ ମା’ ଆଉ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହିତ ଫ୍ୟାନ୍ସଙ୍କୁ ଜରୁରୀ ସୂଚନା ମଧ୍ୟ ଦେଇଛନ୍ତି। ଘରେ ରହି କୋଭିସେଲ୍ଫ କିଟ୍‌ ଜରିଆରେ ଟେଷ୍ଟ ଉପରେ ବିଶ୍ୱାସ ନକରିବାକୁ ସେ ପରାମର୍ଶ ଦେଇଛନ୍ତି।

ଏରିକା କହିଛନ୍ତି, ପ୍ରଥମେ ସେ ଯେତେବେଳେ କୋଭିଡ ପଜିଟିଭ ହୋଇଥିଲେ, ସେତେବେଳେ ସେ କରୋନାର କଷ୍ଟ ଜାଣିପାରିଥିଲେ। ଆଉ ତାଙ୍କ ମା’ କରୋନା ପଜିଟିଭ ହେବା ମଧ୍ୟ ଦୁଃଖଦାୟକ। ସେ କହିଛନ୍ତ, ଜାନୁଆରୀ ୨ ତାରିଖରେ ତାଙ୍କୁ କାଶ ଓ ଗଳାରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏହାପରେ ସେ କୋଭିସେଲ୍ଫ କିଟ୍‌ ଆଣି ଘରେ କରୋନା ଟେଷ୍ଟ କରିଥିଲେ। ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଏହାପରେ ଦୁଇ ଥର ପୁଣି ଏହି ଟେଷ୍ଟ କରିଥିଲେ କିନ୍ତୁ ପ୍ରତିଥର ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ଏରିକାଙ୍କ ମା’ଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିଲା।

 

View this post on Instagram

 

A post shared by ERICA JENNIFER FERNANDES (@iam_ejf)

ଏରିକା କହିଛନ୍ତି ଯେ, ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡି ଯାଇଥିଲା। ତାଙ୍କ ଗଳା ଯନ୍ତ୍ରଣା ବଢ଼ିବାରେ ଲାଗିଥିଲା। ଏହାପରେ ସେ ଲ୍ୟାବ ଯାଇ କରୋନା ଟେଷ୍ଟ କରିଥିଲେ, ସେଠି ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କ ମା’ଙ୍କଠାରେ ମଧ୍ୟ ଗୋଡ ହାତ ଯନ୍ତ୍ରଣା, କାଶ, ଥଣ୍ଡା, ମୁଣ୍ଡବିନ୍ଧା ଏବଂ ଜ୍ୱର ଭଳି ଲକ୍ଷଣ ରହିଛି।

ଉଭୟ ଆଇସୋଲେସନରେ ଅଛନ୍ତି ଏବଂ ସେମାନଙ୍କର ଚିକିତ୍ସା ଚାଲିଛି। ଗତ ଏକ ସପ୍ତାହ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ତାଙ୍କୁ କରୋନା ଟେଷ୍ଟ କରିବା ପାଇଁ ଅନୁରୋଧ କରିଛନ୍ତି। ଏଥିସହ ଏରିକା କୋଭିସେଲ୍ଫ କିଟ୍ ସହାୟତାରେ ଘରେ କରାଯାଇଥିବା କୋଭିଡ୍ ପରୀକ୍ଷାକୁ ବିଶ୍ୱାସ ନକରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।