କୃଷ୍ଣା-ଗୋବିନ୍ଦା ବିବାଦରେ ପେସି ହେଉଛି ପରିବାର, ଆରତି ସିଂ କହିଲେ, ‘ମାମାଙ୍କ ପରିବାର ମୋ ସହିତ ବି କଥାବାର୍ତ୍ତା କରୁନାହାନ୍ତି’

କୃଷ୍ଣା ଅଭିଷେକ ଓ ଗୋବିନ୍ଦାଙ୍କ ଭିତରେ କିଛି ବର୍ଷ ହେବ ବିବାଦ ଚାଲିଛି। ଏବେ ଏହା ଲୋକଲୋଚନକୁ ଆସି ଯାଇଛି, ଯାହା ପରଠାରୁ ଲଗାତାର ପରିବାରର କେହି ନା କେହି ସଦସ୍ୟଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି। ନିକଟରେ ଏହି ମାମଲା ଉପରେ କୃଷ୍ଣା ଅଭିଷେକଙ୍କ ଭଉଣୀ ତଥା ଅଭିନେତ୍ରୀ ଆରତି ସିଂ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

ଆରତି ଏ ବିଷୟରେ କହିଛନ୍ତି କି, ସେମାନଙ୍କ ଭିତରେ ଯାହା ବି ବିବାଦ ହୋଇଛି, ମୋତେ ଏବଂ ପରିବାରକୁ ମଧ୍ୟ ଏହାର ପରିଣାମ ଭୋଗିବାକୁ ପଡ଼ୁଛି। ଚିଚି ମାମା ଓ ତାଙ୍କ ପରିବାର ମୋ ସହିତ କଥାବାର୍ତ୍ତା କରନ୍ତି ନାହିଁ। ଆରତି ଏହା ମଧ୍ୟ କହିଛନ୍ତି ଯେ ସେ ମାମା ଓ ଭଣଜାଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ଶେଷ କରିବାକୁ ବି ଚେଷ୍ଟା କରିଥିଲେ। କିନ୍ତୁ ଏଥିରେ କୌଣସି ଫରକ ପଡ଼ି ନ ଥିଲା।

ଆରତି କହିଥିଲେ, ମୁଁ କୃଷ୍ଣାଙ୍କ ସହିତ କଥା ହୋଇଥିଲି। ଏବେ କଥା ମାମାଙ୍କ ଉପରେ ରହିଛି କି, ସେ କୃଷ୍ଣାଙ୍କୁ କ୍ଷମା କରୁଛନ୍ତି କି ନାହିଁ। ଦୁଇ ପକ୍ଷ ପରସ୍ପରକୁ କିଛି ନା କିଛି କହିଛନ୍ତି। ଯଦିଓ ଆମେ ଫ୍ୟାମିଲିରେ ଅଛୁ, ତ ଆଶା କରୁଛି କି, ଏହି ବିବାଦ ଜଲ୍‌ଦି ଶେଷ ହୋଇଯାଉ ଏବଂ ଭଲ ଦିନ ପୁଣିଥରେ ଫେରି ଆସୁ’।