ଏବେ ଭାରତରେ ମୂର୍ଖଙ୍କ ସଂଖ୍ୟା ୯୫ % ହୋଇଗଲାଣି, ଫିଲ୍ମ ‘ପଠାନ’ ଦେଖିବା ଲୋକଙ୍କ ଉପରେ ର୍ପୂବତନ ସୁପ୍ରିମକୋର୍ଟ ଜଷ୍ଟିସ କଲେ ଏମିତି କମେଣ୍ଟ

ଅଭିନେତା ଶାହାରୁଖ ଖାନ୍‌ ଙ୍କ ଫିଲ୍ମ ‘ପଠାନ’ କୁ ନେଇ ପ୍ରଥମରୁ ବହୁ ବିବାଦ ଦେଖାଯାଇଛି । ଫିଲ୍ମର ମୁକ୍ତିଲାଭ କରିବାକୁ ନେଇ ମଧ୍ୟ ବିରୋଧ କରାଯାଉଥିଲା । ହେଲେ ଗତକାଲି ଫିଲ୍ମ ରିଲିଜ ହେବା ପରେ ମଧ୍ୟ ଏହାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ପ୍ରଥମ ଦିନରେ ଫିଲ୍ମ ୫୭ କୋଟି ଟଙ୍କା ଆୟ କରିଥିବା କୁହା ଯାଉଥିବା ବେଳେ ଏହାକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏହି କ୍ରମରେ ସୁପ୍ରିମକୋର୍ଟ ଅବସରପ୍ରାପ୍ତ ଜଷ୍ଟିସ ମାର୍କେଣ୍ଡେୟ କାଟୁଜ ଫିଲ୍ମ ‘ପଠାନ’ କୁ ନେଇ ଏକ ଟ୍ଵିଟ କରିଛନ୍ତି । ଯାହାକୁ ନେଇ ଲୋକେ କେତେ ପ୍ରକାର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।

ସୁପ୍ରିମକୋର୍ଟ ପୂର୍ବ ଜଷ୍ଟିସ କାଟୁଜ ଦେଲେ ଏମିତି କମେଣ୍ଟ

ସୁପ୍ରିମକୋର୍ଟ ପୂର୍ବତନ ଜଷ୍ଟିସ ମାର୍କେଣ୍ଡେୟ ସର୍ବଦା ସୋସିଆଲ ମିଡିଆରେ ବ୍ୟସ୍ତ ରୁହନ୍ତି । ସେ ଯେ କୌଣସି ବିଷୟ ଉପରେ କିଛି ନା କିଛି ପ୍ରତିକ୍ରିୟା ଦେଇଥାନ୍ତି । ପଠାନ ଫିଲ୍ମକୁ ନେଇ ସେ ମଧ୍ୟ ଏକ ଟ୍ଵିଟ କରିଛନ୍ତି । ପଠାନ ଫିଲ୍ମକୁ ରିଲିଜ ହେବାର ପ୍ରଥମ ଦିନରେ ମିଳିଥିବା ସଫଳତାକୁ ନେଇ ଜଷ୍ଟିସ ଲେଖିଛନ୍ତି -‘ ଭାରତରେ ମୂର୍ଖଙ୍କ ସଂଖ୍ୟା ୯୦% ରୁ ବଢ଼ି ୯୫% ହୋଇଯାଇଛି ।’ କାଟୁଜ କରିଥିବା ଏହି ଟ୍ଵିଟକୁ ନେଇ ପ୍ରତିକ୍ରିୟା ମିଳିବାରେ ଲାଗିଛି । କେହି କେହି କାଟୁଜଙ୍କ ସମର୍ଥନରେ କମେଣ୍ଟ ଦେଇଛନ୍ତି ତ କେହି କାଟୁଜଙ୍କ ବିପକ୍ଷରେ କମେଣ୍ଟ ଦେଉଛନ୍ତି ।

@FanViveck ନାମରେ ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି କି ବାସ୍ତବରେ କାଟୁଜ ଜୀ ? ଆପଣଙ୍କ ଭଳି ବ୍ୟକ୍ତିତ୍ୱଙ୍କର ଏତେ ଛୋଟ ବୟାନ ? କ’ଣ ଟିକେଟ ବିକିବା ଫିଲ୍ମର ପ୍ରାଥମିକ କାମ ନୁହେଁ ? କ’ଣ ଏହି ଲୋକଙ୍କୁ ତାଙ୍କର ପାରିଶ୍ରମିକ ଆବଶ୍ୟକତା ନାହିଁ । ଯେବେ ଏକ ଫିଲ୍ମ ଜିଏସଟି ଭରିଥାଏ, ବିଲ ଭରିଥାଏ ତାହା କ’ଣ ମୂର୍ଖତା କି ? ଏହାର ଉତ୍ତରରେ କାଟୁଜୀ ଲେଖିଛନ୍ତି-‘ ମୁଁ ପଠାନ ଫିଲ୍ମ ସମ୍ପର୍କରେ ଏବେ ଏକ ଲେଖା ପ୍ରସ୍ତୁତ କରୁଛି । କିଛି ସମୟ ଭିତରେ ଏହା ହୋଇଯିବ । ଏହାପରେ ଏକ ଅନଲାଇନ େଓ୍ଵବସାଇଟରେ ଏହାକୁ ପ୍ରକାଶିତ କରିବି । ଯାହାକୁ ଟ୍ଵିଟରରେ ସେୟାର କଲା ବେଳେ ଆପଣଙ୍କୁ ଟ୍ୟାଗ୍‌ କରିଦେବି ।

@kapoor98352 ନାମରେ ଜଣେ ଟ୍ଵିଟର ଲେଖିଛନ୍ତି ସାର୍‌, ବହୁତ ବଡ ଖେଳ ଚାଲୁଛି । କାରଣ ହଲ୍‌ ଖାଲି ହେଲେ ଟିକେଟ ମିଳୁନାହିଁ । @Natwarlal007 ନାମରେ ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି, ବାସ୍ତବରେ କାଟୁଜଜୀ ଦେଶରେ ମୂର୍ଖଙ୍କ ସଂଖ୍ୟା ଆପଣ ଓ ମୋର ଅନୁମାନ ଠାରୁ ବହୁତ ଅଧିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.