ବିବାହର ୧୦ ବର୍ଷ ପରେ ବି ବାପା ହୋଇନାହାନ୍ତି ସାଉଥ ଷ୍ଟାର ରାମଚରଣ, ଜାଣନ୍ତୁ କାରଣ

ସାଉଥ ସୁପରଷ୍ଟାର ରାମଚରଣ କେବଳ ଦକ୍ଷିଣ ଭାରତ ନୁହେଁ ବରଂ ସମଗ୍ର ଦେଶରେ ବେଶ୍‌ ଲୋକପ୍ରିୟ। ନିକଟରେ ରିଲିଜ ହୋଇଥିବା ସବୁଠାରୁ ହିଟ୍‌ ଫିଲ୍ମ ଆରଆରଆର ବକ୍ସ ଅଫିସରେ ହିଟ୍‌ ହେବା ପରେ ଷ୍ଟାରଙ୍କ ଫ୍ୟାନ ଫଲୋଇଂ ବଢିଯାଇଛନ୍ତି। ତାଙ୍କ ଫ୍ୟାନ ଫଲୋଇଂ କେବଳ ସାଉଥ ନୁହେଁ ସମଗ୍ର ଦେଶରେ ରହିଛି। କେବଳ ଫିଲ୍ମ ନୁହେଁ, ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚିତ ରାମଚରଣ।

ଆପଣ ଜାଣନ୍ତି କି, ୧୦ ବର୍ଷ ପୂର୍ବେ ଉପାସନାଙ୍କୁ ବିବାହ କରିଥିଲେ। ବିବାହର ଏତେ ବର୍ଷ ପରେ ମଧ୍ୟ ରାମଚରଣ ବାପା ହୋଇନାହାନ୍ତି ।ଏହାର କାରଣ ସେ ନିଜେ। ସେ ନିଜେ ହିଁ ପିଲା ଚାହାନ୍ତି ନାହିଁ। ରାମ ଚରଣ ଓ ତାଙ୍କ ପତ୍ନୀ ଉପାସନା କାମିନେନି ଅନେକ ସମୟରେ ସାକ୍ଷାତ୍କାରରେ ଏ ବିଷୟରେ ଆଲୋଚନା କରିଛନ୍ତି।

ନିଜର ସ୍ବାଧୀନତା ନହରାଇବାକୁ ସେମାନେ ପିଲା ନକରିବାର ନିଷ୍ପତ୍ତି ନେଇଛନ୍ତି। ରାମ ଚରଣ ଏକ ସାକ୍ଷାତ୍କାରେ କହିଛନ୍ତି କି କ୍ୟାରିୟର୍କୁ ସେ ଗୁରୁତ୍ବ ଦେବାକୁ ଚାହାନ୍ତି। ଯଦି ସଂସାର ଉପରେ ଗୁରୁତ୍ବ ଦେବେ ତ କ୍ୟାରିୟର୍ ପଛରେ ରହିଯିବ। ଏହି କାରଣରୁ ସେମାନେ ଉଭୟ ପତି-ପତ୍ନୀ ମିଶି ଏପରି ଏକ ନିଷ୍ପତ୍ତି ନେଇଛନ୍ତି।

ତା’ ଛଡା ନିକଟରେ ରାମଚରଣଙ୍କ ପତ୍ନୀ ଉପାସନା କାମିନେନି ୧୭ ତମ ଏଟିଏ ସମ୍ମିଳନୀରେ ସଦଗୁରୁ ଜଗ୍ଗି ବାସୁଦେବଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ନିଜର ଫ୍ୟାମିଲ ପ୍ଲାନିଂ ବିଷୟରେ କହିଥିଲେ। ସେ କହିଥିଲେ ଜନସଂଖ୍ୟା ନିୟନ୍ତ୍ରଣରେ ରଖିବା ପାଇଁ ଆମେ ପିଲା କରିବାକୁ ଚାହୁଁନାହୁଁ।

charan
Photo credit: Pinkvilla

୨୦୧୨ରେ ଦୁହେଁ ବିବାହ କରିଥିଲେ। ବିବାହ ପୂର୍ବରୁ ଦୁହେଁ ଭଲ ବନ୍ଧୁ ଥିଲେ। ଏକାସାଙ୍ଗରେ କଲେଜରେ ପଢୁଥିଲେ। ଧୀରେ ଧୀରେ ବନ୍ଧୁତା ଭଲପାଇବାରେ ପରିଣତ ହୋଇଥିଲା।

ସୂଚନା ଥାଉ କି, ରାମ ଚରଣ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ଆରସି୧୫ ପାଇଁ ସୁଟିଂ କରୁଛନ୍ତି। ଶଙ୍କରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରାମଚରଣ ଜଣେ ଆଇଏଏସ୍ ଅଧିକାରୀ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମରେ କିଆରା ଆଡଭାନୀଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହି ସସପେନ୍ସ ଡ୍ରାମାର କାହାଣୀ କାର୍ତ୍ତିକ ସୁବରାଜୁ ଲେଖିଛନ୍ତି ଏବଂ ଫିଲ୍ମର ସୁଟିଂ ଚାଲିଛି।

Leave A Reply

Your email address will not be published.