ପୁଣି ଥରେ ଆଈ ହେଲେ ହେମାମାଳିନୀ, ଜାଣନ୍ତୁ ଇଶାଙ୍କର ପୁଅ ହେଲା ନା ଝିଅ ?

ପୁଣି ଥରେ ଅଜା ଆଈ ହୋଇଛନ୍ତି ଧର୍ମେନ୍ଦ୍ର ଏବଂ ହେମାମାଳିନୀ । ମା’ ହୋଇଛନ୍ତି ଇଶା ଦେଓ୍ଵଲ୍ । ୧୦ ଜୁନରେ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି ଇଶା । ଏକଥା ନିଜେ ଇଶା ସୋସିଆଲ୍ ମିଡିଆରେ ସେୟାର୍ କରି ଜଣାଇଛନ୍ତି ।
ଇନଷ୍ଟାଗ୍ରାମରେ ନିଜ ଝିଅର ନାଁ ମଧ୍ୟ ଖୁଲାସା କରିଛନ୍ତି । ଝିଅର ନାଁ ସେ ରଖିଛନ୍ତି ମିୟାରା ତଖତାନୀ । ପୂର୍ବରୁ ଇଶାଙ୍କର ଆଉ ଏକ କନ୍ୟା ସନ୍ତାନ ଅଛି । ଯାହାଙ୍କ ନା ରାଧ୍ୟା । ତେବେ ଦ୍ୱିତୀୟ ସନ୍ତାନ ହେବା ନେଇ ଇଶା ଜାନୁଆରୀ ମାସରେ ହିଁ ଏକ ନିଆରା ଢଙ୍ଗରେ ନିଜ ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ । ଝିଅ ରାଧ୍ୟାକୁ ଏକ ସୋଫାରେ ବସାଇ ଫଟୋ ନେଇ ଲେଖିଥିଲେ , ମୋର ପ୍ରମୋସନ୍ ହେଉଛି ମୁଁ ବଡ ଭଉଣୀ ହେବାକୁ ଯାଉଛି ।